କଙ୍ଗନାଙ୍କ ପୁତୁରା ପ୍ରେମ!
Advertisement
Article Detail0/zeeodisha/odisha810370

କଙ୍ଗନାଙ୍କ ପୁତୁରା ପ୍ରେମ!

କ୍ୱିନ ତାଙ୍କ ପୁତୁରା ପୃଥ୍ୱୀରାଜଙ୍କୁ ଓଠରେ ଚୁମ୍ବନ କରୁଛନ୍ତି। ଏହି ଫଟୋକୁ କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ (Instgram) ରେ ସେୟାର କରିବା ସହ ଏକ ଲମ୍ବା ନୋଟ ମଧ୍ୟ ଲେଖିଛନ୍ତି।

କଙ୍ଗନାଙ୍କ ପୁତୁରା ପ୍ରେମ

ନୂଆଦିଲ୍ଲୀ: ସୋଲିଆଲ ମିଡିଆରେ ଭାଇରାଲ ହେଉଛି ବଲିଉଡ କ୍ୱିନଙ୍କ ପୁରୁଣା ଫଟୋ। ଯେଉଁଠି ଝଲସି ଉଠୁଛି ତାଙ୍କର ଭଣଜା ପ୍ରେମ। ଫଟୋରେ କଙ୍ଗନା ତାଙ୍କ ପୁତୁରାଙ୍କ ଓଠରେ ଚୁମ୍ବନ କରୁଥିବାର ଦେଖିବାକୁ ମିଳୁଛି। ତେବେ ଏହି ଫଟୋକୁ ନେଇ କିଛି ଲୋକ ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି।

କଙ୍ଗନା (Kangana Ranaut) ଙ୍କ ଭାଇରାଲ ଫଟୋ ଗତ ନଭେମ୍ବର ମାସର ବୋଲି କୁହାଯାଉଛି। ରାଜସ୍ଥାନ (Rajasthan) ର ଉଦୟପୁରରେ କଙ୍ଗନା ରାୱତଙ୍କ ଭାଇ ଅକ୍ଷିତଙ୍କ ବିବାହ ବେଳେ ଏହି ଫଟୋ ଉଠାଯାଇଥିଲା। ଯେଉଁଠାରେ କ୍ୱିନ ତାଙ୍କ ପୁତୁରା ପୃଥ୍ୱୀରାଜଙ୍କୁ ଓଠରେ ଚୁମ୍ବନ କରୁଛନ୍ତି। ଏହି ଫଟୋକୁ କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ (Instgram) ରେ ସେୟାର କରିବା ସହ ଏକ ଲମ୍ବା ନୋଟ ମଧ୍ୟ ଲେଖିଛନ୍ତି।

Also Read: କଙ୍ଗନା ବିବାଦରୁ ଶିବସେନାକୁ ମିଳିବ ଏହି ୪ଟି ଲାଭ !

କଙ୍ଗନା ଲେଖିଛନ୍ତି, " ଆମେ ଯେତେବେଳେ ସୁଟିଂ ପାଇଁ ବାହାରିଲୁ, ସେ ନଯିବାକୁ କହିଲା, କିନ୍ତୁ ମୁଁ କାମ କରିବାକୁ ଜରୁରୀ କଲି, ସେ ଭାବପ୍ରବଣ ହୋଇ ଦେଖିବା ସହ ମୋ କୋଳରେ ବସିଗଲା ଓ ହସି ୨ ମିନିଟ ବସିବାକୁ କହିଲା... କିନ୍ତୁ ତାର ଆଖି ଛଳଛଳ ହୋଇଯାଇଥିଲା।" ତେବେ ଏହି ଫଟୋକୁ ଦେଇ କିଛି ଲୋକ କଙ୍ଗନା (Bollywood Queen) ଙ୍କୁ ଟ୍ରୋଲ କରିଛନ୍ତି। ପୁତୁରାଙ୍କ ଓଠର ଚୁମ୍ବନକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି।

 
 
 
 

 
 
 
 
 
 
 
 
 
 
 

A post shared by Kangana Ranaut (@kanganaranaut)

ସୂଚନାଯୋଗ୍ୟ, କଙ୍ଗନା ରଣାୱତ ଆଗାମୀ ଫିଲ୍ମ ଥାଲାଇଭି (Thalaivi) ଜୟଲଳିତାଙ୍କ ବାୟୋପିକ ଉପରେ ଆଧାରିତ। ଫିଲ୍ମ ଧକଡ (Dhaakad) ପାଇଁ ମଧ୍ୟ ତାଙ୍କର ପ୍ରସ୍ତୁତି ଚାଲିଛି। ସେପଟେ କଙ୍ଗନାଙ୍କ ପଲିଟିକାଲ ଷ୍ଟଣ୍ଟଙ୍କୁ ନେଇ ମଧ୍ୟ ଯୋରଦାର ଚର୍ଚ୍ଚା ଚାଲିଛି। ସେ ନିକଟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଥିଲେ। ଯାହାରି ପରେ କଙ୍ଗନା ବିଜେପିରେ ସାମିଲ ହେବାନେଇ ହିଣ୍ଟ ମିଳିଥିଲା।