Advertisement
Photo Details/zeeodisha/odisha2427438
photoDetails0hindi

Lucky Zodiac Sign: ୧୩ ସେପ୍ଟେମ୍ବରରେ ସୌଭାଗ୍ୟ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 13 September 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୧୩ ସେପ୍ଟେମ୍ୱର ଶୁକ୍ରବାର ଦିନ ଗଠିତ ଶୁଭ ଯୋଗ ପ୍ରଭାବରେ ୫ ଟି ରାଶିର ବ୍ୟକ୍ତି ଲାଭ ପାଇବେ । ସେହି ରାଶି ଗୁଡିକ କିଏ ଆସନ୍ତୁ ଜାଣିବା ଜ୍ୟୋତିର୍ବିଙ୍କ ତଥ୍ୟରୁ ।

1/5

ମେଷ ରାଶି

ଆପଣଙ୍କ ପାଇଁ ଏକ ବିଶେଷ ଦିନ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସକ୍ଷମ ହେବେ । ଦିନ ଆରମ୍ଭରେ ସାମାନ୍ୟ ବାଧାବିଘ୍ନ ଆସିଲେ ମଧ୍ୟ ଆପଣ ସାହସର ସହ ମୁକାବିଲା କରିବାରେ ସଫଳ ହେବେ । ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣ ଅଧିକ ଅର୍ଥ ଉପାର୍ଜନ କରିବେ । ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ହେବ । ଚାକିରି କ୍ଷେତ୍ରରେ ଅଫିସରେ କିଛି ନୂଆ ଦାୟିତ୍ୱ ମିଳିପାରେ । ବ୍ୟବସାୟୀମାନେ ଭଲ ଲାଭ ପାଇବେ । ପରିବାରରେ ସୁଖ ଏବଂ ଶାନ୍ତି ରହିବ । ପରିବାର ସହିତ ଗୁଣାତ୍ମକ ସମୟ ଅତିବାହିତ କରିବାର ସୁଯୋଗ ପାଇବେ ।

2/5

କର୍କଟ ରାଶି

ଆପଣଙ୍କ ପାଇଁ ଏକ ସନ୍ତୋଷଜନକ ଦିନ ହେବାକୁ ଯାଉଛି । ଯାହା ବି କାର୍ଯ୍ୟ କରିବେ ସେଥିରେ ସଫଳତାର ସ୍ୱାଦ ଚାଖିବାର ସମ୍ଭାବନା ରହିଛି । ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ । ମଜାଳିଆ ଢଙ୍ଗରେ ଦିନଟି ଅତିବାହିତ କରିବେ । ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଆପଣ ଆଗେଇ ଆସିବେ । ଅଧ୍ୟୟନ କରୁଥିବା ବ୍ୟକ୍ତି ପ୍ରତିଯୋଗିତାରେ ସଫଳତା ପାଇବେ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ । ପ୍ରତ୍ୟେକ ପଦକ୍ଷେପରେ ପିତାମାତାଙ୍କ ସମର୍ଥନ ପାଇବେ । ଆପଣଙ୍କ ଆତ୍ମବିଶ୍ୱାସକୁ ସୁଦୃଢ ହେବ । ବନ୍ଧୁଙ୍କ ସହିତ ବୁଲାବୁଲି କରିବାକୁ ଯୋଜନା କରିବେ ।

3/5

ତୁଳା ରାଶି

ଆପଣଙ୍କ ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ । ଦେବୀ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ । ଆର୍ଥିକ ସମସ୍ୟା ଦୂର ହେବ । ଦିନଟିରେ ଆପଣ ବହୁତ ଖୁସି ପାଇବେ । ଅନେକ ଉତ୍ସରୁ ଆର୍ଥିକ ଲାଭ ମିଳିପାରେ । ବ୍ୟବସାୟରେ ବିପୁଳ ଲାଭ ପାଇବେ । ନିଜ କ୍ଷେତ୍ରରେ ପ୍ରାଧାନ୍ୟ ପ୍ରତିଷ୍ଠା କରିବାରେ ସଫଳ ହେବେ । ଶାରୀରିକ ଏବଂ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିବେ । ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆପଣଙ୍କର ଆଗ୍ରହ ବଢିବ । ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ପର୍କ ସୁଦୃଢ ହେବ । ପରିବାର ସଦସ୍ୟଙ୍କ ସହିତ ସନ୍ଧ୍ୟା ସମୟ ବିତାଇବେ ।

4/5

ବିଛା ରାଶି

ଆପଣଙ୍କ ପାଇଁ ବହୁତ ଶୁଭ ଦିନ । ପ୍ରତ୍ୟେକ ସମସ୍ୟାର ମୁକାବିଲା କରିବାକୁ ଶକ୍ତି ପାଇବେ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଦିନ ଆରମ୍ଭରୁ ଯୋଜନା ପ୍ରସ୍ତୁତ କରି ଅପରାହ୍ମ ସୁଧା ସାରିବାରେ ସକ୍ଷମ ହେବେ । ଆପଣଙ୍କର ଖ୍ୟାତି ବିସ୍ତାର ହେବ । ଆପଣ ମଧ୍ୟ ଭଲ ଆର୍ଥିକ ଲାଭ ପାଇବେ । ବିନିଯୋଗ କରିବାକୁ ଚାହୁଁଥିଲେ ଦିନଟି ଶୁଭ । ଚାକିରି ଏବଂ ବ୍ୟବସାୟରେ ଭଲ ଲାଭ ପାଇବେ । ପରିବାରରେ କୌଣସି ବିବାଦ ଥିଲେ ତାହାର ସମାଧାନ ହେବ ।

5/5

ଧନୁ ରାଶି

ଆପଣଙ୍କ ପାଇଁ ଏକ ବିଶେଷ ଫଳପ୍ରଦ ଦିନ । ଆପଣଙ୍କ ନିକଟକୁ ଟଙ୍କା ଆସିବ । ସମାଜରେ ଆପଣଙ୍କର ନୂତନ ପ୍ରତିଛବି ସୃଷ୍ଟି ହେବ । ଭବିଷ୍ୟତ ଖର୍ଚ୍ଚକୁ ଦୃଷ୍ଟିରେ ରଖି ସର୍ବାଧିକ ଲାଭ ପାଇବା ପାଇଁ ମାନସିକତା ରହିବ । ଚାକିରି ଖୋଜୁଥିବା ବ୍ୟକ୍ତି ଖୁସି ଖବର ପାଇପାରନ୍ତି । ପ୍ରେମ ଜୀବନରେ ସାଥୀଙ୍କ ସହିତ ଉତ୍ତମ ବୁଝାମଣା ହେବ । ଭବିଷ୍ୟତ ଯୋଜନା ବିଷୟରେ ପରସ୍ପର ଆଲୋଚନା କରିବେ । ଧାର୍ମିକ କାର୍ଯ୍ୟରେ ସନ୍ଧ୍ୟା ସମୟ ଅତିବାହିତ କରିବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଲେନ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।