ଜିଓ ପରେ ଏୟାରଟେଲର ରିଚାର୍ଜ ଶୁଳ୍କ ହାର ବୃଦ୍ଧି, ଜାଣନ୍ତୁ କୋଉ ପ୍ଲାନ୍ କେତେ ବଢ଼ିଲା...
Advertisement
Article Detail0/zeeodisha/odisha2311873

ଜିଓ ପରେ ଏୟାରଟେଲର ରିଚାର୍ଜ ଶୁଳ୍କ ହାର ବୃଦ୍ଧି, ଜାଣନ୍ତୁ କୋଉ ପ୍ଲାନ୍ କେତେ ବଢ଼ିଲା...

ଜିଓ ପରେ ଏୟାରଟେଲ ମଧ୍ୟ ମୋବାଇଲ ରିଚାର୍ଜ ଶୁଳ୍କ ହାର ବୃଦ୍ଧି କରିଛି। ଏହାର ମୋବାଇଲ ରେଟରେ ୧୦ ରୁ ୨୧ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି।

ଜିଓ ପରେ ଏୟାରଟେଲର ରିଚାର୍ଜ ଶୁଳ୍କ ହାର ବୃଦ୍ଧି, ଜାଣନ୍ତୁ କୋଉ ପ୍ଲାନ୍ କେତେ ବଢ଼ିଲା...

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ରିଚାର୍ଜ ଦର ବୃଦ୍ଧି କରିଛନ୍ତି କିଛି ଟେଲିକମ କମ୍ପାନୀ। ଜିଓ ପରେ ଏୟାରଟେଲ ମଧ୍ୟ ମୋବାଇଲ ରିଚାର୍ଜ ଶୁଳ୍କ ହାର ବୃଦ୍ଧି କରିଛି। ଏହାର ମୋବାଇଲ ରେଟରେ ୧୦ ରୁ ୨୧ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି। ଏହି ବର୍ଦ୍ଧିତ ମୋବାଇଲ ଶୁଳ୍କ ଜୁଲାଇ ୩ରୁ କାର୍ଯ୍ୟକାରୀ ହେବ। ଏହା ଉଭୟ ପୋଷ୍ଟପେଡ୍ ଏବଂ ପ୍ରିପେଡ୍ ଉଭୟ ହାରକୁ ପ୍ରଭାବିତ କରିବ। ଏହି ମହଙ୍ଗା ରିଚାର୍ଜ ସଧାରଣ ଗ୍ରାହକଙ୍କୁ ଝଟକା ଦେଇଛି। ଏୟାରଟେଲ ୱେବସାଇଟ ଏବଂ ମୋବାଇଲ ଆପରେ ଏହି ରିଚାର୍ଜ ପ୍ଲାନ ଲାଇଭ ହୋଇଛି। ତେବେ ଆସନ୍ତୁ ଜାଣନ୍ତୁ କେଉଁ ପ୍ଲାନ୍ କେତେ ବୃଦ୍ଧି ଘଟିଛି...

ଏଭଳି ସ୍ଥିତିରେ ଏବେ ଆପଣଙ୍କୁ ୧୭୯ ଟଙ୍କିଆ ପ୍ରିପେଡ୍ ପ୍ଲାନ୍ ପାଇଁ ୧୯୯ ଟଙ୍କା ଚାର୍ଜ ଦେବାକୁ ପଡ଼ିବ। ସେହିପରି ୪୫୫ ଟଙ୍କିଆ ପ୍ରିପେଡ୍ ପ୍ଲାନ ପାଇଁ ଆପଣଙ୍କୁ ୫୦୯ ଟଙ୍କା ଦେବାକୁ ପଡିବ। ୩୬୫ ଦିନର ପ୍ଲାନ୍ ପାଇଁ ୧୭୯୯ ଦେବାକୁ ପଡ଼ୁଥିବା ବେଳେ ଏବେ ୧୯୯୯ଟଙ୍କା ଦେବାକୁ ପଡ଼ିବ, ୨୬୫ ପ୍ଲାନ୍ ୨୯୯ ଟଙ୍କା, ୨୯୯ ପ୍ଲାନ୍ ୩୪୯ ଟଙ୍କା, ୩୫୯ ପ୍ଲାନ୍ ୪୦୯ ଟଙ୍କା, ୩୯୯ପ୍ଲାନ୍ ୪୪୯ଟଙ୍କା ଦେବାକୁ ପଡ଼ିବ। ସେହିପରି ପ୍ରତିଦିନ ଡାଟା ପ୍ଲାନ୍ ୪୭୯ ର ପ୍ଲାନ୍ ୫୭୯ ଟଙ୍କା, ୫୪୯ ର ପ୍ଲାନ୍ ୬୪୯ଟଙ୍କା, ୭୧୯ ର ପ୍ଲାନ୍ ୮୫୯ଟଙ୍କା, ବାର୍ଷିକ ପ୍ଲାନ୍ ୨୯୯୯ ର ପ୍ଲାନ୍ ୩୫୯୯ ଟଙ୍କା ଦେବାକୁ ପଡ଼ିବ। ସେହିପରି ମାସିକ ପ୍ଲାନ୍ ୩୯୯୯ ର ପ୍ଲାନ୍ ୪୪୯ ଟଙ୍କା, ୪୯୯ର ପ୍ଲାନ୍ ୫୪୯ ଟଙ୍କା, ୫୯୯ ର ପ୍ଲାନ୍ ୬୯୯ ଟଙ୍କା ଓ ୯୯୯ର ପ୍ଲାନ୍ ୧୧୯୯ ଟଙ୍କା ଦେବାକୁ ପଡିବ। 

ଏହା ପୂର୍ବରୁ ମାର୍ଚ୍ଚ ମାସରେ କଂପାନି ନିଜର ଦୁଇଟି ରିଚାର୍ଜ ପ୍ଲାନକୁ ମହଙ୍ଗା କରିଦେଇଥିଲା। ଏହି ଦୁଇଟି ଯାକ ପ୍ରିପେଡ୍ ପ୍ଲାନ୍। ଏୟାରଟେଲ ୧୧୮ ଟଙ୍କା ଏବଂ ୨୮୯ ଟଙ୍କାର ପ୍ରିପେଡ୍ ପ୍ଲାନର ମୂଲ୍ୟ ବୃଦ୍ଧି କରିଥିଲା। ଏହା ଏକ ୪ଜି ଡାଟା ଭାଉଚର ପ୍ଲାନ। ଏଭଳି ସ୍ଥିତିରେ ଏବେ ଆପଣଙ୍କୁ ୧୧୮ ଟଙ୍କିଆ ପ୍ଲାନ ପାଇଁ ୧୨୯ ଟଙ୍କା ଚାର୍ଜ ଦେବାକୁ ପଡିବ । ସେହିପରି ୨୮୯ ଟଙ୍କିଆ ପ୍ରିପେଡ୍ ପ୍ଲାନ ପାଇଁ ଆପଣଙ୍କୁ ୩୨୯ ଟଙ୍କା ଦେବାକୁ ପଡିବ ।