ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ, ଜାଣନ୍ତୁ କେତେ ବେଳେ ହେବ କ'ଣ?
Advertisement
Article Detail0/zeeodisha/odisha924579

ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ, ଜାଣନ୍ତୁ କେତେ ବେଳେ ହେବ କ'ଣ?

ଦଇତାପତି ଓ ପୁଷ୍ପାଳକଙ୍କ ଆଲୋଚନା ଜିଲ୍ଲାପାଳ ଆଲୋଚନା କରିଛନ୍ତି। ଶ୍ରୀମନ୍ଦିର ସତ୍ବଲିପି ଆଧାରରେ ସ୍ନାନବେଦୀରେ ସେବାୟତ  ରହିବେ। ଆବଶ୍ୟକ ସଂଖ୍ୟକ ସେବାୟତଙ୍କୁ ନେଇ ସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀବେଜେ ନୀତିକାନ୍ତି ସମ୍ପନ୍ନ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

 

ଫାଇଲ ଫଟୋ

ପୁରୀ: ଛତିଶା ନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଗଜାନନ ବେଶକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ। ଦଇତାପତି ଓ ପୁଷ୍ପାଳକଙ୍କ ଆଲୋଚନା ଜିଲ୍ଲାପାଳ ଆଲୋଚନା କରିଛନ୍ତି। ଶ୍ରୀମନ୍ଦିର ସତ୍ବଲିପି ଆଧାରରେ ସ୍ନାନବେଦୀରେ ସେବାୟତ  ରହିବେ। ଆବଶ୍ୟକ ସଂଖ୍ୟକ ସେବାୟତଙ୍କୁ ନେଇ ସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀବେଜେ ନୀତିକାନ୍ତି ସମ୍ପନ୍ନ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଗତବର୍ଷ ଭାଳି ଏଥର ମଧ୍ୟ ବିନା ଭକ୍ତରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ନୀତି ହେବ।

ସ୍ନାନ ପୂର୍ଣ୍ଣିମା: 

ରାତି ୧ଟାରେ ମଙ୍ଗଳାର୍ପଣ ପରେ ପହଣ୍ଡି ବିଜେ ନୀତି
ଭୋର ୪ଟା ୩୦ରେ ମଙ୍ଗଳ ଆଳତି
ସକାଳ ୯ଟାରେ ଜଳଲାଗି ନୀତି
ଦିନ ୧୧ଟାରେ ଗଜାନନ ବେଶ
ସନ୍ଧ୍ୟା ୫ଟାରେ ବାହୁଡା ପହଣ୍ଡି

ରଥଯାତ୍ରା (ଜୁଲାଇ ୧୨):

ସକାଳ ୮ଟାରେ ରଥ ପ୍ରତିଷ୍ଠା
ସକାଳ ୮ଟା ୩୦ରେ ପହଣ୍ଡି ଆରମ୍ଭ
ଅପରାହ୍ଣ ୨ଟାରେ ଛେରାପହଁରା
ଅପରାହ୍‌ଣ ୩ଟାରେ ରଥଟଣା

ବାହୁଡା ଯାତ୍ରା (ଜୁଲାଇ ୨୦) :

ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ଯାଏଁ ପହଣ୍ଡି
ସମସ୍ତ ନୀତିକାନ୍ତି ପରେ ଅପରାହ୍ନ ୪ଟାରେ ରଥଟଣା

ସୁନାବେଶ (ଜୁଲାଇ ୨୧) : 

ଅପରାହ୍ନ ୪ଟାରୁ ୫ଟା ୩୦ ଭିତରେ ସୁନାବେଶ
ରାତି ୧୧ଟାରୁ ୧୨ଟା ମଧ୍ୟରେ ବେଶ ଓଲାଗି ନୀତି

ଅଧରପଣା (ଜୁଲାଇ ୨୨) :

ରାତି ୮ଟା ସୁଦ୍ଧା ଅଧରପଣା ନୀତି ଶେଷ

ନୀଳାଦ୍ରି ବିଜେ (ଜୁଲାଇ ୨୩) :

ଅପରାହ୍ନ ୪ଟାରୁ ପହଣ୍ଡି ଆରମ୍ଭ
ରାତି ୧୦ରେ ପହଣ୍ଡି ଶେଷ