ମୁମ୍ବାଇ: ନିଜ ଅତୀତର ଦୁଃଖ ବଖାଣିଛନ୍ତି ବଲିଉଡ ଅଭିନେତ୍ରୀ ଜିନତ ଅମାନ। ଅଭିନେତା ମଜହର ଖାନଙ୍କୁ ବଲିଉଡ ଅଭିନେତ୍ରୀ ଜିନତ ଅମାନ ବିବାହ କରିଥିଲେ। ଯେତେବେଳେ ମଜହର ଖାନଙ୍କ ଦେହାନ୍ତ ହୋଇଥିଲା ସେତେବେଳେ ତାଙ୍କୁ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଦିଆଯାଇନଥିଲା। ଶାଶୁ ତାଙ୍କୁ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଦେଇନଥିବା ଏକ ସାକ୍ଷାତକାରରେ ଜିନତ ଅମାନ କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ଭାବରେ ଜିନତ ଅମାନ ବେଶ ଜଣାଶୁଣା। ସେ ଅନେକ ଚଳଚ୍ଚିତ୍ରରେ ନିଜର ଦମଦାର ଅଭିନୟର ଝଲକ ଦେଖାଇଛନ୍ତି। ଏପରିକି ସେ ଜଣେ ଗ୍ଲାମରସ୍, ବୋଲ୍ଡ ଏବଂ ହଟ ଅଭିନେତ୍ରୀ ଭାବରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ଜିନତ ଅମାନଙ୍କ ବ୍ୟକ୍ତିଗତ ଜୀବନ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଅଭିନୟ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଜିନତ ଅମାନ ଚର୍ଚ୍ଚାରେ ରହିଥାନ୍ତି। ଜିନତ ଅମାନଙ୍କୁ ସ୍ୱାମୀ ତଥା ଅଭିନେତା ମଜହର ଖାନଙ୍କ ଦେହାନ୍ତ ହୋଇଯାଇଛି। ଜିନତ ଏବଂ ମଜହରଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। 


Also Read: Runway 34: ପ୍ରଥମ ଥର ବିମାନ ଉଡ଼ାଇ ଫସିଗଲେ ସିଙ୍ଘମ, ବଞ୍ଚାଇବେ କି ଅମିତାଭ୍ ବଚ୍ଚନ?


ମଜହର ଖାନଙ୍କୁ୧୯୮୫ରେ ବିବାହ କରିଥିଲେ ଜିନତ


ଜହର ଖାନଙ୍କୁ ୧୯୮୫ ମସିହାରେ ଜିନତ ଅମାନ ବିବାହ କରିଥିଲେ। ଜହର ବୟସରେ ଜିନତଙ୍କ ଠାରୁ ୪ ବର୍ଷ ଛୋଟ। ଜିନତ ଅମାନ ଓ ଜହର ଖାନଙ୍କର ଦୁଇଟି ପୁଅ ଅଛନ୍ତି। ତାଙ୍କ ଦୁଇ ପୁଅଙ୍କ ନାଁ ଆଜାନ ଖାନ ଏବଂ ଜହାନ ଖାନ। ମଜହର ଖାନ ମଧ୍ୟ ଜଣେ ଅଭିନେତା ଥିଲେ। ମଜହର ଖାନ, ଶାନ ଚଳଚ୍ଚିତ୍ର ଏବଂ ବୁନିୟାଦ ସିରିଏଲରେ ଅଭିନୟ କରିଥିଲେ। ତେବେ ୧୯୯୮ ମସିହାରେ ଜିନତ ଓ ମଜହରଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ମଜହର ଡ୍ରଗ୍ସ ସେବନ କରୁଥିବାରୁ ଛାଡ଼ପତ୍ର ହୋଇଥିବା ସେତେବେଳେ ଜିନତ ଅମାନ କହିଥିଲେ।  


 ମଜହରଙ୍କ ପରିବାର ଅନ୍ତିମ ଦର୍ଶନ ପାଇଁ ମଧ୍ୟ ଦେଇ ନଥିଲେ


ଜିନତ ଅମାନ ଏକ ସାକ୍ଷାତକାରରେ କହିଛନ୍ତି, 'ସବୁଠାରୁ ଖରାପ କଥା ହେଉଛି ମଜହରଙ୍କ ପରିବାର ସଦସ୍ୟ ମତେ ଅନ୍ତିମ ଦର୍ଶନ କରିବାକୁ ମଧ୍ୟ ଦେଇ ନଥିଲେ। ମଜହରଙ୍କ ମାଆ ଏବଂ ତାଙ୍କ ଭଉଣୀମାନେ ମୋତେ ବହୁତ ହଇରାଣ କରିଥିଲେ। ମୋ ପାଇଁ ଏହା ଏକ ଖରାପ ଚଳଚ୍ଚିତ୍ରର ଦୃଶ୍ୟ ଭଳି ଥିଲା। କାରଣ ମୁଁ ମଜହରଙ୍କୁ ଏତେ ଭଲ ପାଇବା ସତ୍ତ୍ୱେ ସେଠାରେ କେହି ଜଣେ ହେଲେ ମଧ୍ୟ ମୋ ସପକ୍ଷରେ କିଛି କହିନଥିଲେ। ମୋର ଦୁଇଟି ପିଲାଙ୍କର ବାପାକୁ ମଧ୍ୟ ଶେଷଥର ପାଇଁ ଦେଖିବାକୁ ମୋତେ ଦିଆଯାଇନଥିଲା। ମୋତେ ସେଠାରେ ବହୁତ ଗାଳି ଗୁଲଜ କରିବା ସହ ଅପମାନିତ କରାଯାଇଥିଲା।'


Also Read: 'ଦି କଶ୍ମୀର ଫାଇଲ୍ସ'କୁ ନେଇ ବିବାଦ ମଧ୍ୟରେ ଫିଲ୍ମ ଉପରେ ଆସିଲା ଆମୀର ଖାନଙ୍କ ପ୍ରତିକ୍ରିୟା...


ଜିନତ ଅମାନ ୧୯ ନଭେମ୍ବର ୧୯୫୧ ମସିହାରେ ବମ୍ବେ (ମୁମ୍ବାଇ)ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ମୁସଲମାନ ଥିବାବେଳେ ମାଆ ହିନ୍ଦୁ ଥିଲେ। ଅଭିନେତା ରଜା ମୁରାଦଙ୍କ ସମ୍ପର୍କୀୟ ଏବଂ ଅଭିନେତା ମୁରାଦଙ୍କ ଭାଣିଜୀ ହେଉଛନ୍ତି ଜିନତ। ଯେତେବେଳେ ଜିନତଙ୍କୁ ୧୩ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା। ୧୯୭୧ ମସିହାରେ ଜିନତଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ ହୋଇଥିଲା। ହଲଚଲ ଚଳଚ୍ଚିତ୍ରରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ ଜିନତ। ପରେ ହଙ୍ଗାମା ଚଳଚ୍ଚିତ୍ରରେ ମଧ୍ୟ ଏକ ଛୋଟ ଭୂମିକାରେ ସେ ଅଭିନୟ କରିଥିଲେ। ତେବେ ଦୁଇଟିଯାକ ଚଳଚ୍ଚିତ୍ର ଫ୍ଲପ ହୋଇଥିଲା। ପରେ ସେ ଅନେକ ଚଳଚ୍ଚିତ୍ରରେ ନିଜର ନିଖୁଣ ଅଭିନୟ ପ୍ରଦର୍ଶନ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଥିଲେ।