Advertisement
Photo Details/zeeodisha/odisha2425810
photoDetails0hindi

Lucky Zodiac Sign: ୧୨ ସେପ୍ଟେମ୍ୱରରେ ଆୟୁଷ୍ମାନ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 12 September 2024: ବୈଦିକ ଜ୍ୟୋତିଷ ଅନୁଯାୟୀ ୧୨ ସେପ୍ଟେମ୍ବର ଗୁରବାର ଦିନ ଗଠିତ ଶୁଭ ଯୋଗ ପ୍ରଭାବରୁ ୫ଟି ରାଶିର ବ୍ୟକ୍ତି ଶୁଭଫଳ ପାଇବେ । ତେବେ ସେହି ରାଶି ଗୁଡିକ କିଏ ଆସନ୍ତୁ ତାହା ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ନିକଟରୁ 

 

1/5

ମିଥୁନ ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ । ଆର୍ଥିକ ଦୃଷ୍ଟିରୁ ଆପଣ ଉପକୃତ ହେବେ । ବିନିଯୋଗ ପାଇଁ ଏକ ଭଲ ସୁଯୋଗ ମଧ୍ୟ ପାଇବେ । ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ପ୍ରେମ ଜୀବନ ପାଇଁ ସମୟ କାଢିବାରେ ସକ୍ଷମ ହେବେ । ଯାହା ଆପଣଙ୍କ ସମ୍ପର୍କକୁ ମଜବୁତ କରିବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇବେ । ମାନସିକ ଚାପରୁ ମୁକ୍ତି ମିଳିବ । କର୍ମକ୍ଷେତ୍ରରେ ସୃଜନଶୀଳତାର ସହିତ କାର୍ଯ୍ୟ ଶେଷ କରିବେ । ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ । ପାରିବାରିକ ସୁଖ ମିଳିବ ।  ଧାର୍ମିକ କାର୍ଯ୍ୟରେ ସନ୍ଧ୍ୟା ସମୟ ଅତିବାହିତ ହୋଇପାରେ ।

2/5

ସିଂହ ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ ଏବଂ ଫଳପ୍ରଦ ହେବାକୁ ଯାଉଛି । ଆପଣଙ୍କ ନିକଟରେ ଆଶ୍ଚର୍ଯ୍ୟଜନକ ଆତ୍ମବିଶ୍ୱାସ ରହିବ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଲାଭ ପାଇବେ । ଧନ ବୃଦ୍ଧି ହେବାର ସମ୍ଭାବନା ରହିଛି । ଭାଗ୍ୟ ଆପଣଙ୍କ ସପକ୍ଷରେ ଅଛି । ଟଙ୍କା ରୋଜଗାର କରିବା ପାଇଁ ବିଭିନ୍ନ ଉପାୟ ମିଳିବ । ବ୍ୟବସାୟରେ ଭଲ ଲାଭ ପାଇବେ । ମିଠା କଥା କାରଣରୁ ସମାଜରେ ଆପଣଙ୍କ ଭାବମୂର୍ତ୍ତି ଉନ୍ନତ ହେବ । ଅନ୍ୟମାନେ ଆପଣଙ୍କ ପରାମର୍ଶ ଲୋଡିବେ । ଭଗବାନ ବିଷ୍ଣୁଙ୍କ କୃପା ଆପଣଙ୍କ ଉପରେ ରହିଛି । ପରିବାରର ସମସ୍ତ ଆବଶ୍ୟକତା ସହଜରେ ପୂରଣ କରିପାରିବେ । ଜୀବନସାଥୀଙ୍କ ସହିତ କିଛି ଭୁଲ୍ ବୁଝାମଣା ଥିଲେ ତାହା ସମାଧାନ ହେବ । ପରିବାର ସହ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିବେ ।

