Urine And Health: ମଣିଷର କିଡନୀ ମଣିଷ ଶରୀରର ତାପମାତ୍ରା ଏବଂ ତରଳ ପଦାର୍ଥକୁ ନିୟନ୍ତ୍ରଣ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ସମ୍ପୂର୍ଣ୍ଣ ଶରୀରର ଜଳ ଆବଶ୍ୟକତା (Water requirement) ପୂରଣ କରିବା ପରେ କିଡନୀ ଆମ ଶରୀରରୁ ଅବଶିଷ୍ଟ ଜଳକୁ ବାହାର କରିଥାଏ । ଯେତେବେଳେ ଆମେ ଶରୀରର ଆବଶ୍ୟକତା ପାଇଁ ପାଣି ପିଇଥାଉ ସେତେବେଳେ ଏହା ଶରୀରର ପ୍ରତ୍ୟେକ କୋଣକୁ ଯାଇଥାଏ । ପରେ ଏହା ଶରୀରରୁ ବାହାରିଥାଏ । ତେଣୁ ସମଗ୍ର ଶରୀରର ରହସ୍ୟ ମୂତ୍ରରେ ଲୁଚି ରହିଥାଏ । ଯଦି ଶରୀର ଭିତରେ କୌଣସି ପ୍ରକାରର ସମସ୍ୟା ଦେଖାଦିଏ ତେବେ ତାହାର ସଂଙ୍କେତ ପରିସ୍ରାରେ ମଧ୍ୟ ଦେଖିବାକୁ ମିଳିଥାଏ । ପରିସ୍ରା ରଙ୍ଗରେ ଅନେକ ପରିବର୍ତ୍ତନ ହୋଇଥାଏ । ସେଥିପାଇଁ ଅନେକ ସମୟରେ ଆପଣ ଡାକ୍ତରଖାନା ଗଲେ ଡାକ୍ତରମାନେ ଆପଣଙ୍କୁ ପରିସ୍ରାର ରଙ୍ଗ (Urine color) ବିଷୟରେ ପଚାରିଥାନ୍ତି । ସାଧାରଣତଃ ଯେତେବେଳେ ଆମ ପରିସ୍ରାର ରଙ୍ଗ ଲାଲ ହୋଇଯାଏ ସେତେବେଳେ ଆମେ ଚିନ୍ତିତ ହୋଇଥାନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ପରିସ୍ରାରେ ଅନେକ ହାଲୁକା ରଙ୍ଗ ଅଛି ଯାହାକୁ ଆମେ ପ୍ରାୟତଃ ଅଣଦେଖା କରିଥାଉ। ଆପଣ ଜାଣି ରଖିବା ଉଚିତ ଯେ, ଏହି ରଙ୍ଗ ପରିବର୍ତ୍ତନ ମଧ୍ୟ ଖରାପ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଥାଏ । କିଛି ଖାଦ୍ୟ କିମ୍ୱା ପାନୀୟ ଗ୍ରହଣ କରିବା ପରେ ମଧ୍ୟ ପରିସ୍ରାର ରଙ୍ଗ ପରିବର୍ତ୍ତନ ହୋଇପାରେ । କିନ୍ତୁ ଯଦି ଆପଣ କୌଣସି ରଙ୍ଗୀନ ଖାଦ୍ୟ କିମ୍ୱା ପାନୀୟ (Colored food or drink) ଗ୍ରହଣ କରିନାହାନ୍ତି ତଥାପି ପରିସ୍ରା ଦୁଇ-ତିନି ଦିନ ପର୍ଯ୍ୟନ୍ତ କ୍ରମାଗତ ଭାବରେ ରଙ୍ଗିନ ଦେଖାଯାଏ ତେବେ ଏହା ଏକ ଚିନ୍ତାର ବିଷୟ । ଏପରି ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଉଚିତ୍। କେଉଁ ରଙ୍ଗର ପରିସ୍ରା କେଉଁ ରୋଗର ଲକ୍ଷଣକୁ ସୂଚାଇଥାଏ ସେ ବିଷୟରେ ଆଜି ଆପଣଙ୍କୁ କହିବୁ ।


COMMERCIAL BREAK
SCROLL TO CONTINUE READING

ଏହି ରଙ୍ଗର ପରିସ୍ରା ବିପଜ୍ଜନକ
୧. କମଳା ରଙ୍ଗ, ଯଦି ଆପଣ ପାଣିରେ ଅଧିକ ଗ୍ଲୁକୋଜ୍ ନେଇ ନାହାନ୍ତି ତଥାପି ଆପଣଙ୍କ ପରିସ୍ରାର ରଙ୍ଗ କମଳା ରଙ୍ଗ ପରି ଦେଖାଯାଉଛି ତେବେ ଏହାର ଅର୍ଥ ହେଉଛି ଯେ, ଆପଣଙ୍କର ଯକୃତ ଠିକ୍ ଭାବରେ କାମ କରୁନାହିଁ । ଏଥି ସହିତ ଯଦି ଝାଡାର ରଙ୍ଗ ମଧ୍ୟ ହଳଦିଆ ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ ।


