ଦୀପିକାଙ୍କ କୋ-ଷ୍ଟାର୍ ଗିରଫ, ଏକାଧିକ ମହିଳା କଲେ ଦୁଷ୍କର୍ମ ଅଭିଯୋଗ
Advertisement

ଦୀପିକାଙ୍କ କୋ-ଷ୍ଟାର୍ ଗିରଫ, ଏକାଧିକ ମହିଳା କଲେ ଦୁଷ୍କର୍ମ ଅଭିଯୋଗ

ଦୁଷ୍କର୍ମ ମାମଲାରେ ଅଭିନେତା କ୍ରିସ (Kris Wo) ଙ୍କୁ ଗରିଫ ପରେ ପଚରାଉଚରା କରାଯାଉଛି। ଅଭିଯୋଗ ହୋଇଛି ଯେ ସେ ଝିଅମାନଙ୍କ ସହ ସମ୍ପର୍କ ରଖିବା ପାଇଁ ଅନଲାଇନ କୌଶଳ ଅବଲମ୍ବନ କରୁଥିଲେ।

 ସୌ- ସୋସିଆଲ ମିଡିିଆ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ (Deepika Padukone) ଙ୍କ ସହ ତାଙ୍କର ପ୍ରଥମ ହଲିଉଡ ଫିଲ୍ମ 'XXx: ରିଟର୍ନ ଅଫ୍ ଜେଣ୍ଡର୍ କେଜ୍'ରେ ନଜର ଆସିଥିବା ଅଭିନେତା କ୍ରିସ୍ ୱୋଙ୍କ ଉପରେ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି। ବେଜିଂ ପୋଲିସ କହିଛି ଯେ, ସେମାନେ ୩୦ ବର୍ଷ ବୟସ୍କ କାନାଡିୟ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି।

ଦୁଷ୍କର୍ମ ମାମଲାରେ ଅଭିନେତା କ୍ରିସ (Kris Wo) ଙ୍କୁ ଗରିଫ ପରେ ପଚରାଉଚରା କରାଯାଉଛି। ଅଭିଯୋଗ ହୋଇଛି ଯେ ସେ ଝିଅମାନଙ୍କ ସହ ସମ୍ପର୍କ ରଖିବା ପାଇଁ ଅନଲାଇନ କୌଶଳ ଅବଲମ୍ବନ କରୁଥିଲେ। କୁହାଯାଉଛି ଯେ, କ୍ରିସ୍ ଗତ ମାସରେ ଜଣେ ୧୮ ବର୍ଷ ବୟସ୍କା ଛାତ୍ରୀଙ୍କ ସହ ଜବରଦସ୍ତ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ। ଖବର ଅନୁଯାୟୀ, ଯୁବତୀ କୁହନ୍ତି ଯେ କ୍ରିସ୍ ତାଙ୍କୁ ମଦ୍ୟପାନ କରି ସମ୍ପର୍କ ରଖିବାକୁ ଜିଦ୍ ଧରିଥିଲେ।

Also Read: ଖୋଲିଲା ରାଜ କୁନ୍ଦ୍ରାଙ୍କ ଗିରଫଦାରୀର ରାଜ୍! ୫୧ ଅଶ୍ଲୀଳ ଫିଲ୍ମ କଲା ପର୍ଦ୍ଦାଫାସ

ପୀଡିତା କୁହନ୍ତି ଯେ, କ୍ରିସଙ୍କ ଟିମ୍ ତାଙ୍କୁ ଏକ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିବାକୁ ପ୍ରଲୋଭିତ କରି ଅଭିନେତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ। ଗଣମାଧ୍ୟମ ରିପୋର୍ଟରେ ଏହା କୁହାଯାଉଛି ଯେ ଝିଅଟି କହିଛି ଯେ କ୍ରିସ୍ ୱୁଙ୍କ ବିଷୟରେ ଅନ୍ୟ ୭ ଜଣ ମହିଳା ତାଙ୍କୁ ଜଣାଇଛନ୍ତି, ଯାହାଙ୍କୁ ଅଭିନେତା ଦୁଷ୍କର୍ମ କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ୨୪ ଜଣ ମହିଳା ମଧ୍ୟ କ୍ରିସଙ୍କୁ ଅସଦାଚରଣ ଏବଂ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି। କିନ୍ତୁ ପୂର୍ବରୁ କ୍ରିସ୍ ନିଜ ବିରୁଦ୍ଧରେ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି।