Advertisement
Photo Details/zeeodisha/odisha2274078
photoDetails0hindi

Lucky Zodiac Sign: ଜୁନ ୦୨ରେ ସୌଭାଗ୍ୟ ଯୋଗର ଶୁଭ ସଂଯୋଗ, ୫ଟି ରାଶିଙ୍କ ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 2 June 2024: ଜୁନ୍ ୦୨ ରବିବାର ଦିନ ବୁଧ ବୃଷ ରାଶିରେ ରହିବେ । ସେଠାରେ ଶୁକ୍ର ଏବଂ ସୂର୍ଯ୍ୟ ପୂର୍ବରୁ ଉପସ୍ଥିତ ଅଛନ୍ତି । ମୀନ ପରେ ଚନ୍ଦ୍ର ମେଷ ରାଶିକୁ ସଞ୍ଚାର କରିବେ । ଏଥିସହ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷର ଏକାଦଶୀ ତିଥିରେ ଆୟୁଷ୍ମାନ ଯୋଗ, ସୌଭାଗ୍ୟ ଯୋଗ, ସର୍ବାର୍ଥ ସିଦ୍ଧି ଯୋଗ ଏବଂ ରେବତୀ ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେବ ।

1/5

ମିଥୁନ ରାଶି -  ଜୁନ ୦୨ ଆପଣଙ୍କ ପାଇଁ ଶୁଭ ଏବଂ ଫଳପ୍ରଦ ହେବାକୁ ଯାଉଛି । ଛୁଟି ଦିନଟିକୁ ଆପଣ ସମ୍ପୂର୍ଣ୍ଣ ଉପଭୋଗ କରିବେ । ଘର ପାଇଁ କିଛି ବାସ୍ତୁ ଭିର୍ତ୍ତିକ ଜିନିଷ କିଣିବାର ସମ୍ଭାବନା ରହିଛି । ପୂର୍ବରୁ ଥିବା ମତଭେଦ ଦୂରେଇ ଯିବ । ବ୍ୟବସାୟୀମାନେ ଭଲ ଲାଭ କରିବେ । ନୂଆ ବ୍ୟବସାୟରେ ବିନିଯୋଗ କରିବାକୁ ପ୍ରସ୍ତୁତ ରହିବେ । ବନ୍ଧୁଙ୍କ ସହ ସମୟ ଅତିବାହିତ କରିପାରନ୍ତି । ବୈବାହିକ ଜୀବନରେ ସାଥୀଙ୍କ ପାଇଁ ଉପହାର କିଣିବେ ।

2/5

କନ୍ୟା ରାଶି - ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଭଲ ଦିନ ହେବାକୁ ଯାଉଛି । ଆପଣଙ୍କ ଚିନ୍ତାଧାରାରେ ଅନ୍ୟଙ୍କୁ ଆକର୍ଷିତ କରିବାରେ ସଫଳ ହେବେ । ପରିବାର ସହିତ କୌଣସି ଦୂର ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଦିନଟି ଶୁଭ । ନିଯୁକ୍ତ ବ୍ୟକ୍ତିମାନଙ୍କ ପାଇଁ ଅନ୍ୟ କମ୍ପାନୀରୁ ଅଫର ଆସିପାରେ । ପୂର୍ବରୁ ଥିବା ସମସ୍ୟା ତଥା ବାଧାବିଘ୍ନରୁ ମୁକ୍ତି ପାଇବେ । ବୈବାହିକ ଜୀବନରେ ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଦୃଢ ହେବ ।

3/5

ବିଛା ରାଶି -  ୦୨ ଜୁନ୍ ଆପଣଙ୍କ ପାଇଁ ଏକ ବିଶେଷ ଦିନ । ନିଜ ବକ୍ତବ୍ୟ କାରଣରୁ ଆପଣଙ୍କୁ ସମ୍ମାନ ମିଳିବ । ଆପଣଙ୍କ ଭାବମୂର୍ତ୍ତି ମଧ୍ୟ ଉନ୍ନତ ହେବ । ବ୍ୟବସାୟୀମାନେ ବହୁ ଅର୍ଥ ରୋଜଗାର କରିବାର ସୁଯୋଗ ପାଇବେ । ଆପଣଙ୍କ ଅର୍ଥନୈତିକ ସ୍ଥିତି ମଜବୁତ ହେବ । ପରିବାରରେ ଖୁସିର ବାତାବରଣ ରହିବ । ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରିବାର କ୍ଷମତା ରହିବ । ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବ ଆସିବ ।

4/5

ଧନୁ ରାଶି -  ଆପଣଙ୍କ ପାଇଁ ରବିବାର ଏକ ଭଲ ଦିନ ହେବାକୁ ଯାଉଛି । ଭାଗ୍ୟ ଆପଣଙ୍କ ସାଥ୍ ଦେବ । ଅଟକି ରହିଥିବା ଟଙ୍କା ଫେରି ପାଇବେ ।  ଯାତ୍ରା, ଶିକ୍ଷା କିମ୍ବା ଚାକିରି କ୍ଷେତ୍ରରେ ଶୁଭ ଖବର ମିଳିବ । ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବ । ପାରିବାରିକ ଜୀବନରେ ଖୁସି ହେବେ ।

5/5

କୁମ୍ଭ ରାଶି -  ଆପଣଙ୍କ ପାଇଁ ଦିନଟି ଅନୁକୂଳ ହେବାକୁ ଯାଉଛି । ମନରେ ସାହସ ବୃଦ୍ଧି ପାଇବ । ସହଜରେ ବଡ଼ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ । ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ଅର୍ଥ ଖର୍ଚ୍ଚ କରିବେ । ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ । ଅଟକି ରହିଥିବା ଟଙ୍କା ଫେରିବ । ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ଯୋଗ ରହିଛି । ନିଯୁକ୍ତ ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ବଢିବେ । ପାରିବାରିକ ମତଭେଦ ଦୂରେଇଯିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)