୨.  ଲାଲ୍ କିମ୍ୱା ଗୋଲାପୀ, ଯଦି ଆପଣ ବିଟ୍ ଗାଜର କିମ୍ୱା ଅନ୍ୟ କିଛି ରଙ୍ଗିନ ପରିବା ଖାଇ ନାହାନ୍ତି ତଥାପି ପରିସ୍ରାର ରଙ୍ଗ ନାଲି କିମ୍ବା ଗୋଲାପୀ ରଙ୍ଗର ହେଉଛି ତେବେ ଏହା ମଧ୍ୟ ଆପଣଙ୍କ ପାଇଁ ଚିନ୍ତାର ବିଷୟ । ଯଦି ପରିସ୍ରାରେ ଲାଲ ରଙ୍ଗ କିମ୍ବା ରକ୍ତ ଥାଏ ତେବେ ଏହାର ଅର୍ଥ ହେଉଛି ଆପଣଙ୍କର ପ୍ରୋଷ୍ଟେଟ ବଢିଯାଇଛି ଟ୍ୟୁମର କିମ୍ବା କିଡନୀରେ ପଥର ଅଛି ।


୩. ନୀଳ ରଙ୍ଗ, ଯଦି ଆପଣ କୌଣସି ପ୍ରକାରର ଔଷଧ ଗ୍ରହଣ କରିନାହାଁନ୍ତି କିମ୍ବା ନୀଳ ରଙ୍ଗର ଜୁସ୍ କିମ୍ୱା ଖାଦ୍ୟ ଗ୍ରହଣ କରିନାହାନ୍ତି ତଥାପି ଆପଣଙ୍କ ପରିସ୍ରାର ରଙ୍ଗ ନୀଳ ଦେଖାଯାଉଛି ତେବେ ତେବେ ଏହା ହାଇପରକାଲ୍ସେମିଆ ହୋଇପାରେ । ଏହି ରୋଗ ସାଧାରଣତ ପିଲାମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ । ଜୀବାଣୁ ସଂକ୍ରମଣ କାରଣରୁ ମଧ୍ୟ ଏପରି ସମସ୍ୟା ହୋଇଥାଏ ।


୪. ଗାର୍ଡ ବ୍ରାଉନ୍, ଯଦି ଆପଣଙ୍କର ପରିସ୍ରାର ରଙ୍ଗ ଗାର୍ଡ ବାଦାମୀ ରଙ୍ଗର ହୁଏ ତେବେ ଏହା କିଡନୀ ରୋଗ କିମ୍ବା UTIର ସମସ୍ୟା ମଧ୍ୟ ହୋଇପାରେ । ଶରୀରର ଯେକୈଣସି ଅଙ୍ଗରୁ ରକ୍ତସ୍ରାବ ହେବାର ସମ୍ବାବନା ମଧ୍ୟ ଥାଏ ।


୫. ମେଘୁଆ କିମ୍ବା ହାଲୁକା ରଙ୍ଗ, ଯଦି ଆପଣଙ୍କ ପରିସ୍ରାର ରଙ୍ଗ ମେଘୁଆ ରଙ୍ଗର ହେଉଛି ତାହେଲେ ଏହାର ଅର୍ଥ ଆପଣ ବୁଝନ୍ତୁ ଯେ ଆପଣ ମୂତ୍ରାଶୟ ସଂକ୍ରମଣ କିମ୍ବା କିଡନୀ ପଥରରେ ପୀଡିତ ହୋଇପାରନ୍ତି । ମଧୁମେହ ରୋଗରେ ମଧ୍ୟ ପରିସ୍ରାର ରଙ୍ଗ ହାଲୁକା ବାଦାମୀ ଅର୍ଥାତ୍ ମେଘୁଆ ହୋଇଯାଏ । 


୬. ହାଲୁକା ଗୋଲାପୀ ଏବଂ କଳା,  ଯଦି ଆପଣଙ୍କ ପରିସ୍ରାର ରଙ୍ଗ ହାଲୁକା ଗୋଲାପୀ କିମ୍ୱା କଳା ହେଉଛି  ଏବଂ ଆପଣ କୌଣସି ଔଷଧ ଖାଇନାହାନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ଗୁରୁତର ସଙ୍କେତ ଅଟେ । ଏପରି କ୍ଷେତ୍ରରେ ଆପଣ ନିଶ୍ଚିତ ଭାବରେ ଡାକ୍ତରଙ୍କ ନିକଟକୁ ଯାଇ ପରାମର୍ଶ କରିବା ଉଚିତ୍ ।


Also Read- Heart Transplant: ଆଶ୍ଚର୍ଯ୍ୟ ! ମଣିଷ ଛାତିରେ ଘୁଷୁରୀ ହାର୍ଟ, ଆମେରିକା ରଚିଲା ଆଉ ଏକ ଇତିହାସ


Also Read- Crime News: ସ୍ୱାମୀକୁ ମଦ ପିଆଇ ସ୍ତ୍ରୀକୁ ଗଣଦୁଷ୍କର୍ମ, ଆତ୍ମହତ୍ୟା ପୂର୍ବରୁ ଭିଡିଓ ରେକର୍ଡ କରିଲେ ଦମ୍ପତ୍ତି