Advertisement
Photo Details/zeeodisha/odisha2433149
photoDetails0hindi

Guru Gochar: ନବପଞ୍ଚମ ଯୋଗ ସରିବା ପରେ ୩ ରାଶିର ବଦଳିଯିବ ଭାଗ୍ୟ

Guru Gochar 2024: ବୃହସ୍ପତି ଏବଂ ଚନ୍ଦ୍ରଙ୍କ ଚଳନ ପ୍ରଭାବରୁ ନବପଞ୍ଚମ ଯୋଗ ଗଠିତ ହୋଇଛି । ଏହି ନବପଞ୍ଚମ ଯୋଗ ଖୁବ ଶୀଘ୍ର ଶେଷ ମଧ୍ୟ ହୋଇଯିବ । ଏହି ଯୋଗ ଶେଷ ହେବା ମାତ୍ରେ ୩ଟି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ସମସ୍ୟା ଉପୁଜିପାରେ ।

1/5

Guru Gochar 2024: ବୃହସ୍ପତି ଏବଂ ଚନ୍ଦ୍ର ପଞ୍ଚମ ଏବଂ ନବମ ଗୃହରେ ରହିଥିବାରୁ ନବପଞ୍ଚମ ଯୋଗ ସୃଷ୍ଟି ହେଉଛି । ଯାହା ୨୨ ସେପ୍ଟେମ୍ବର ୨୦୨୪ ରେ ଶେଷ ହେବ । ସେପ୍ଟେମ୍ବର ୨୨ ୦୭ଟା ୧୪ରେ ଦେବଗୁରୁ ବୃହସ୍ପତି ମୃଗଶିରା ନକ୍ଷତ୍ରରେ ଚଳନ କରିବେ । ରବିବାର ଦିନ ନବ ପଞ୍ଚମ ଯୋଗର ଶେଷ ସହିତ ୩ଟି ରାଶିର ସୂବର୍ଣ୍ଣ ସମୟ ମଧ୍ୟ ଶେଷ ହେବାକୁ ଯାଉଛି । 

2/5

ମେଷ ରାଶି

ନବପଞ୍ଚମ ଯୋଗ ସରିବା ପରେ ଆପଣଙ୍କ ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି ହୋଇପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପଡିପାରନ୍ତି । ଆପଣଙ୍କ ବିରୋଧୀମାନେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି । ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ନକରାତ୍ମକ ଫଳାଫଳ ମିଳିପାରେ । ଆର୍ଥିକ କ୍ଷତି ସହିପାରନ୍ତି । କର୍ମକ୍ଷେତ୍ରରେ ଆତ୍ମବିଶ୍ୱାସର ହ୍ରାସ ଦେଖିବେ । କାର୍ଯ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିପାରେ । ଆପଣଙ୍କୁ ମାଲିକଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡିପାରେ ।

3/5

କର୍କଟ ରାଶି

ନବପଞ୍ଚମ ଯୋଗ ଆପଣଙ୍କ ପାଇଁ ଏକ ଶୁଭ ଯୋଗ ଥିଲା । ଆଗକୁ ଏହି ଯୋଗ ଶେଷ ହେବା ପରେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଅଫିସରେ ଆପଣ ଚାପଗ୍ରସ୍ତ ହୋଇପାରନ୍ତି । କୌଣସି ପ୍ରସଙ୍ଗକୁ ନେଇ ପରିବାର ସଦସ୍ୟଙ୍କ ସହିତ ଝଗଡା ହୋଇପାରେ । ବ୍ୟବସାୟୀମାନେ କ୍ଷତି ସହିପାରନ୍ତି ।

4/5

କନ୍ୟା ରାଶି

ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିପାରେ । ଗାଡି କିମ୍ବା ସମ୍ପତ୍ତି କିଣିବା ନିଷ୍ପତ୍ତି ମଧ୍ୟ ସଠିକ୍ ହେବ ନାହିଁ । ବ୍ୟବସାୟୀଙ୍କ ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି । ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଜୀବନସାଥୀଙ୍କ ସହ ଝଗଡା ହେବାର ସମ୍ଭାବନା ରହିଛି । ଏହି ସମୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ନଚେତ୍ ଆପଣଙ୍କୁ ସାରା ଜୀବନ ଅନୁତାପ କରିବାକୁ ପଡିପାରେ ।

5/5

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।