ନୂଆଦିଲ୍ଲୀ: ବିଜି ସିଡ୍ୟୁଲରୁ ବୋର ହେଲେଣି ବଲିଉଡ କ୍ୱିନ କଙ୍ଗନା ରଣାୱତ। ନିକଟରେ ତାଙ୍କର ଆଗାମୀ ଫିଲ୍ମ ଥାଲାବୀର ସୁଟିଂ ଶେଷ ହୋଇଛି। ଆଉ ସେ ବର୍ତ୍ତମାନ ନିଜ ପରିବାର ସହ ଛୁଟି କାଟୁଛନ୍ତି। କିନ୍ତୁ ଏହାରି ଭିତରେ କଙ୍ଗନା ଆଗାମୀ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଯାହାକୁ ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

କଙ୍ଗନା (Kangana Ranaut) ଜଣେ ଧର୍ମ ପରାୟଣ ମହିଳା। ସେ ପ୍ରୟାତଃ ତାଙ୍କ ମନ୍ଦିର ଦର୍ଶନର ଫଟୋ ଗୁଡିକୁ ସୋସିଆଲ ମିଡିଆ (Social Media) ରେ ସେୟାର କରିଥାନ୍ତି। ଏକ ଦୁର୍ଗା ମନ୍ଦିର (Durga temple) ନିର୍ମାଣ କରିବାକୁ ମଧ୍ୟରେ କିଛି ମାସ ପୂର୍ବରୁ ନିଜ ଇଚ୍ଛା ବ୍ୟକ୍ତ କରିଥିଲେ। କିନ୍ତୁ ଆସନ୍ତାବର୍ଷ ଅର୍ଥାତ ୨୦୨୧ ମସିହାରେ କିଛି ପ୍ରସିଦ୍ଧ ତୀର୍ଥ ସ୍ଥଳ ଯାତ୍ରା କରିବାକୁ ସେ ପ୍ଲାନିଂ କରିଛନ୍ତି। 


Also Read: କଙ୍ଗନାଙ୍କ ପୁତୁରା ପ୍ରେମ!


ମଙ୍ଗଳବାର କଙ୍ଗନା ନିଜ ମାଆଙ୍କ ସହିତ ଉଠାଇଥିବା ଏକ ଫଟୋକୁ ଟ୍ୱିଟରରେ ସେୟାର କରିଛନ୍ତି। ସେ ଫଟୋ ସହ ଲେଖିଛନ୍ତି, "କିଛି ବର୍ଷ ପୂର୍ବେ ମୁଁ ମାଆଙ୍କ ସହ କାଶୀବିଶ୍ୱନାଥ (Kashibiswanath) ଙ୍କ ଦର୍ଶନ କରିଥିଲି। ମୁଁ ସାତ ଜ୍ୟୋତିର୍ଲିଙ୍ଗର ଦର୍ଶନ କରିଛି। ମୁଁ ଚାହୁଁଛି କି ୨୦୨୧ରେ କେଦାରନାଥ ଯାଇ ଅଷ୍ଟମ ଜ୍ୟୋତିର୍ଲିଙ୍ଗର ଦର୍ଶନ କରିବି। ପରବର୍ତ୍ତୀ ବର୍ଷ ପୁରୀ ଜଗନ୍ନାଥ (Puri Jagannath) ବି ଯିବାକୁ ଚାହୁଁଛି, ଆଉ ଆପଣ?"


 


ଉତ୍ତରାଖଣ୍ଡର ମୂଳନିବାସୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ସବୁବେଳେ ସୋସିଆଲ ମିଡିଆରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟୁଛନ୍ତି। ସୁଶାସନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ସେ ମହାରାଷ୍ଟ୍ର ସରକାରଙ୍କ ସହ ମୁହାଁମୁହିଁ ହୋଇଥିଲେ। ଯେଉଁଥିପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ତାଙ୍କ Y+ ସୁରକ୍ଷା ଦେଇଥିଲା। ଏବେ କୃଷକ ଆନ୍ଦୋଳନକୁ ବିରୋଧ କରି ସିଙ୍ଗର ତଥା ଅଭିନେତା ଦିଲଜୀତ ଦୋସାଞ୍ଜଙ୍କ ସହ କଙ୍ଗନାଙ୍କ ତୁତୁ ମେଁମେଁ ହୋଇଥିଲା।