3/5

କନ୍ୟା ରାଶି

ଆପଣଙ୍କ ପାଇଁ ଏକ ଖୁସିର ଦିନ ହେବାକୁ ଯାଉଛି ।  ନୂଆ ଯାନ ଏବଂ ସମ୍ପତ୍ତି କିଣିବା ପାଇଁ ଭଲ ସମୟ । ଭାଗିଦାରୀରେ ବ୍ୟବସାୟ କରୁଥିଲେ ଦିନଟି ଆପଣଙ୍କ ପାଇଁ ଶୁଭ । ଚାକିରି, ଶିକ୍ଷା କିମ୍ବା ଭ୍ରମଣ ପାଇଁ ବିଦେଶ ଯିବାର ଇଚ୍ଛା ପୂରଣ ହୋଇପାରେ । ନିଯୁକ୍ତ ବ୍ୟକ୍ତି ଅନ୍ୟ ଏକ ପ୍ରତିଷ୍ଠିତ କମ୍ପାନୀରୁ ଭଲ ଅଫର୍ ପାଇପାରନ୍ତି । ଦରମା ଏବଂ ପଦବୀ ବୃଦ୍ଧି ହୋଇପାରେ । ଜୀବନସାଥୀଙ୍କ ସହିତ ଭବିଷ୍ୟତ ବିଷୟରେ ଯୋଜନା ପ୍ରସ୍ତୁତ କରିବେ । ଶାରୀରିକ ଏବଂ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ରହିବେ । ପରିବାରର ସମସ୍ତ ସଦସ୍ୟଙ୍କଠାରୁ ସହାୟତା ମିଳିବ ।

4/5

ମକର ରାଶି

ଆପଣଙ୍କ ପାଇଁ ଏକ ସଫଳ ଦିନ ହେବାକୁ ଯାଉଛି । ଭଗବାନ ବିଷ୍ଣୁଙ୍କ କୃପା ଆପଣଙ୍କ ଉପରେ ରହିବ । ଅସଫଳ ଇଚ୍ଛା ପୂରଣ ହୋଇପାରେ । ଅଟକି ରହିଥିବା ଟଙ୍କା ପାଇବାର ସମ୍ଭାବନା ରହିଛି । ନବ ବିବାହିତ ଦମ୍ପତ୍ତିଙ୍କୁ ଖୁସି ଖବର ମିଳିପାରେ । ଘରେ ଉତ୍ସାହର ବାତାବରଣ ସୃଷ୍ଟି ହେବ । ବିନିଯୋଗ ପାଇଁ ଏକ ଶୁଭ ଦିନ । ଚାକିରି ଏବଂ ବ୍ୟବସାୟରେ ଭଲ ଲାଭ ପାଇବେ । ଅନେକ ବିଶେଷ ବ୍ୟକ୍ତିଙ୍କୁ ଭେଟିବାର ସୁଯୋଗ ପାଇବେ । ପରିବାର ସଦସ୍ୟଙ୍କ ସହ କୌଣସି ମତଭେଦ ଚାଲିଥିଲେ ତାହାର ସମାଧାନ ହୋଇଯିବ । ସନ୍ଧ୍ୟା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରନ୍ତି ଯାହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ ।

5/5

କୁମ୍ଭ ରାଶି

ଅଧିକାଂଶ କ୍ଷେତ୍ରରେ ଆପଣ ଦିନଟିରେ ସଫଳତା ପାଇବେ । କର୍ମମୟ ଜୀବନରେ ଲାଭର ସହ ଆଗକୁ ବଢିବେ । ବ୍ୟବସାୟରେ ପୂର୍ବ ଅପେକ୍ଷା ଅଧିକ ଲାଭ ପାଇବେ । ଦୂରଯାତ୍ରା କରିବାର ଯୋଗ ରହିଛି । ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବାର ଅଧିକ ସମ୍ଭାବନା ଅଛି । ଆପଣଙ୍କ ଦେହ ଓ ମନ ଭଲ ରହିବ । ଚାକିରି କ୍ଷେତ୍ରରେ ଥିବା ସମସ୍ୟା ଦୂରେଇ ଯିବ । ଘରର ସମସ୍ତ ସଦସ୍ୟଙ୍କ ଆପଣଙ୍କୁ ସହଯୋଗ କରିବାକୁ ଆଗେଇ ଆସିବେ । ଜୀବନସାଥୀଙ୍କ ସହ ସୁଖଦ ମୁହୂର୍ତ୍ତ ଉପଭୋଗ କରିବେ । ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଲେନ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।