Advertisement
Photo Details/zeeodisha/odisha2409050
photoDetails0hindi

Lucky Zodiac Sign: ୧ ସେପ୍ଟେମ୍ୱରରେ ସୂର୍ଯ୍ୟ-ଶନି ସମସପ୍ତକ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 1 September 2024: ସୂର୍ଯ୍ୟ ଏବଂ ଶନିଙ୍କ ସ୍ଥିତି ପ୍ରଭାବରୁ ୦୧ ସେପ୍ଟେମ୍ୱର ରବିବାର ଦିନ ବିଶେଷ କରି ୫ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ ।

1/5

ମେଷ ରାଶି

ଆପଣଙ୍କ ପାଇଁ ଦିନଟି ବହୁତ ଶୁଭ ଦିନ ହେବାକୁ ଯାଉଛି । ପୁରୁଣା ବନ୍ଧୁଙ୍କୁ ଭେଟିବାର ସୁଯୋଗ ମିଳିବ । ଆପଣଙ୍କର ଖର୍ଚ୍ଚ ହ୍ରାସ ହେବ । ନୂଆ ତଥା ସୁସ୍ୱାଦୁ ଖାଦ୍ୟ ଆପଣଙ୍କୁ ମିଳିପାରେ । ନିଜକୁ ଭଲ ଭାବରେ ଜାଣିବାର ସୁଯୋଗ ପାଇବେ । ଆପଣ ଋଣ ଭାରରେ ଥିଲେ ସେଥିରୁ ମୁକ୍ତି ପାଇବେ । ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଶୁଭଫଳ ମିଳିବ । ଏକାଧିକ ଉତ୍ସରୁ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ । ଆପଣଙ୍କ ସାଥୀଙ୍କ ସହିତ କୌଣସି ବିବାଦ ଚାଲିଥିଲେ ସେଥିରୁ ମୁକୁଳିବେ ।

2/5

ମିଥୁନ ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଭଲ । ଆର୍ଥିକ ଅବସ୍ଥା ସୁଦୃଢ ହେବ । କ୍ୟାରିଅରରେ ଆପଣଙ୍କୁ ଅନେକ ବଡ଼ ସୁଯୋଗ ମିଳିବ । ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିବେ । ସମ୍ପତ୍ତି କିମ୍ବା ଯାନବାହନ କିଣିବାର ଯୋଗ ରହିଛି । ଆପଣ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟିବାର ସୁଯୋଗ ମଧ୍ୟ ପାଇବେ । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଆଶାଠୁ ଅଧିକ ଲାଭ ମିଳିବ । ପ୍ରତିଯୋଗୀଙ୍କୁ ଆପଣ କଡା ଟକ୍କର ଦେବେ । ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଖବର ଶୁଣିବାକୁ ମିଳିବ । ପରିବାରରେ କୌଣସି ବିବାଦ ଥିଲେ ତାହା ଶେଷ ହେବ ।

3/5

ସିଂହ ରାଶି

ଆପଣଙ୍କ ପାଇଁ ଦିନଟି ଉତ୍ସାହଜନକ ହେବାକୁ ଯାଉଛି । ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିବ । ସେପ୍ଟେମ୍ବର ପ୍ରଥମ ଦିନରେ ଧନ ଏବଂ ସମ୍ପତ୍ତି ହାସଲ କରିବାର ସମ୍ଭାବନା ରହିଛି । ଆୟର ନୂତନ ଉତ୍ସ ଆପଣଙ୍କୁ ମିଳିବ । ଆପଣଙ୍କ ଚିନ୍ତାଧାରା ଏବଂ ଜୀବନଶୈଳୀରେ ସକରାତ୍ମକ ପରିବର୍ତ୍ତନ ଦେଖିବେ । ମିଠା କଥାରେ ଆପଣ ସମସ୍ତଙ୍କୁ ପ୍ରଭାବିତ କରିବେ । ସମାଜରେ ନିଜ ଭାବମୂର୍ତ୍ତିରେ ଉନ୍ନତି ହେବ । ବ୍ୟବସାୟରେ ବିପୁଳ ଟଙ୍କା ରୋଜଗାର କରିବେ । ପରିବାର ସଦସ୍ୟଙ୍କ ସମର୍ଥନ ଆପଣଙ୍କ ସପକ୍ଷରେ ରହିବ ।

4/5

ଧନୁ ରାଶି

ଆପଣଙ୍କ ପାଇଁ ଦିନଟି ଲାଭଦାୟକ ହେବ । ଆପଣଙ୍କ ଅସମାପ୍ତ କାର୍ଯ୍ୟ ସମାପ୍ତ କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ଅବିବାହିତ ବ୍ୟକ୍ତିମାନଙ୍କୁ ଜୀବନସାଥି ଚୟନ କରିବାର ସୁଯୋଗ ମିଳିବ । ଚାକିରି ବଦଳାଇବାକୁ ଚାହୁଁଥିଲେ ସମ୍ଭବ ହେବାର ସମ୍ଭାବନା ରହିଛି । ସୂର୍ଯ୍ୟଦେବଙ୍କ କୃପାରୁ ଆପଣ ଅଧିକ ଲାଭ ପାଇବେ । ଭାଇ ଓ ଭଉଣୀଙ୍କ ସହିତ କୌଣସି ମତଭେଦ ଥିଲେ ତାହାର ସମାଧାନ ହେବ । ସନ୍ଧ୍ୟାରେ ଧାର୍ମିକ ସ୍ଥାନକୁ ଯିବାର ସୁଯୋଗ ପାଇବେ ।

5/5

ମକର ରାଶି

ଆପଣଙ୍କ ପାଇଁ ଦିନଟି ନୂତନ ଆଶା ଆଣିଦେବ । ବନ୍ଧୁମାନଙ୍କ ଗହଣରେ ସମୟ ବିତିପାରେ । ସମସ୍ତ ପାରିବାରିକ ବିବାଦର ଅନ୍ତ ହେବ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ରାଜନୈତିକ କ୍ଷେତ୍ର ସହିତ ଜଡିତ ବ୍ୟକ୍ତି ଅଧିକ ଲାଭ ପାଇପାରନ୍ତି । ଚାକିରି କ୍ଷେତ୍ରରେ ଦରମା ବଢିପାରେ । ପ୍ରେମ ଜୀବନରେ ସାଥୀଙ୍କ ସହ ଖୋଲାଖୋଲି ମନର କଥା ପ୍ରକାଶ କରିବେ । ସଫଳତା ହାସଲ କରିବାକୁ, ଛାତ୍ରମାନଙ୍କୁ  ଅଧିକ ପରିଶ୍ରମ କରିବାକୁ ପଡିବ ।

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)