Advertisement
Photo Details/zeeodisha/odisha2394686
photoDetails0hindi

Family Astrology 23 August 2024: କେଉଁ ରାଶି ପାଇଁ କିପରି ରହିବ ପାରିବାରିବ ଜୀବନ, ଜାଣନ୍ତୁ

Family Astrology 23 August 2024: ଜ୍ୟୋତିର୍ବିଦଙ୍କ ମତରେ ଆପଣଙ୍କ ପରିବାରରେ କିପରି ସମୟ କଟିବ ଏବଂ କାହାକୁ ଲାଭ ମିଳିବ ଜାଣନ୍ତୁ

1/12

ମେଷ ରାଶି

ପରିବାର ସଦସ୍ୟଙ୍କ ସହ ସାମାନ୍ୟ ମନୋମାଳିନ୍ୟ ହେଲେ ମଧ୍ୟ ସନ୍ଧ୍ୟା ସୁଧା ତାହାର ସମାଧାନ ହୋଇଯିବ । ପରିବାରରେ କେହି ଆପଣଙ୍କଠାରୁ ଟଙ୍କା ଧାର ନେଇପାରନ୍ତି । କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ଯୋଜନା କରିବେ ।

2/12

ବୃଷ ରାଶି

ପୂର୍ବରୁ ଥିବା ପାରିବାରିକ ଅଶାନ୍ତି ଦୂରେଇ ଯିବ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଶୁଭ କାର୍ଯ୍ୟରେ ବନ୍ଧୁବାନ୍ଧବ ଯୋଗ ଦେବେ ।

3/12

ମିଥୁନ ରାଶି

ପରିବାରରେ କେହି ସଦସ୍ୟ ଦୂର ଯାତ୍ରା କରିପାରନ୍ତି । ସେଥିପାଇଁ ମନରେ ଦୁଃଖ ରହିବ । ଘରେ ସୁସ୍ୱାଦୁ ଭୋଜନ ପ୍ରସ୍ତୁତ ହେବ । ପରିବାରରେ ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭରେ ରହିବେ ।

4/12

କର୍କଟ ରାଶି

ପରିବାର ସଦସ୍ୟମାନେ ନୂଆ ଗାଡି କିଣିବା ବିଷୟରେ ଆଲୋଚନା କରିବେ । ଘର ସାଜସଜ୍ଜା ତଥା ରଙ୍ଗ ଦେବା କାର୍ଯ୍ୟ ପାଇଁ ପ୍ରସ୍ତୁତି କରିବେ । ପିଲାମାନଙ୍କ ମଧ୍ୟରେ ଖୁସିର ଲହରି ରହିବ । 

5/12

ସିଂହ ରାଶି

ଘରକୁ ଅତିଥି ଆସିବାର ସମ୍ଭାବନା ରହିଛି । ଘରେ ଖୁସିର ବାତାବରଣ ରହିବ । ସମସ୍ତଙ୍କୁ ମୁହଁ ମିଠା ହେବ । ପଡୋଶୀମାନଙ୍କୁ ମଧ୍ୟ ଆପଣଙ୍କ ଖୁସିରେ ସାମିଲ କରିବେ ।

6/12

କନ୍ୟା ରାଶି

ଦୂରରେ ଥିବା ବ୍ୟକ୍ତି ବିଶେଷଙ୍କୁ ପରିବାର ସଦସ୍ୟ ମନେ ପକାଇବେ । ପରିବାର ପ୍ରତି ଆପଣଙ୍କ ଭଲ ପାଇବା ବଢିବ । ଘରକୁ ଫେରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ।

7/12

ତୁଳା ରାଶି

ପରିବାରର ଛୋଟ ପିଲାମାନଙ୍କ ସହ ଆପଣଙ୍କ ଦିନଟି ବିତିବ । ଘରଠୁ ଦୂରରେ ଥିବା ବ୍ୟକ୍ତି ଫୋନ୍ ମାଧ୍ୟମରେ ଘରଲୋକଙ୍କ ସହ ମନର କଥା ବାଣ୍ଟିବେ । ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ସ୍ମରଣୀୟ ହେବ 

 

8/12

ବିଛା ରାଶି

ପରିବାର ସଦସ୍ୟଙ୍କ ସହ କୌଣସି ମନ୍ଦିର ତଥା ତିର୍ଥ ସ୍ଥାନ ବୁଲିବାର ସମ୍ଭାବନା ରହିଛି । ଆପଣଙ୍କ ଇଚ୍ଛା ପରିବାର ସଦସ୍ୟଙ୍କ ଦ୍ୱାରା ପୂରଣ ହେବ । ଗଣେଶ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ।

9/12

ଧନୁ ରାଶି

ଆପଣଙ୍କ ମନ ମୁତାବକ ତଥା ପ୍ରିୟର ଖାଦ୍ୟ ପ୍ରସ୍ତୁତ ହେବ । କୌଣସି ସ୍ଥାନକୁ ପିକନିକ୍ ଯିବାକୁ ଯୋଜନା କରିବେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବା କାରଣରୁ ମନ ଖୁସି ରହିବ ।

10/12

ମକର ରାଶି

ଆପଣଙ୍କ ସହ କୌଣସି ସଦସ୍ୟଙ୍କ ଝଗଡା ହୋଇପାରେ । ପିତା ମାତାଙ୍କ କଥା ମାନି ଚଳିବା ଆପଣଙ୍କ ପାଇଁ ଶୁଭ ହେବ । ପରିବାର ସଦସ୍ୟଙ୍କ ସହ ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ 

11/12

କୁମ୍ଭ ରାଶି

ନିଜ ପ୍ରେମ ବିଷୟକୁ ପରିବାର ସଦସ୍ୟଙ୍କ ସାମ୍ନାରେ ଉପସ୍ଥାପନା କରିବାର ଏହା ସଠିକ ସମୟ । ପରିବାର ସଦସ୍ୟଙ୍କ ସ୍ନେହ ଆଦର ମିଳିବ । ଆପଣଙ୍କ ବିବାବ ସମ୍ପର୍କରେ ପରିବାରରେ ଆଲୋଚନା ହୋଇପାରେ 

12/12

ମୀନ ରାଶି

ପ୍ରତି କାଯ୍ୟରେ ଆପଣଙ୍କୁ ପରିବାର ସଦସ୍ୟଙ୍କ ସାହାଯ୍ୟ ଓ ସମର୍ଥନ ମିଳିବ । ପରିବାର ସଦସ୍ୟଙ୍କ ମଧ୍ୟରେ କେହି ନୂଆ ଚାକିରି ପାଇବା କାରଣରୁ ମନ ଖୁସି ରହିବ । ବୃତ୍ତିଗତ ଜୀବନରୁ ସମୟ ବାହାର କରି ପରିବାରକୁ ଅଧିକ ସମୟ ଦେବେ ।

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।