Mangal Gochar 2024: ଜୁନ ୧୯ରୁ ବଦଳିବ ୩ରାଶିର ଭାଗ୍ୟ
Advertisement
Article Detail0/zeeodisha/odisha2292849

Mangal Gochar 2024: ଜୁନ ୧୯ରୁ ବଦଳିବ ୩ରାଶିର ଭାଗ୍ୟ

Mangal Gochar 2024: ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ କାରଣରୁ ୩ ଟି ରାଶିର ଲୋକଙ୍କ ଜୀବନରେ ସକରାତ୍ମକ ପ୍ରଭାବ ରହିବ । ଫଳରେ ଭାଗ୍ୟରେ ପରିବର୍ତ୍ତନ ହୋଇପାରେ ।

Mangal Gochar 2024: ଜୁନ ୧୯ରୁ ବଦଳିବ ୩ରାଶିର ଭାଗ୍ୟ

Mangal Gochar 2024: ଗ୍ରହମାନଙ୍କ ସେନାପତି ମଙ୍ଗଳ ୨୦୨୪ ମସିହା ଜୁନ୍ ୧୯ ତାରିଖରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଜୁନ୍ ୧ ରୁ ଅଶ୍ୱିନୀ ନକ୍ଷତ୍ରରେ ମଙ୍ଗଳଙ୍କ ଅବସ୍ଥାନ ରହିଥିବା ସମୟରେ ଜୁନ୍ ୧୯ ଅପରାହ୍ନ ୩ଟା୧୩ ରେ ଭାରିଣୀ ନକ୍ଷତ୍ରରେ ପ୍ରବେଶ କରିବେ ।  ଶାରୀରିକ ଶକ୍ତି, ଅସ୍ଥାବର ସମ୍ପତ୍ତି, ଆତ୍ମବିଶ୍ୱାସ, ସାହସିକତା, ଭାଇ, ପ୍ରଶାସନିକ ନେତୃତ୍ୱ ଇତ୍ୟାଦି କାରକ ମଙ୍ଗଳ ବୋଲି ଜ୍ୟୋତିଷମାନେ ମତ ଦିଅନ୍ତି । ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ କାରଣରୁ ୩ ଟି ରାଶିର ଲୋକଙ୍କ ଜୀବନରେ ସକରାତ୍ମକ ପ୍ରଭାବ ରହିବ । ଫଳରେ ଭାଗ୍ୟରେ ପରିବର୍ତ୍ତନ ହୋଇପାରେ ।

ତୁଳା ରାଶି
ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ ଭାଗ୍ୟବାନ ପ୍ରମାଣିତ ହେବ । ନୂତନ ନିଯୁକ୍ତି ସୁଯୋଗ ମିଳିବ । ଛାତ୍ରମାନଙ୍କ ସମସ୍ୟାର ସମାଧାନ ହେବ । ଆପଣ କଲେଜ କିମ୍ବା ଅନୁଷ୍ଠାନରୁ ଏକ ଷ୍ଟାଇପେଣ୍ଡ ପାଇରନ୍ତି । ଚାକିରି କ୍ଷେତ୍ରରେ ଅଗ୍ରଗତି କରିବେ । ପଦୋନ୍ନତି ହେବାର ସମ୍ଭାବନା ରହିଛି । ବ୍ୟବସାୟ ସହିତ ଜଡିତ ଲୋକମାନେ ଭଲ ଲାଭ ପାଇବେ । ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ ।

ଧନୁ ରାଶି
ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ଜୀବନରେ ଅତ୍ୟନ୍ତ ଅନୁକୂଳ ପ୍ରଭାବ ପକାଇବ । ବାକିଥିବା କାର୍ଯ୍ୟ ପୁଣିଥରେ ଆରମ୍ଭ ହେବ । ସରକାରୀ ସହାୟତା ପାଇବାର ସମ୍ଭାବନା ଅଛି । କାର୍ଯ୍ୟ କ୍ଷେତ୍ରରେ ଥିବା ବାଧା ଶୀଘ୍ର ହଟିଯିବ । ଚାକିରି କରୁଥିବା ବ୍ୟକ୍ତିଙ୍କ ଦରମା ବୃଦ୍ଧି ସହିତ ପଦୋନ୍ନତି ହେବାର ସମ୍ଭାବନା ଅଛି । ଭଲ ଅର୍ଥ ଉପାର୍ଜନ କରିବେ । ଶିକ୍ଷାଦାନ କାର୍ଯ୍ୟ ସହିତ ଜଡିତ ବ୍ୟକ୍ତିଙ୍କର ସମ୍ମାନ ବୃଦ୍ଧି ପାଇବ । ପରିବାରରେ ସୁଖ ବୃଦ୍ଧି ପାଇବ ।

ମୀନ ରାଶି
ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ କାରଣରୁ ଆପଣଙ୍କ ଭାଗ୍ୟ ବଦଳିପାରେ । ସୁଖ, ସମୃଦ୍ଧି ଏବଂ ଧନରେ ଅପ୍ରତ୍ୟାଶିତ ବୃଦ୍ଧି ଘଟିବ । ବ୍ୟବସାୟ ସହିତ ଜଡିତ ବ୍ୟକ୍ତି ଭଲ ଲାଭ ପାଇବେ । କ୍ୟାରିୟରରେ ଯଥେଷ୍ଟ ଅଭିବୃଦ୍ଧି ହେବାର ସମ୍ଭାବନା ରହିଛି । ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାର ସୁଯୋଗ ପାଇପାରନ୍ତି । ପାରିବାରିକ ଜୀବନରେ ସୁଖ ବଢିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Budh Gochar 2024: ଆଦ୍ରା ନକ୍ଷତ୍ରରେ ବୁଧଙ୍କ ଚଳନ, ୫ ଦିନ ପରେ ଏହି ରାଶିର ଭାଗ୍ୟ ଉଜ୍ୱଳ