Advertisement
Photo Details/zeeodisha/odisha2411684
photoDetails0hindi

Jupiter Transit: ବୃଷରେ ବୃହସ୍ପତିଙ୍କ ଚଳନ, ୩୭ ଦିନ ପରେ ୫ ରାଶିକୁ ମିଳିବ ବଡ଼ ଲାଭ

ଜ୍ୟୋତିଷଙ୍କ ଅନୁଯାୟୀ ବୃହସ୍ପତି ଅକ୍ଟୋବର ୯ ତାରିଖ ରେ ସକାଳ 10:01 ରୁ ବୃଷ ରାଶିରେ ପ୍ରତ୍ୟାବର୍ତ୍ତନ କରିବେ। ଆସନ୍ତା ବର୍ଷ ଫେବୃଆରୀ 5 ତାରିଖ ପର୍ଯ୍ୟନ୍ତ ବୃଷ ରାଶିରେ ବୃହସ୍ପତିଙ୍କ ଚଳନ ହେବ । ବୃହସ୍ପତି ରିଟ୍ରୋଗ୍ରେଡ୍ କାରଣରୁ ୫ ଟି ରାଶିର ବ୍ୟକ୍ତିବିଶେଷ ଅତୁଳନୀୟ ଲାଭ ପାଇବାକୁ ଯାଉଛନ୍ତି ।

1/6

ମିଥୁନ ରାଶି

ବୃହସ୍ପତି ରିଟ୍ରୋଗ୍ରେଡର ଶୁଭ ପ୍ରଭାବ ଆପଣଙ୍କ ଜୀବନକୁ ଆଲୋକିତ କରିବ । ଏହି ସମୟ ମଧ୍ୟରେ ଆପଣ ଅଟକିଥିବା ଟଙ୍କା ଫେରି ପାଇବେ । ଆପଣଙ୍କୁ ଏକ ଭଲ ପ୍ରୋଜେକ୍ଟ ମିଳିପାରେ । ଚାକିରି କ୍ଷେତ୍ରରେ ଆପଣଙ୍କୁ ନୂଆ ସୁଯୋଗ ମିଳିବ । ବ୍ୟବସାୟରେ ଲାଭ ମିଳିବ । ଆପଣଙ୍କ କାର୍ଯ୍ୟ ଉପରେ ଧ୍ୟାନ ରଖନ୍ତୁ ।

2/6

କର୍କଟ ରାଶି

ଆପଣଙ୍କ ପାଇଁ ବୃହସ୍ପତି ରିଟ୍ରୋଗ୍ରେଡ୍ ଶୁଭ ସାବ୍ୟସ୍ତ ହେବ । ଆପଣଙ୍କ ଭାଗ୍ୟର ତାଲା ଖୋଲିବ ବୋଲି କୁହାଯାଇପାରେ । ଧନ ଅର୍ଜନ କରିବା ସହ ସଞ୍ଚୟ କରିବା ଆରମ୍ଭ ହେବ । ଚାକିରି କ୍ଷେତ୍ରରେ ଦରମା ବଢିବ । ବ୍ୟବସାୟୀଙ୍କ ଲାଭ ଅଧିକ ହେବ । ଏକାଧିକ ଉତ୍ସରୁ ଟଙ୍କା ଆସିବା ଆରମ୍ଭ ହୋଇଯିବ ।

3/6

କନ୍ୟା ରାଶି

ଆପଣଙ୍କ ପାଇଁ ବୃହସ୍ପତିଙ୍କ ପ୍ରତ୍ୟାବର୍ତ୍ତନ ଶୁଭଫଳ ଆଣିଦେବ । ପୂର୍ବର ଇଚ୍ଛା ଏହି ସମୟରେ ପୂରଣ ହେବ । ଆପଣ ହଠାତ୍ ଆର୍ଥିକ ଲାଭ ପାଇପାରନ୍ତି । ଦୀର୍ଘ ସମୟ ଧରି ଅଟକି ରହିଥିବା ଟଙ୍କା ଫେରି ପାଇବେ । ଏହି ସମୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଉଥିଲେ ଭାବିଚିନ୍ତି ନିଅନ୍ତୁ ।

4/6

ବିଛା ରାଶି

ଆପଣ ଏହି ସମୟ ମଧ୍ୟରେ ଅଧିକ ଲାଭ ପାଇବାର ଦୃଢ ସମ୍ଭାବନା ରହିଛି । ଆପଣ ବ୍ୟବସାୟ କ୍ଷେତ୍ରରୁ ଅଧିକ ଲାଭ ପାଇବେ । ଆପଣଙ୍କର ବିଚାରାଧୀନ କାର୍ଯ୍ୟ ଏହି ସମୟରେ ଶେଷ ହେବ । ଖର୍ଚ୍ଚ ମଧ୍ୟ ବଢିବ ତେଣୁ ଆପଣଙ୍କୁ ଜଗିରଖି ଚଳିବାକୁ ପଡିବ ।

5/6

ଧନୁ ରାଶି

ବୃହସ୍ପତିଙ୍କ ପ୍ରତ୍ୟାବର୍ତ୍ତନ କାରଣରୁ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ଆପଣ ପ୍ରଗତି କରିବେ । ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ମିଳିବ । ବ୍ୟବସାୟୀ କ୍ଷେତ୍ରରେ ଅଧିକ ଟଙ୍କା ଉପାର୍ଜନ କରିବେ । ମୋଟ ଉପରେ କହିବାକୁ ଗଲେ ଏହି ସମୟ ଆପଣଙ୍କୁ ଭାଗ୍ୟଶାଳୀ ପ୍ରମାଣିତ କରିବ ।

6/6

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)