7 habits of successful person: ୭ ଅଭ୍ଯାସ ଯାହା ସଫଳ ବ୍ୟକ୍ତିଙ୍କୁ ସଫଳ କରିଥାଏ
Advertisement
Article Detail0/zeeodisha/odisha1978723

7 habits of successful person: ୭ ଅଭ୍ଯାସ ଯାହା ସଫଳ ବ୍ୟକ୍ତିଙ୍କୁ ସଫଳ କରିଥାଏ

  ଜୀବନରେ ଆମ ସମସ୍ତେ କେବେନା କେବେ କିଛି ଲକ୍ଷ୍ୟ ନିର୍ଧାରିତ କରିଥାଉ । କିଛି ନିଜ ଲକ୍ଷ୍ୟ ହାସର କରିବାରେ ସଫଳ ହୁଅନ୍ତି ଅନେକ ବିଫଳ ହୁଅନ୍ତି । ଜଣେ ବ୍ୟକ୍ତି ନିଜ ଲକ୍ଷ୍ୟ ହାସଲରେ ସଫଳ ହେଉଥିବା ବେଳେ ଆଉ କିଛି କାହିଁକି ଓ କେମିତି ବିଫଳ ହୋଇଥାନ୍ତି ? ସଫଳ ବ୍ୟକ୍ତିଙ୍କୁ କ’ଣ ସଫଳ କରିଥାଏ ?

SOCIAL MEDIA

7 habits of successful person: 

ଜୀବନରେ ଆମ ସମସ୍ତେ କେବେନା କେବେ କିଛି ଲକ୍ଷ୍ୟ ନିର୍ଧାରିତ କରିଥାଉ । କିଛି ନିଜ ଲକ୍ଷ୍ୟ ହାସର କରିବାରେ ସଫଳ ହୁଅନ୍ତି ଅନେକ ବିଫଳ ହୁଅନ୍ତି । ଜଣେ ବ୍ୟକ୍ତି ନିଜ ଲକ୍ଷ୍ୟ ହାସଲରେ ସଫଳ ହେଉଥିବା ବେଳେ ଆଉ କିଛି କାହିଁକି ଓ କେମିତି ବିଫଳ ହୋଇଥାନ୍ତି ? ସଫଳ ବ୍ୟକ୍ତିଙ୍କୁ କ’ଣ ସଫଳ କରିଥାଏ ? ଆସନ୍ତୁ ଆଜି ଜାଣିବା ସଫଳ ବ୍ୟକ୍ତିଙ୍କ ସେହି ୭ ଅଭ୍ଯାସ ବାବଦରେ ଯାହ ସେମାନଙ୍କୁ ସଫଳ କରିଥାଏ ।  ଯାହା ସେମାନଙ୍କୁ ସେମାନ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିଥାଏ ।

ସ୍ପଷ୍ଟ ଦୃଷ୍ଟି : ସଫଳ ବ୍ୟକ୍ତିମାନେ ସେମାନଙ୍କ ଲକ୍ଷ୍ୟ ବାବଦରେ ପ୍ରାରମ୍ଭରୁ ସ୍ଥିର,ସ୍ପଷ୍ଟ ଥାଆନ୍ତି । ଲକ୍ଷ୍ୟ ପ୍ରାପ୍ତିକୁ ନେଇ ସେମାନେ ସ୍ଥିର ହୋଇଥିବାରୁ ଲକ୍ଷ୍ୟ ହାସଲ କରିପାରନ୍ତି । ସେମାନଙ୍କ ପାଖରେ ସେହି ପରିଣାମ ବାବଦରେ ସ୍ପଷ୍ଟ,ସଠିକ ଦୃଷ୍ଟି ରହିଥାଏ  ଯାହା ସେମାନେ ହାସଲ କରିବାକୁ ଚାହାନ୍ତି । କିନ୍ତୁ ଯେଉଁମାନେ ନିଜ ଲକ୍ଷ୍ୟକୁ ନେଇ ସ୍ପଷ୍ଚ ହୋଇନଥାନ୍ତି ସେମାନେ ସଫଳତା ପାଇନଥାନ୍ତି ।

