Puri News: ସରିଲା ଛାଉଣୀ କାର୍ଯ୍ୟ, ରୂପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ବାର
Advertisement
Article Detail0/zeeodisha/odisha1760189

Puri News: ସରିଲା ଛାଉଣୀ କାର୍ଯ୍ୟ, ରୂପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ବାର

Puri News: ରୂପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ୱାର (Singhadwara)। ଧାର୍ଯ୍ୟ ସମୟର ବହୁ ଆଗରୁ ଏହି କାମ ଶେଷ ହୋଇଛି । ପିତଳ ପୁରୁଣା ଦ୍ୱାର ଖୋଲାଯାଇ ଶ୍ରୀମନ୍ଦିର (Puri Jagannath Temple) ସିଂହ ଦ୍ୱାରରେ ସମ୍ପୂର୍ଣ୍ଣ ଭାବେ ନୂଆ ଦ୍ୱାର ଲଗାଯାଉଛି। ପ୍ରଥମେ କାରିଗରମାନେ ବର୍ମାଟିକ କାଠରେ ସିଂହଦ୍ଵାର (Singhadwara) ମାପରେ ଦୁଆର ନିର୍ମାଣ କରିଥିଲେ। 

Puri News: ସରିଲା ଛାଉଣୀ କାର୍ଯ୍ୟ, ରୂପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ବାର

Puri News: ରୂପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ୱାର (Singhadwara)। ଶ୍ରୀମନ୍ଦିର ସିଂହଦ୍ୱାର ରୂପା ଛାଉଣୀ କାମ (Silver Cladding)ଶେଷ ହୋଇଛି । ବର୍ମାଟିକ କାଠରେ ନିର୍ମିତ କବାଟ ସିଂହଦ୍ୱାରରେ ଲାଗିବା ପରେ ମୁମ୍ବାଇରୁ ଆସିଥିବା କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନର ରୂପା ପ୍ଲେଟ ସବୁ ଲଗାଇଛନ୍ତି । ଧାର୍ଯ୍ୟ ସମୟର ବହୁ ଆଗରୁ ଏହି କାମ ଶେଷ ହୋଇଛି । ପିତଳ ପୁରୁଣା ଦ୍ୱାର ଖୋଲାଯାଇ ଶ୍ରୀମନ୍ଦିର (Puri Jagannath Temple) ସିଂହ ଦ୍ୱାରରେ ସମ୍ପୂର୍ଣ୍ଣ ଭାବେ ନୂଆ ଦ୍ୱାର ଲଗାଯାଉଛି। ପ୍ରଥମେ କାରିଗରମାନେ ବର୍ମାଟିକ କାଠରେ ସିଂହଦ୍ଵାର (Singhadwara) ମାପରେ ଦୁଆର ନିର୍ମାଣ କରିଥିଲେ। ତାପରେ ଜଣେ ଭକ୍ତଙ୍କ ଦ୍ୱାରା ଦିଆଯାଇଥିବା ରୂପାରେ ଉତ୍କଳୀୟ ଢାଞ୍ଚାରେ ପ୍ରସ୍ତୁତ ରୂପା ପ୍ଲେଟ ଲଗାଯାଇଥିଲା। 

Also Read : Nabarangpur Road Accident: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର, ଚାଲିଗଲା ୩ ଜୀବନ

Also Read :  Weather Update: ପୁଣି ଆସୁଛି ଆଉ ଏକ ଲଘୁଚାପ! ଏହି ଦିନରୁ ପ୍ରବଳ ବର୍ଷିବ

ମୁମ୍ବାଇରୁ ଆସିଥିବା ୧୩ ଜଣ କାରିଗର ବର୍ମାଟିକ କାଠରେ ପୂର୍ବର ସିଂହଦ୍ୱାର ଭଳି ଅବିକଳ ଦ୍ୱାର ନିର୍ମାଣ କରିଛନ୍ତି । ଏହା ଉପରେ ରୂପାର ଅନେକ କାରୁକାର୍ଯ୍ୟ ରହିଛି । ସିଂହ,ପଦ୍ମ ଓ ଶଂଖର କାରୁକାର୍ଯ୍ୟ ରହିଛି।  କବାଟର ଚାରିକୋଣରେ ରୂପାର ପତଳା ପ୍ଲେଟ୍ ଲାଗିବା ପରେ ମଝିରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଡିଜାଇନର ବର୍ଗାକାର ରୂପା ପ୍ଲେଟ୍ ଲଗାଯାଇଛି । ସେହିପରି ଦୁଇ ପାଶ୍ୱର୍ରେ ଦୁଇଟି ସିଂହମୂର୍ତ୍ତି ଲଗାଯାଇଛି । ଏହି ଦ୍ୱାରରେ ମା’ ଲକ୍ଷ୍ମୀ ସାଆନ୍ତାଣୀ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ଭବ୍ୟ ସ୍ୱାଗତ କରିବେ । ସେପଟେ ନୀଳାଦ୍ରୀ ବିଜେ(Niladri Bije) ପୂର୍ବରୁ ସିଂହଦ୍ୱାର ରଙ୍ଗକାମ ମଧ୍ଯ ଶେଷ ହୋଇଛି।

