Advertisement
Photo Details/zeeodisha/odisha2412031
photoDetails0hindi

Lucky Zodiac Sign: ୩ ସେପ୍ଟେମ୍ୱରରେ ସିଦ୍ଧ ଯୋଗର ଶୁଭ ସକମକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 3 September 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଅମାବାସ୍ୟା ତିଥିରେ ସୃଷ୍ଟି ହୋଇଥିବା ଶୁଭ ସଂଯୋଗ କାରଣରୁ ୫ଟି ରାଶିର ବ୍ୟକ୍ତି ଲାଭ ପାଇବେ । ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ମିଳିବ ଶୁଭଫଳ ଆସନ୍ତୁ ଜାଣିବା ।

1/5

ମିଥୁନ ରାଶି

ଆପଣଙ୍କ ପାଇଁ ଦିନଟି ଲାଭଦାୟକ ହେବାକୁ ଯାଉଛି । ଜୀବନରେ ବିଳାସପୂର୍ଣ୍ଣ ଉପଭୋଗ କରିବେ । ଆଧ୍ୟାତ୍ମିକ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିବେ । ଆପଣଙ୍କ ଖର୍ଚ୍ଚ କମିବାକୁ ଲାଗିବ । ବ୍ୟବସାୟ କ୍ଷେତ୍ରରେ ଉପକୃତ ହେବେ । ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଆପଣ ଆଗକୁ ବଢିବେ । ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ ହେବ । ପରିବାରରେ ଭଲ ବୁଝାମଣା ହେବ । ସକରାତ୍ମକ ପରିବର୍ତ୍ତନ ଆସିବ ।

2/5

ସିଂହ ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଫଳପ୍ରଦ ହେବାକୁ ଯାଉଛି । ପ୍ରଭୁ ହନୁମାନଙ୍କ କୃପାରୁ ଦିନଟି ଭଲରେ ବିତିବ । ଅଧିକ ଧନ ଉପାର୍ଜନ କରିବେ । ଏଥିସହ ଆପଣ ଟଙ୍କା ସଞ୍ଚୟ କରିବାରେ ମଧ୍ୟ ସଫଳ ହେବେ । ବର୍ତ୍ତମାନ କରୁଥିବା ନିବେଶ ଆପଣଙ୍କୁ ଆଗକୁ ଭଲ ରିଟର୍ଣ୍ଣ ଦେବ । ବ୍ୟବସାୟୀରେ ଭଲ ଲାଭ ହାସଲ କରିବେ । ବାପାଙ୍କ ସାହାଯ୍ୟ ନେଇ ନୂଆ ସମ୍ପତ୍ତି ଏବଂ ନୂଆ ଯାନ କିଣିପାରନ୍ତି । ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ହେବ । ଉଭୟ ପରସ୍ପରକୁ ଭଲ ଭାବେ ବୁଝି ପାରିବେ । ଘରର ଛୋଟ ପିଲାମାନଙ୍କ ସହିତ ସନ୍ଧ୍ୟା ସମୟ ବିତାଇବେ ।

3/5

ତୁଳା ରାଶି

ଆପଣଙ୍କ ପାଇଁ ଦିନଟି ଶୁଭପ୍ରଦ । ସଙ୍କଟ ମୋଚନ ହନୁମାନଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନର ସଙ୍କଟ ଦୂର ହେବ । ଆର୍ଥିକ ସ୍ଥିତି ସୁଦୃଢ ହେବାକୁ ଲାଗିବ । ମିଠା କଥାରେ ଅନ୍ୟକୁ ପ୍ରଭାବିତ କରିବାରେ ସଫଳ ହେବେ । ଦିନଟିରେ ନେଇଥିବା ନିଷ୍ପତ୍ତି ଆପଣଙ୍କୁ ଆଗକୁ ଅତ୍ୟନ୍ତ ଲାଭ ଦେବ । କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ସେଥିରୁ ମୁକ୍ତି ପାଇବେ । ଉଭୟ ଚାକିରି ଏବଂ ବ୍ୟବସାୟରେ ଭଲ ଲାଭ ପାଇବା ସହ ପ୍ରଗତିର ରାସ୍ତା ଖୋଲିବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶେଷ କରିବା ପରେ ଆପଣ ଆରାମ ପାଇବେ । ଜୀବନସାଥୀଙ୍କ ସହିତ ସମ୍ପର୍କ ଅଧିକ ମଜବୁତ ହେବ ।

4/5

ଧନୁ ରାଶି

ଦିନଟି ଆପଣଙ୍କ ପାଇଁ ହସ ଖୁସିରେ ବିତିବ । ବ୍ୟବସାୟରେ ଅଧିକ ଲାଭ ପାଇବା କାରଣରୁ ମନ ଖୁସି ରହିବ । ଚାକିରି କ୍ଷେତ୍ରରେ ବରିଷ୍ଠ କର୍ମଚାରୀ ଆପଣଙ୍କୁ ପଦୋନ୍ନତୀ ଦେବାର ସମ୍ଭାବନା ରହିଛି । ଅଳ୍ପ ପରିଶ୍ରମରେ ଆପଣ ଅଧିକ ଲାଭ ପାଇବାରେ ସଫଳ ହେବେ । ମନ ପସନ୍ଦର ସ୍ଥାନକୁ ଦୂରଯାତ୍ରା କରିବାର ସୁଯୋଗ ମିଳିବ । ଧାର୍ମିକ କାର୍ଯ୍ୟକ୍ରମରେ ଆପଣ ଜଡିତ ହୋଇପାରନ୍ତି ।

5/5

କୁମ୍ଭ ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ ଫଳାଫଳ ଆଣିଦେବ । ନିଷ୍ଠାପର କାର୍ଯ୍ୟ କାରଣରୁ ସଫଳତା ପାଇବେ । ଚାକିରି କ୍ଷେତ୍ରରେ ମନ ପସନ୍ଦର ସ୍ଥାନକୁ ପଦୋନ୍ନତୀ ହୋଇପାରେ । ବ୍ୟବସାୟରୁ ଆପଣଙ୍କୁ ପ୍ରାୟ ଦ୍ୱିଗୁଣ ଲାଭ ମିଳିବ । ଆୟ ଅଧିକ ହେବା କାରଣରୁ ଘର ସଦସ୍ୟ ମଧ୍ୟ ଖୁସି ହେବେ । ପରିବାର ସଦସ୍ୟଙ୍କୁ ନେଇ ତୀର୍ଥସ୍ଥାନ ଯିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ଆପଣଙ୍କର ମଧ୍ୟମ ଧରଣର ରହିବ । ଛାତ୍ରଛାତ୍ରୀମାନେ ଲେଖାପଢାରେ ଧ୍ୟାନ ଦେବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଲେନ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।