ରଣନୈତିକ ଯୋଜନା : କୌଣସି ଲକ୍ଷ୍ୟ ପ୍ରାପ୍ତି ପାଇଁ ଏକ ଯୋଜନା ତିଆରି କରିବା ସେତିକି ମହତ୍ୱପୂର୍ଣ୍ଣ ହୋଇଥାଏ ଯେତିକି ଏକ ଦୃଷ୍ଟିକୋଣର ଆବଶ୍ୟକତା । ସଠିକ ରଣନୀତି ତିଆରି କରିପାରୁଥିବା ବ୍ୟକ୍ତି ନିଜ ଲକ୍ଷ୍ୟ ହାସଲ କରିପାରନ୍ତି । ରଣନୀତିକୁ ଗୁରୁତ୍ୱ ଦେଉଥିବା ବ୍ୟକ୍ତି ନିଜ ଲକ୍ଷ୍ୟକୁ ଅନେକ ବ୍ୟବହାରିକ ପର୍ଯ୍ୟୟରେ ବିଭକ୍ତ କରି ଗୋଟିଏ ପରେ ଗୋଟିଏ ପଥ ଅତିକ୍ରମ କରନ୍ତି । ସେମାନେ ନିଜ ରଣନୈତିକ କୌଶଳ କାରଣରୁ ସବୁପ୍ରକାରର ଅସୁବିଧାର ସମ୍ମୁଖୀନ ହେବାରେ ଫୁର୍ତ୍ତିବାନ,ସଂଗଠିତ ଓ ଲକ୍ଷ୍ୟକୈନ୍ଦ୍ରିକ ହୋଇଥାନ୍ତି ।

ଅନୁଶାସନ : ସଫଳତା ନିରନ୍ତରତା ଉପରେ ଆଧାରିତ ହୋଇଥାଏ । ଯେଉଁମାନେ ନିୟମିତ ଭାବେ ନିଜ ଲକ୍ଷ୍ୟ ପୁରା କରନ୍ତି ସେମାନେ ଅନୁଶାସନକୁ ନିଜ ଦୈନନ୍ଦିନ କାର୍ଯ୍ୟସୂଚିରେ ସାମିଲ କରିଥାନ୍ତି । ଶୀଘ୍ର ଶୋଇବା,ଶୀଘ୍ର ଉଠିବା ଭଳି ସୁସ୍ଥ ଜୀବନଶୈଳୀ ଆପଣାଇବା ହେଉ କିମ୍ବା ନିଜ ଲକ୍ଷ୍ୟ ଉପକେ କାମ କରିବା ପାଇଁ ବିଶେଷ ସମୟ ନିର୍ଧାରିତ କରିବା ହେଉ,ସଫଳ ବ୍ୟକ୍ତି ଏସବୁ କରିଥାନ୍ତି ।

ନିରନ୍ତର ଶିକ୍ଷା : ସଫଳତା ପ୍ରାପ୍ତି ଏକ ଲକ୍ଷ୍ୟ ପରିବର୍ତ୍ତେ ନିରନ୍ତର ସୁଧାର ଆଣିବାର ଯାତ୍ରା ହୋଇଥାଏ । ନିଜ ଲକ୍ଷ୍ୟ ପ୍ରାପ୍ତ କରୁଥିବା ବ୍ୟକ୍ତି ଅତ୍ୟଧିକ ଶିକ୍ଷା ଗ୍ରହଣକାରୀ ହୋଇଥାନ୍ତି । ସେମାନେ ସବୁବେଳେ ନୂଆ କିଛି ଶିଖିବା ପାଇଁ ଉତ୍ସୁକ ଥାଆନ୍ତି ।ନୂଆ ଦୃଷ୍ଟିକୋଣ ଖୋଜନ୍ତି ଓ ସଦା ପରିବର୍ତ୍ତନଶୀଳ ଦୁନିଆରେ ନିଜ ଅନୁକୂଳତା ବଜାୟ ରଖିବାର ସବୁ ଅବସରକୁ ସେମାନେ ସ୍ୱାଗତ କରନ୍ତି । ନିରନ୍ତର ସୁଧାର ପ୍ରତି ନିଜର ସମର୍ପଣ କାରଣରୁ ସେମାନେ ସବୁବେଳେ ଆଗରେ ରୁହନ୍ତି ।