ସେପଟେ ବାହୁଡା ପୂର୍ବରୁ ସିଂହଦ୍ଵାରକୁ  ରୂପାଦ୍ୱାର କରାଯାଇଛି। ହେରାପଞ୍ଚମୀ ଦିନ ରାତିରେ ଲୁହା ଫ୍ରେମରେ ବର୍ମାଟିକ କାଠର କବାଟ ସଂଯୋଗ କରାଯାଇଥିଲା। ତା ଉପରେ ଉତ୍କଳୀୟ ଢାଞ୍ଚାରେ ପ୍ରସ୍ତୁତ ରୂପା ଚଦରକୁ ଛାଉଣୀ କରାଯାଇଥିଲା। ନିତିକାନ୍ତିକୁ ନେଇ ରୂପାଦ୍ୱାର ସଂଯୋଗ ହେବା ପର୍ଯ୍ୟନ୍ତ ଏକ ଅସ୍ଥାୟୀ ଦ୍ୱାର ଲଗାଯାଇଥିଲା। ସେପଟେ ବର୍ମାଟିକ କାଠରେ ପ୍ରସ୍ତୁତ ଏହି ଦ୍ୱାର ଉପରେ ସମ୍ପୂର୍ଣ୍ଣ ରୂପାଛାଉଣୀ କରାଯାଇଛି। ଏହି ଦ୍ୱାରରେ ମଧ୍ୟ ଏକ ଚୋରା କବାଟ ରହିଛି। ଏହିପଟେ ମନ୍ଦିର ଭିତରେ ରହିଯାଇଥିବା ଭକ୍ତ ଓ ସେବକ ଆସିଥାନ୍ତି।  

ସେପଟେ ପୂର୍ବରୁ ଶ୍ରୀମନ୍ଦିର ଭିତରେ ଆଠ ଗୋଟି ଦ୍ୱାର ରୁପା ଛାଉଣୀ ସରିଥିବା ବେଳେ ସିଂହଦ୍ୱାର ରୂପା ଛାଉଣୀ ନେଇ ଦାତା ରୁପା ଦେବାକୁ ସହମତି ପ୍ରକାଶ କରିଥିଲେ। ଯାହାକୁ ନେଇ ରୂପାଦ୍ୱାର ହେବା ସମ୍ଭବ ହୋଇପାରିଛି। ରୂପା ଚଦର ଉପରେ ପାରମ୍ପରିକ ଡିଜାଇନ କରାଯାଇଛି।  ତେବେ ୨୪ ଘଣ୍ଟିଆ ସଶସ୍ତ୍ର ପୋଲିସ ପ୍ରହରା ଓ ସିସିଟିଭି କ୍ୟାମେରା ଲଗାଯାଇ ଶ୍ରୀମନ୍ଦିର ସିଂହଦ୍ଵାର ରୂପା ଛାଉଣୀ କରାଯାଇଥିଲା।‌ ପୂର୍ବରୁ ଯେଉଁ ଦାତା ରୂପା ଦାନ କରିଥିଲେ ସେହି ଦାତା ରୂପା ଦାନ କରିବା ନେଇ ସହମତି ଦେଇଥିବା ବେଳେ ଅଭିଜ୍ଞ କାରିଗର ସିଂହଦ୍ଵାର ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ଡିଜାଇନ୍ ଅନୁସାରେ ନିଳାଦ୍ରୀ ଭକ୍ତ ନିବାସରେ ରୂପାଦ୍ୱାର ନିର୍ମାଣ କରାଯାଇଥିଲା। ଆବଶ୍ୟକୀୟ ଏନଓସି ଏଏସଆଇ ଠାରୁ ଅଣାଯିବା ପରେ ଦୁଆର କାର୍ଯ୍ୟ ହୋଇଛି।
  
ସେହିପରି ମହାପ୍ରଭୁଙ୍କ ରତ୍ନ ପଲଙ୍କର ଆଉ ଏକ ନୂତନ ସେଟ୍ ନିର୍ମାଣ ହେବା ସହ ପୁରୁଣା ରତ୍ନ ପଲଙ୍କର ଆବଶ୍ୟକ ମରାମତି କରାଯିବା ନେଇ ପ୍ରସ୍ତାବ ରହିଛି। ପୁରୁଣା ରତ୍ନ ପଲଙ୍କ ପରି ନୂତନ ରତ୍ନ ପଲଙ୍କର ଓଜନ ସମାନ ରହିବ। ତେବେ, ପୂର୍ବରୁ ଶ୍ରୀମନ୍ଦିରର ଜୟବିଜୟ, ବେହେରଣ ଓ କଳାହାଟ ଦ୍ୱାର ସମେତ ମହାଲକ୍ଷ୍ମୀଙ୍କଗର୍ଭଦ୍ୱାର,ବିମଳା, ସାତପାହାଚ, ନୃସିଂହ ଏବଂ ପଶ୍ଚିମ ଭୋଗମଣ୍ଡପ ଦ୍ୱାରକୁ ମିଶାଇ ମୋଟ ଆଠ ଗୋଟି ଦ୍ଵାରକୁ ରୁପା ଛାଉଣୀ କରାଯାଇଥିଲା। ତେବେ ଆଗାମୀ ଦିନରେ ଶ୍ରୀମନ୍ଦିରର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ଵାର କୁ ମଧ୍ୟ ରୁପା ଛାଉଣି ପାଇଁ ଯୋଜନା ରହିଛି।