ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଯୁବତୀ; ଜାଣନ୍ତୁ, ଓଡ଼ିଶାରେ କେଉଁଠି ହେଉଛି ଆୟୋଜନ?
Advertisement

ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଯୁବତୀ; ଜାଣନ୍ତୁ, ଓଡ଼ିଶାରେ କେଉଁଠି ହେଉଛି ଆୟୋଜନ?

ଦୀର୍ଘ ୧୧ ବର୍ଷ ଧରି ସମ୍ୱଲପୁର ଜିଲ୍ଲା ବଡି ବିଲ୍ଡରସ ଓ ଫିଟନେସ୍ ତରଫରୁ ଗତ ରବିବାର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମଥର ମହିଳାମାନେ ମଧ୍ୟ ଭାଗ ନେଇଥିଲେ। ସାରା ରାଜ୍ୟରୁ ୨୫୦ରୁ ଅଧିକ ପୁରୁଷ ଓ ମହିଳା ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗନେଇ ସୁନ୍ଦର ସ୍ୱାସ୍ଥ୍ୟର ପ୍ରଦର୍ଶନ କରିଥିଲେ।

ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଯୁବତୀ; ଜାଣନ୍ତୁ, ଓଡ଼ିଶାରେ କେଉଁଠି ହେଉଛି ଆୟୋଜନ?

ସମ୍ବଲପୁର: ନିଶା କବଳରେ ପଡ଼ି ଅନେକ ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି। ମଦ, ସିଗାରେଟ୍, ଗଞ୍ଜେଇଠାରୁ ଆରମ୍ଭ କରି ବ୍ରାଉନସୁଗର ଭଳି ଭୟଙ୍କର ନିଶା ଆଜିର ଯୁବପିଢ଼ିଙ୍କୁ କବଳିତ କରିବାରେ ଲାଗିଛି। ଆଉ ଅତି ସହଜରେ ଏହି ନିଶାକୁ ଗ୍ରହଣ କରିନେଉଛନ୍ତି। ନିଶା କାରବାର ବଢ଼ିବା ସହ ସମାଜରେ ଅପରାଧ ବଢ଼ିଚାଲିଛି। ନିଶା ସେବନ ଦ୍ୱାରା ସୁନ୍ଦ ତ୍ୱଚା ହେଉ ଅବା ସୁନ୍ଦର ସ୍ୱାସ୍ଥ୍ୟରୁ ବଞ୍ଚିତ ହେଉଛନ୍ତି। ତେବେ ଏହାରି ଭିତରେ ଯୁପିଢ଼ିଙ୍କୁ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବା ସହ ଏଥିପ୍ରତି ଆକୃଷ୍ଟ କରିବାକୁ ସମ୍ୱଲପୁର ଅଇଁଠାପାଲିସ୍ଥିତ ପିଏଚଡି ପଡ଼ିଆରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ୨୦୨୨ ଆୟୋଜିତ ହୋଇଥିଲା।  

ଦୀର୍ଘ ୧୧ ବର୍ଷ ଧରି ସମ୍ୱଲପୁର ଜିଲ୍ଲା ବଡି ବିଲ୍ଡରସ ଓ ଫିଟନେସ୍ ତରଫରୁ ଗତ ରବିବାର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମଥର ମହିଳାମାନେ ମଧ୍ୟ ଭାଗ ନେଇଥିଲେ। ସାରା ରାଜ୍ୟରୁ ୨୫୦ରୁ ଅଧିକ ପୁରୁଷ ଓ ମହିଳା ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗନେଇ ସୁନ୍ଦର ସ୍ୱାସ୍ଥ୍ୟର ପ୍ରଦର୍ଶନ କରିଥିଲେ। ତେବେ  ମହିଳା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ଥିଲା। ଏହି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଯୁବତୀମାନେ ଭାଗ ନେଇ ସେମାନେ ମଧ୍ୟ କାହାଠାରୁ ପଛରେ ନାହାନ୍ତି ବୋଲି ଦେଖାଇଦେଇଥିଲେ।

Also Read: ସୁନ୍ଦରୀଙ୍କ ହାତରେ ଦେଶର ସୁରକ୍ଷା ଦାୟିତ୍ୱ

 

ମିଷ୍ଟର ଓ ମିସ୍ ଓଡ଼ିଶା ପ୍ରତିଯୋଗିତାର ୧୮ଟି ବିଭାଗରେ ୨୫୦ରୁ ଅଧିକ ପୁରୁଷ ଓ ମହିଳା ପ୍ରତିଯୋଗୀମାନେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀମାନଙ୍କୁ ମିଷ୍ଟର ଓ ମିସ୍ ଓଡ଼ିଶା ଭାବେ ପୁରସ୍କୃତ କରାଯାଇଥିଲା। ମିଷ୍ଟର ଓଡ଼ିଶା ୨୦୨୨ ବିଜୟୀଙ୍କୁ ୪୦ ହଜାର ଟଙ୍କାର ଆର୍ଥିକ ରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା। ସେହିଭଳି ରନର୍ସଅପଙ୍କୁ ୧୫ ହଜାର ଟଙ୍କାର ଆର୍ଥିକ ରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ରାଜ୍ୟ ତରଫରୁ ଆଗକୁ ଜାତୀୟ ସ୍ତରର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗନେବେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। 

fallback

ଚଳିତବର୍ଷ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଯୁବତୀଙ୍କ ସ୍ୱାସ୍ଥ୍ୟ ପ୍ରଦର୍ଶନ ସମସ୍ତଙ୍କ ମନ ମୋହିଥିଲା। ଦୁଇ କୁନି ପହିଲମାନ କାର୍ଯ୍ୟକ୍ରମରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଯୁବକମାନେ ଯଦି ନିଶା ସେବନରୁ ଦୂରରେ ରହିବେ ଓ ନିଜ ସ୍ୱାସ୍ଥ୍ୟ ପାଇଁ କିଛି ସମୟ ଦେବେ ତାହେଲେ ସେମାନେ ମଧ୍ୟ ଏଭଳି ସୁନ୍ଦର ସ୍ୱାସ୍ଥ୍ୟ ପାଇ ପାରିବେ ବୋଲି କୃତି ପ୍ରତିଯୋଗିମାନେ କହିଛନ୍ତି। ଆଗକୁ ଆହୁରି ଭଲ କରିବା ପାଇଁ ଚେଷ୍ଟା କରିବେ ବୋଲି ଆୟୋଜକ ମଧ୍ୟ କହିଛନ୍ତି। 

fallback