Budh Guru Grah Gochar 2024: କୃତିକା ନକ୍ଷତ୍ରରେ ୨ଗ୍ରହଙ୍କ ସଂଯୋଗ, ୫ଟି ରାଶିକୁ ଫାଇଦା
Advertisement
Article Detail0/zeeodisha/odisha2306485

Budh Guru Grah Gochar 2024: କୃତିକା ନକ୍ଷତ୍ରରେ ୨ଗ୍ରହଙ୍କ ସଂଯୋଗ, ୫ଟି ରାଶିକୁ ଫାଇଦା

Budh Guru Grah Gochar 2024: ଆଜିଠାରୁ ପାଞ୍ଚ ଦିନ ପରେ ବୁଧ ଗ୍ରହ ନକ୍ଷତ୍ର ପରିବର୍ତ୍ତନ କରିବେ । ଏହା ପରେ ବୃହସ୍ପତିଙ୍କର ମଧ୍ୟ ଗତିବିଧି ପରିବର୍ତ୍ତନ ହେବ । ମଇ ୨୯, ୨୦୨୪ ଦ୍ୱିପହର ୪ଟା୨୪ ରେ ବୁଧ କୃତିକା ନକ୍ଷତ୍ରରେ ଚଳନ କରିବେ । ସେହି ଦିନ ରାତି ୯ଟା ୪୭ ରେ ଦେବଗୁରୁ କୃତିକା ନକ୍ଷତ୍ରରେ ଚଳନ କରିବେ । ଏପରି ସ୍ଥିତିରେ, ଯେତେବେଳେ ଉଭୟ ଗ୍ରହ କୃତିକା ନକ୍ଷତ୍ରରେ ଏକାଠି ହେବେ, ସେତେବେଳେ ଏହା କେତେକ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବ । ଆସନ୍ତୁ ଜାଣିବା କେଉଁ ପାଞ୍ଚଟି ରାଶିର ବ୍ୟକ୍ତିଙ୍କୁ ଲାଭ ମିଳିବ ।

Budh Guru Grah Gochar 2024: କୃତିକା ନକ୍ଷତ୍ରରେ ୨ଗ୍ରହଙ୍କ ସଂଯୋଗ, ୫ଟି ରାଶିକୁ ଫାଇଦା

Budh Guru Grah Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆଜିଠାରୁ ପାଞ୍ଚ ଦିନ ପରେ ବୁଧ ଗ୍ରହ ନକ୍ଷତ୍ର ପରିବର୍ତ୍ତନ କରିବେ । ଏହା ପରେ ବୃହସ୍ପତିଙ୍କର ମଧ୍ୟ ଗତିବିଧି ପରିବର୍ତ୍ତନ ହେବ । ମଇ ୨୯, ୨୦୨୪ ଦ୍ୱିପହର ୪ଟା୨୪ ରେ ବୁଧ କୃତିକା ନକ୍ଷତ୍ରରେ ଚଳନ କରିବେ । ସେହି ଦିନ ରାତି ୯ଟା ୪୭ ରେ ଦେବଗୁରୁ କୃତିକା ନକ୍ଷତ୍ରରେ ଚଳନ କରିବେ । ଏପରି ସ୍ଥିତିରେ, ଯେତେବେଳେ ଉଭୟ ଗ୍ରହ କୃତିକା ନକ୍ଷତ୍ରରେ ଏକାଠି ହେବେ, ସେତେବେଳେ ଏହା କେତେକ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବ । ଆସନ୍ତୁ ଜାଣିବା କେଉଁ ପାଞ୍ଚଟି ରାଶିର ବ୍ୟକ୍ତିଙ୍କୁ ଲାଭ ମିଳିବ ।