ବିପରିତ ପରିସ୍ଥିତିରେ ଦୃଢତା : ଲକ୍ଷ୍ୟପଥରେ ସବୁବେଳେ ପ୍ରତିକୂଳ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼େ । ଯେଉଁଣାନେ ନିଜ ଲକ୍ଷ୍ୟ ପୁରା କରନ୍ତି ସେମାନେ ଜାଣନ୍ତି ଯେ, ବାଧା ହେଉଛି ସଫଳତାର ସୀଢି । ସେମାନେ ବାଧାକୁ ନିଜକୁ ମଜବୁତ କରିବାରେ,ନୂଆ ଜିନିଷ ଶିଖିବାର ଅବସର ଭାବେ ଦେଖନ୍ତି ।

ଟାଇମ୍ ମ୍ୟାନେଜମେଣ୍ଟ : ଲକ୍ଷ୍ୟ ହାସଲକାରୀ ଜାଣନ୍ତି ସୀମିତ ସମୟର ଅଧିକରୁ ଅଧିକ କେମିତି ଉପଯୋଗ କରାଯାଇ ପାରିବ । ସେମାନେ ବିଳମ୍ବକୁ ରୋକନ୍ତି,ସମୟସୀମା ନିର୍ଧାରିତ କରନ୍ତି ଓ ନିଜ କାମକୁ ପ୍ରାଥମିକତା ଦିଅନ୍ତି । ପ୍ରଭାବଶାଳୀ ଟାଇମ୍ ମ୍ୟାନେଜମେଣ୍ଟ ବା ସମୟ ପ୍ରବନ୍ଧନ ମାଧ୍ଯମରେ ସେମାନେ ନିଜ ଇପସିତ ଲକ୍ଷ୍ୟ ହାସଲ କରନ୍ତି ।

ସକରାତ୍ମକ ଦୃଷ୍ଟିକୋଣ : ମନ ଅବିଶ୍ୱସନୀୟ ଭାବେ ଏକ ଶକ୍ତିଶାଳୀ ଉପକରଣ ହୋଇଥାଏ । ସଫଳ ବ୍ୟକ୍ତି ଆଶାବାଦୀ ଦୃଷ୍ଟିକୋଣ ବିକଶିତ କରିବାରେ କୁଶଳ ହୋଇଥାନ୍ତି । ସେମାନେ ସର୍ବାଦ ବିପରିତ ପରିସ୍ଥିତିରେ ମଧ୍ଯ ଆଶାବାଦୀ ହୋଇଥାନ୍ତି । ନିରାଶା ସେମାନଙ୍କୁ ପ୍ରଭାବିତ କରିନଥାଏ । ସକରାତ୍ମକ ଚିନ୍ତାଧାର ସେମାନଙ୍କୁ ଲକ୍ଷ୍ୟପଥରେ ଆଗେଇ ନିଏ ।

 

ଆପଣ ମଧ୍ଯ ସେହି ଅସାଧାରଣ ବ୍ୟକ୍ତିମଧ୍ଯରୁ ଜଣେ ହୋଇପାରିବେ ଯେଉଁମାନେ ସଫଳତାର ମନ୍ତ୍ର ଜାଣିଛନ୍ତି । ବାସ,ଆପମଙ୍କୁ ଏହି ସାତ ମନ୍ତ୍ରକୁ ଜୀବନରେ ସାମିଲ କରିବାକୁ ପଡିବ । ସ୍ପଷ୍ଚ ଦୃଷ୍ଟିକୋଣ,ରଣନୀତି,କଠୋର ଦିନଚର୍ଯ୍ୟା,ନିରନ୍ତର ଶିଖିବାର ଆଗ୍ରହ,ଟାଇମ ମ୍ୟାନେଜମେଣ୍ଟ,ନମନୀୟତା ଓ ସକରାତ୍ମକ ଚିନ୍ତାଧାରା ଆପଣଙ୍କୁ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଂଚାଇବ ।