ନୂଆଦିଲ୍ଲୀ: ହୋଲି ପର୍ବ ଆପୋଷ ମତଭେଦ ଦୂର କରି ଆଲିଙ୍ଗନ କରିବାର ଏକ ସୁଯୋଗ ଆଣିଛି। କିନ୍ତୁ, ଅନେକ ସମୟରେ ଖୁସିର ମାହୋଲ ଦୁଃଖରେ ବଦଳିଯାଏ। ଭଲପାଇବା ଘୃଣାରେ ପରିଷମ ହୁଏ। ରଙ୍ଗ ମଣିଷ ଶରୀର ଉପରେ ଉଭୟ ବୈଜ୍ଞାନିକ ଓ ରାଶିଚକ୍ର ଉପରେ ପ୍ରଭାବ ପକାଇଥାଏ। ଏହା ମଣିଷର ମନୋଭାବକୁ ପ୍ରଭାବିତ କରିଥାଏ। ଅନୁକୂଳ ରଙ୍ଗ ମନୋବଳକୁ ବଢ଼ାଇପାରେ। ସେହିପରି ଭୁଲ୍ ରଙ୍ଗ ବିବାଦରେ ପକାଇପାରେ। ଏପରି ପରିସ୍ଥିତିରେ ଭୁଲ୍ ରଙ୍ଗଠାରୁ ଦୂରରେ ରହି ହୋଲିରେ ଆପଣଙ୍କ ପାଇଁ ଉପଯୁକ୍ତ ରଙ୍ଗ ବାଛିବା ଆବଶ୍ୟକ। 


COMMERCIAL BREAK
SCROLL TO CONTINUE READING

ଯଦି ଆପଣ ଚନ୍ଦ୍ର ରାଶି ଅନୁଯାୟୀ ରଙ୍ଗ ଲଗାଇବେ କିମ୍ୱା ପୋଷାକ ପିନ୍ଧିବେ ତେବେ ଆପଣଙ୍କ ପାଇଁ ହୋଲି ପର୍ବ ଅଧିକ ରଙ୍ଗୀନ ହେବ। ଏଥର ଆସନ୍ତା ୧୮ ତାରିଖରେ ହୋଲି ପର୍ବ ପଡୁଛି। ଏଭଳି ପରିସ୍ଥିତିରେ ଜ୍ୟୋତିଷ ଦିନବନ୍ଧୁ ନାୟକ ହୋଲିରେ କେଉଁ ରଙ୍ଗ ବ୍ୟବହାର କରିବା କିପରି ଶୁଭ ହେବ ତାହା ସୂଚନା ଦେଇଛନ୍ତି। ହୋଲିକା ଦହନରେ ରାଶି ଅନୁଯାୟୀ ଆହୁତି ଦିଅନ୍ତୁ ଓ ତାହାର ପରିକ୍ରମା କଲେ ଧନ ପ୍ରାପ୍ତି ହେବ। ରାଶି ଅନୁସାରେ ହୋଲିରେ କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ ଓ ଅଶୁଭ ଜାଣନ୍ତୁ-


  • ମେଷ ଓ ବିଛା: ଏହି ରାଶିର ଲୋକମାନେ ନାଲି, ସାଫ୍ରନ୍ ଓ ଗୋଲାପୀ ଅବିରରେ ହୋଲି ଖେଳିଲେ ଶୁଭ ଫଳ ମିଳିବ। କଳା ଓ ନୀଳ ରଙ୍ଗରୁ ଦୂରେଇ ରହିବା ଉଚିତ୍।

  • ବୃଷ ଓ ତୁଳା: ଏହି ରାଶିର ଲୋକମାନେ ଧଳା, ରୂପା, ବାଦାମୀ ଆଦି ରଙ୍ଗରେ ହୋଲି ଖେଳିବାକୁ ଉପଭୋଗ କରିବେ। ଏହି ରାଶିର ଲୋକେ ସବୁଜ ରଙ୍ଗରୁ ଦୂରେଇ ରୁହନ୍ତୁ।

  • ମିଥୁନ ଓ କନ୍ୟା: ଏହି ରାଶିର ଲୋକଙ୍କ ପାଇଁ ସବୁଜ ରଙ୍ଗରେ ହୋଲି ଖେଳିବା ଭଲ। ନାଲି, କମଳା ରଙ୍ଗରୁ ଦୂରେଇ ଏହି ରାଶିର ଲୋକେ ଦୂରେଇ ରୁହନ୍ତୁ।

  • କର୍କଟ: ଏହି ରାଶିର ଲୋକେ ହୋଲିରେ ପାଣି ରଙ୍ଗରୁ ଦୂରେଇ ରୁହନ୍ତୁ। ନୀଳ କିମ୍ବା ଚନ୍ଦନ କାଠର ତିଲକ କରନ୍ତୁ କିମ୍ବା କରାନ୍ତୁ। କଳା ଓ ନୀଳ ରଙ୍ଗରୁ ଦୂରେଇ ରୁହନ୍ତୁ।

  • ସିଂହ: ଏହି ରାଶିର ଲୋକେ ହୋଲିପର୍ବରେ ହଳଦିଆ, କମଳା ଓ ସୁବର୍ଣ୍ଣ ରଙ୍ଗ ବ୍ୟବହାର କରନ୍ତୁ। କଳା, ଧୂସର ଓ ନୀଳ ରଙ୍ଗ ଆପଣଙ୍କ ମନୋଭାବକୁ ବିଗାଡ଼ିପାରେ...

  • ଧନୁ ଓ ମୀନ: ଏହି ରାଶିର ଲୋକେ ହୋଲିପର୍ବରେ ହଳଦିଆ, ଲାଲ, କମଳା ଓ ନାରଙ୍ଗୀ ରଙ୍ଗ ବ୍ୟବହାର କରିପାରିବେ। ଏହି ରାଶିର ଲୋକେ କଳା ରଙ୍ଗଠାରୁ ଦୂରେଇ ରହିବା ଭଲ।

  • ମକର ଓ କୁମ୍ଭ: ଏହି ରାଶିର ଲୋକେ କଳା କିମ୍ବା ନୀଳ, ଧୂସର ରଙ୍ଗ ଅଧିକ ପ୍ରୟୋଗ କରନ୍ତୁ। ଏହି ରଙ୍ଗୀର ହୋଲିପର୍ବ ସହ ଆପଣଙ୍କ ଜୀବନରେ ରଙ୍ଗ ଭରିଦେବ। କିନ୍ତୁ ନାଲି, ଗୋଲାପୀ ଅବିରଠାରୁ ଦୂରେଇ ରୁହନ୍ତୁ।


Also Read: କପିଲଙ୍କ ସପକ୍ଷରେ ଅନୁପମ; କିଏ ରଚିଥିଲା କି ଷଡ଼ଯନ୍ତ୍ର?


 


ହୋଲି ପର୍ବରେ ରାସାୟନିକ ରଙ୍ଗ ପରିବର୍ତ୍ତେ ପ୍ରାକୃତିକ ରଙ୍ଗ ବ୍ୟବହାର କରନ୍ତୁ। ପ୍ରାକୃତିକ ବସ୍ତୁ ଓ ଫୁଳକୁ ବ୍ୟବହାର କରି ସୁଖିଲା କିମ୍ୱା ଓଦା ରଙ୍ଗ ବ୍ୟବହାର କରନ୍ତୁ। ଭଗବାନ କୃଷ୍ଣ ହୋଲି ଖେଳରେ ଫୁଲ ବ୍ୟବହାର କରୁଥିଲେ। 


  • ନାଲି ରଙ୍ଗ ପବିତ୍ରତା, ସବୁଜ ରଙ୍ଗ ପ୍ରକୃତି, ନୀଳ ରଙ୍ଗ ଶାନ୍ତି, ହଳଦିଆ ରଙ୍ଗ ଶୁଦ୍ଧତା, ଗୋଲାପୀ ରଙ୍ଗ ଓ କଳା କ୍ରୁରତା ଭାବକୁ ପ୍ରତିପାଦିତ କରେ। 

  • ମେହେନ୍ଦି, ପାଳଙ୍ଗ, ପୁଦିନାକୁ ବାଟି କରି ଛାଣି ନିଅନ୍ତୁ ଓ ପ୍ରାକୃତିକ ସବୁଜ ରଙ୍ଗ ପ୍ରସ୍ତୁତ କରନ୍ତୁ। ପଳାଶ, ଗୁଲମୋହର ଫୁଲରୁ ଲାଲ ରଙ୍ଗ ପ୍ରସ୍ତୁତ କରନ୍ତୁ। 

  • ହଳଦି ତଥା କୁସୁମ ଫୁଲରେ ଆପଣ ହଳଦିଆ ରଙ୍ଗ ପ୍ରସ୍ତୁତ କରିପାରିବେ। 

  • ଡାଳିମ୍ବ ଚୋପା, ଟମାଟୋ ଓ ବିଟ୍ରୁଟରେ ଗୋଲାପି ରଙ୍ଗ ତିଆରି କରିପାରିବେ। 

  • ଟିକେ କେଶରରେ ପ୍ରଚିର କମଳା ରଙ୍ଗ ପ୍ରସ୍ତୁତ ହୋଇପାରିବ। 

  • ଚା'ପତି କିମ୍ୱା କଫିରେ ବାଦାମୀ ରଙ୍ଗ ପ୍ରସ୍ତୁତ କରିପାରିବେ। 

  • ଶୁଖିଲା ରଙ୍ଗ ପାଇଁ, ଆପଣ ଲାଲ, ହଳଦିଆ ଓ ଧଳା ରଙ୍ଗ ପାଇଁ ମୁଲତାନି ମାଟିରେ ମଇଦା ମିଶାଇ ପ୍ରାକୃତିକ ଅବିର ତିଆରି କରିପାରିବେ। ଏହି ପ୍ରାକୃତିକ ରଙ୍ଗ ଚର୍ମ ପାଇଁ ମଧ୍ୟ ଲାଭଦାୟକ ହେବ।