'ଦି କଶ୍ମୀର ଫାଇଲ୍ସ'କୁ ନେଇ ବିବାଦ ମଧ୍ୟରେ ଫିଲ୍ମ ଉପରେ ଆସିଲା ଆମୀର ଖାନଙ୍କ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ..
Advertisement

'ଦି କଶ୍ମୀର ଫାଇଲ୍ସ'କୁ ନେଇ ବିବାଦ ମଧ୍ୟରେ ଫିଲ୍ମ ଉପରେ ଆସିଲା ଆମୀର ଖାନଙ୍କ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ..

 Aamir Khan Reaction The Kashmir Files: ନିକଟରେ ଦି କଶ୍ମୀର ଫାଇଲ୍ସ ଟିମ୍ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦିବେନ୍ ପଟେଲଙ୍କୁ ଭେଟିଥିଲେ । ଯାହା ପରେ ସିଏମ ଯୋଗୀ ସୋସିଆଲ ମିଡିଆରେ ଫିଲ୍ମର ଟିମ୍ ସହିତ ପଟୋ ସେୟାର କରିଥିଲେ ।

'ଦି କଶ୍ମୀର ଫାଇଲ୍ସ'କୁ ନେଇ ବିବାଦ ମଧ୍ୟରେ ଫିଲ୍ମ ଉପରେ ଆସିଲା ଆମୀର ଖାନଙ୍କ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ..

ନୂଆଦିଲ୍ଲୀ: Aamir Khan Reaction The Kashmir Files: ବିବେକ ଅଗ୍ନିହୋତ୍ରୀ (Vivek Agnihotri) ନିର୍ଦ୍ଦେଶିତ ଫିଲ୍ମ 'ଦି କଶ୍ମୀର ଫାଇଲ୍ସ' ସିନେମାନ ଘରେ ଜୋରଦାର ପ୍ରଦର୍ଶନ କରୁଛି । କଶ୍ମୀରୀ ପଣ୍ଡିତମାନଙ୍କ (Kashmiri Pandits) ଉପରେ ନିର୍ମିତ ଏହି ଚଳଚ୍ଚିତ୍ରଟି ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଫିଲ୍ମରେ ଅନୁପେମ ଖେର (Anupam Kher) ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । ଦି କଶ୍ମୀର ଫାଇଲ୍ସରେ ହୃଦୟ ବିଦାରକ କାହାଣୀ ଦେଖାଯାଇଛି । ଏହି ଫିଲ୍ମକୁ ବହୁତ ପସନ୍ଦ କରାଯାଉଛି । ଏହି ଫିଲ୍ମଟି ଖୁବ୍ ଶୀଘ୍ର ୨୦୦ କୋଟିର କ୍ଲବରେ ସାମିଲ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ର ଅନେକ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି । ଏହାସହ ଦି କଶ୍ମୀର ଫାଇଲ୍ସ ମଧ୍ୟ ଅନେକ ବିବାଦରେ ଛନ୍ଦି ହୋଇପଡିଛି । ବର୍ତ୍ତମାନ ଏହି ଫିଲ୍ମକୁ ନେଇ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ (Mr. Perfectionist of Bollywood Aamir Khan) ଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ଫିଲ୍ମ ବିଷୟରେ ଅନେକ କଥା କହିଛନ୍ତି ।

ବିବାଦ ଘେରି ରହିଥିବା ସତ୍ତ୍ୱେ ଫିଲ୍ମଟି ଲୋକଙ୍କ ସମର୍ଥନ ହାସଲ କରୁଛି । ଏଥିରେ ଆମୀର ଖାନ (Aamir Khan) ମଧ୍ୟ ସାମିଲ ଅଛନ୍ତି । ଦେଶକୁ କଶ୍ମୀରୀ ପଣ୍ଡିତଙ୍କ ଯନ୍ତ୍ରଣା ଜାଣିବା ଆବଶ୍ୟକ ବୋଲି ଆମୀର ଖାନ କହିଛନ୍ତି । କଶ୍ମୀରୀ ପଣ୍ଡିତମାନଙ୍କ ସ୍ଥିତିକୁ ଦେଖି ଦୁଃଖ ଲାଗେ ବୋଲି ସେ କହିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଦି କଶ୍ମୀର ଫାଇଲ୍ସ ଭାରତରେ ୧୪୧ କୋଟିର ବ୍ୟବସାୟ କରିସାରିଛି । ପ୍ରଥମ ସପ୍ତାହରେ ଏହି ଫିଲ୍ମଟି କେବଳ ୬୩୦ ଥିଏଟରରେ ପ୍ରଦର୍ଶିତ ହୋଇଥିଲା କିନ୍ତୁ ବର୍ତ୍ତମାନ ଏହା ପ୍ରାୟ ୪,୦୦୦ ଥିଏଟରରେ ପ୍ରଦର୍ଶିତ ହେଉଛି । ଏହି ଫିଲ୍ମଟି ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ଼ରେ ମଧ୍ୟ ଡବ୍ କରାଯାଉଛି । ଆକଳନ ଅନୁଯାୟୀ, ଫିଲ୍ମଟି ଖୁବ୍ ଶୀଘ୍ର ୨୦୦ କୋଟି କ୍ଲବରେ ସାମିଲ ହେବ । କିନ୍ତୁ ଫିଲ୍ମକୁ ନେଇ ବିବାଦ କମିନାହିଁ । ନିକଟ ଅତୀତରେ ଦି କଶ୍ମୀର ଫାଇଲ୍ସ ଟିମ୍ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦିବେନ୍ ପଟେଲଙ୍କୁ ଭେଟିଥିଲେ । ଯାହା ପରେ ସିଏମ ଯୋଗୀ ସୋସିଆଲ ମିଡିଆରେ ଫିଲ୍ମର ଟିମ୍ ସହିତ ପଟୋ ସେୟାର କରିଥିଲେ ।

ଏହା ବି ପଢ଼ନ୍ତୁ:-ବଡ଼ ଖବର: ରାସନ କାର୍ଡ ତାଲିକାରୁ ଖୁବ୍ ଶୀଘ୍ର କଟାଯିବ କୋଟି କୋଟି ଲୋକଙ୍କ ନାମ! ତୁରନ୍ତ ଚେକ୍ କରନ୍ତୁ ଲିଷ୍ଟରେ ଆପଣଙ୍କ ନାଁ

ପ୍ରଧାନମନ୍ତ୍ରୀ ମୋଦୀ (PM Mdoi) ଙ୍କ ସମେତ ବହୁ ବିଜେପି ନେତା ଦି କଶ୍ମୀର ଫାଇଲ୍ସକୁ ପ୍ରଶଂସା କରିଛନ୍ତି । ୮ଟି ରାଜ୍ୟରେ ଫିଲ୍ମ ଟିକସମୁକ୍ତ କରାଯାଇଛି । କଶ୍ମୀରୀ ପଣ୍ଡିତଙ୍କ ଦୁଃଖ ଓ ଯନ୍ତ୍ରଣା ଉପରେ ଆଧାରିତ ଏହି ଫିଲ୍ମ ବଡ଼ ଷ୍ଟାର ବିନା, ଗୀତ ବିନା, ବଡ଼ ବଜେଟ୍ ଚଳଚ୍ଚିତ୍ର ବିନା କ୍ରମାଗତ ଭାବରେ ଆଗକୁ ବଢୁଛି । ଏହି ଚଳଚ୍ଚିତ୍ରରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର ଏବଂ ପଲ୍ଲବୀ ଯୋଶୀ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବିବେକ ଅଗ୍ନିହୋତ୍ରୀ ।