ତୁଳା ରାଶି
ଦାମ୍ପତ୍ୟ ଜୀବନରେ ପ୍ରେମ ବୃଦ୍ଧି ପାଇବ । ସାଥୀଙ୍କ ସହିତ ସମୟ ବିତାଇବେ । ଧାର୍ମିକ କାର୍ଯ୍ୟକଳାପ ସହିତ ଜଡିତ ବ୍ୟକ୍ତି ଖ୍ୟାତି ଅର୍ଜନ କରିବେ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବାର ସମ୍ଭାବନା ରହିଛି । ନୂଆ ଗାଡି କିଣିବା ପାଇଁ ସୋମବାର ଏବଂ ମଙ୍ଗଳବାର ଶୁଭ ଦିନ । ବ୍ୟବସାୟରେ ଲାଭ ବୃଦ୍ଧି ହେବ ।

ମକର ରାଶି
ଚାକିରି କ୍ଷେତ୍ରରେ ଆୟ ବୃଦ୍ଧି ପାଇବ । ବ୍ୟବସାୟୀମାନେ ଧନ ରୋଜଗାର ପାଇଁ ଅନେକ ନୂଆ ସୁଯୋଗ ପାଇବେ । ସେୟାର ବଜାରରେ ଟଙ୍କା ବିନିଯୋଗ ପାଇଁ ସମୟ ଅନୁକୂଳ ରହିଛି । ଯାହା ଭବିଷ୍ୟତରେ ଆପଣଙ୍କୁ ଭଲ ଲାଭ ଦେବ । ଦାମ୍ପତ୍ୟ ଜୀବନରେ ବିଶ୍ୱାସ ଏବଂ ପ୍ରେମ ବୃଦ୍ଧି ପାଇବ ।

ମକର ରାଶି
ନବ ବିବାହିତ ଦମ୍ପତିଙ୍କ ଜୀବନରେ ପ୍ରେମ ରହିବ । ଚାକିରି କ୍ଷେତ୍ରରେ ବିଦେଶରୁ ଏକ ବଡ଼ କମ୍ପାନୀରେ କାମ କରିବାର ସୁଯୋଗ ମିଳିପାରେ । ଛାତ୍ରମାନେ ଟିକିଏ ଧ୍ୟାନ ଦେଲେ ଭଲ ସଫଳତା ପାଇବେ । ବ୍ୟବସାୟୀଙ୍କ ଆୟ ବୃଦ୍ଧି ପାଇବ ।

ବୃଷ ରାଶି
ଦାମ୍ପତ୍ୟ ଜୀବନରେ ରୋମାନ୍ସ ବୃଦ୍ଧି ପାଇବ । ପୋଷାକ ବ୍ୟବସାୟୀମାନଙ୍କ ଭାଗ୍ୟ ଉଜ୍ଜ୍ୱଳ ରହିବ । ବଡ଼ ଅର୍ଡର ପାଇବା କାରଣରୁ ଭଲ ଲାଭ ପାଇବେ । ଆପଣ ଋଣ ପରିଶୋଧ କରିବେ । ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ । ପରୀକ୍ଷାରେ କୃତକାର୍ଯ୍ୟ ହେବାର ଅଧିକ ସମ୍ଭାବନା ରହିଛି ।

କୁମ୍ଭ ରଶି
ସହଭାଗୀତାରେ କାର୍ଯ୍ୟ କରୁଥିବା ବ୍ୟବସାୟୀ ବହୁ ଉପକୃତ ହୋଇପାରିବେ । ବ୍ୟବସାୟ ଭଲ ଚାଲିବା ସହ ଲାଭ ହେବ । ନୂଆ ସମ୍ପତ୍ତି କିଣିବା ପାଇଁ ମାସଟି ଶୁଭଙ୍କର । ନୂଆ ଯାନବାହନ କିଣିବାର ସମ୍ଭାବନା ରହିଛି । ଚାକିକି କ୍ଷେତ୍ରରେ ଭଲ ଖବର ପାଇପାରନ୍ତି  ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Shukra Nakshatra Parivartan 2024: ଶୁକ୍ରଙ୍କ ଚଳନ ପ୍ରଭାବରୁ ୫ ରାଶିକୁ ମିଳିବ ଧନ