Advertisement
Photo Details/zeeodisha/odisha2446835
photoDetails0hindi

Lucky Zodiac Sign: ୨୬ ସେପ୍ଟେମ୍ବରରେ ଗୁରୁ ପୁଷ୍ୟ ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 26 September 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୬ ସେପ୍ଟେମ୍ୱର ଗୁରବାର ଦିନ ଗଠିତ ଶୁଭ ଯୋଗ ପ୍ରଭାବରୁ ୫ ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବାକୁ ଯାଉଛନ୍ତି । ତେବେ ସେହି ରାଶି ଗୁଡିକ କିଏ ଆସନ୍ତୁ ଜାଣିବା ।

1/5

ମିଥୁନ ରାଶି

ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ଭଗବାନ ବିଷ୍ଣୁଙ୍କ କୃପା ଆପଣଙ୍କ ଉପରେ ରହିବ । ଦାନ ଧର୍ମ କରିବାକୁ ଇଚ୍ଛା ପ୍ରକାଶ କରିବେ । ନିଜ ଜୀବନଶୈଳୀରେ ସକରାତ୍ମକ ପରିବର୍ତ୍ତନ ଦେଖିବେ । ଦିନଟିରେ ଆପଣଙ୍କ ଅନେକ ସମସ୍ୟାର ସମାଧାନ ହୋଇଯିବ । ପୁଞ୍ଜି ବିନିଯୋଗ ପାଇଁ ଦିନଟି ଶୁଭ । ସୁଖ ଏବଂ ସମୃଦ୍ଧତା ହାସଲ କରିବେ । କାର୍ଯ୍ୟରତ ବ୍ୟକ୍ତି ବରିଷ୍ଠ ଅଧିକାରୀମାନଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବେ । ଆପଣଙ୍କୁ ନୂଆ ଦାୟିତ୍ୱ ମିଳିବ । ଆପଣଙ୍କ କ୍ୟାରିୟର ପାଇଁ ଲାଭଦାୟକ ହେବ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ମତଭେଦ ଥିଲେ ସେଥିରୁ ମୁକ୍ତି ପାଇବେ । ପରିବାରରେ ସୁଖ ଏବଂ ଶାନ୍ତି ରହିବ ।

 

2/5

କନ୍ୟା ରାଶି

ଆପଣଙ୍କ ପାଇଁ ଦିନଟି ଲାଭଦାୟକ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଆୟ ବୃଦ୍ଧି ପାଇବ । ଆପଣ ପରିବାର ଏବଂ ବନ୍ଧୁମାନଙ୍କ ଠାରୁ ସମ୍ପୂର୍ଣ୍ଣ ସହାୟତା ପାଇବେ । ଆପଣଙ୍କର ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ । ସରକାରୀ ଯୋଜନାରୁ ଲାଭ ପାଇପାରିବେ । ବିଭିନ୍ନ କ୍ଷେତ୍ରରେ ଆପଣ ସଫଳତା ପାଇବେ । ନିଜ ମଧ୍ୟରେ ଆତ୍ମବିଶ୍ୱାସ ବଢିବ । ବ୍ୟବସାୟରେ ଭଲ ଲାଭ ପାଇବେ । ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ହେବାକୁ ଲାଗିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ସମ୍ପୂର୍ଣ୍ଣ ସହାୟତା ପାଇବେ । ଚାକିରି ପାଇଁ ଚିନ୍ତିତ ଥିଲେ ଖୁସି ଖବର ପାଇବେ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ଅନୁଭବ କରିବେ । ସନ୍ଧ୍ୟାରେ ପଡ଼ୋଶୀଙ୍କ ସହିତ ଆଲୋଚନାରେ ଭାଗ ନେବେ ।

3/5

ତୁଳା ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି । ଭଗବାନ ବିଷ୍ଣୁଙ୍କ କୃପାରୁ ସୁଖରେ ଦିନଟି ବିତିବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ପରିବାର ସଦସ୍ୟ କିମ୍ୱା ସାଙ୍ଗମାନଙ୍କ ସହିତ ଦୂରସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରିବେ । ଏକାଧିକ ଉତ୍ସରୁ ଆୟ କରିବେ । ଆପଣଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜବୁତ ହେବ । ଅଟକି ରହିଥିବା କାର୍ଯ୍ୟ ଗୁଡ଼ିକୁ ଶେଷ କରିବେ । ବ୍ୟବସାୟରେ ଭଲ ଆର୍ଥିକ ଲାଭ ପାଇବେ ।  ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଥିଲେ ସେଥିରୁ ମୁକୁଳିବେ । ପାରିବାରିକ କାର୍ଯ୍ୟ କୌଣସି ପ୍ରତିବନ୍ଧକ ବିନା ଶେଷ ହେବ ।

4/5

ମକର ରାଶି

ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ଶୁଭ ଯୋଗର ପ୍ରଭାବ କାରଣରୁ ଆପଣଙ୍କର ଭଲ ହେବ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ଜୀବନରେ ପ୍ରକୃତ ସୁଖ ମିଳିବ । ଆପଣଙ୍କୁ ଅନେକ କାମ ମିଳିବ ଏବଂ ଗୋଟିଏ ପରେ ଗୋଟିଏ କାମ ଆପଣ ଶେଷ କରିବେ । ଭାଗିଦାରୀରେ ବ୍ୟବସାୟ କରୁଥିବା ବ୍ୟକ୍ତି ଭଲ ଲାଭ ପାଇବେ । ପାରିବାରିକ ବ୍ୟବସାୟ କରୁଥିଲେ ବ୍ୟବସାୟ ବଢିବ । ରିଅଲ୍ ଇଷ୍ଟେଟ୍ ରେ ବିନିଯୋଗ କରିବାକୁ ଚାହୁଁଥିଲେ ଦିନଟି ଶୁଭ । ଚାକିରି କ୍ଷେତ୍ରରେ ଖୁସିର ସହ କାର୍ଯ୍ୟ ଶେଷ କରିବେ । ଯଦି ପରିବାର ସଦସ୍ୟଙ୍କ ମଧ୍ୟରେ ଭୁଲ ବୁଝାମଣା ଚାଲିଥାଏ ତେବେ ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗରେ ତାହାର ସମାଧାନ ହୋଇଯିବ । ବନ୍ଧୁଙ୍କ ସହିତ ସନ୍ଧ୍ୟା ସମୟ ବିତାଇ ମାନସିକ ଶାନ୍ତି ପାଇବେ ।

5/5

ମୀନ ରାଶି

ଆପଣଙ୍କ ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ । ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିବ । ଦିନଟିରେ ଆପଣ ଅନେକ ଚିନ୍ତାରୁ ମୁକ୍ତି ପାଇବେ । ଆଶାଠାରୁ ଅଧିକ ଟଙ୍କା ରୋଜଗାର କରିବେ । କୌଣସି ଆଇନଗତ ମାମଲା ଅଟକି ରହିଥିଲେ ସେଥିରୁ ଆଶ୍ୱସ୍ତି ମିଳିବ । ମାମଲା ଆପଣଙ୍କ ସପକ୍ଷରେ ଯିବାର ଅଧିକ ସମ୍ଭାବନା ରହିଛି । ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ । କାର୍ଯ୍ୟରତ ବ୍ୟକ୍ତି ନିଜ କାର୍ଯ୍ୟ ଏବଂ ଆତ୍ମବିଶ୍ୱାସ ଆଧାରରେ କ୍ୟାରିୟରରେ ଅନେକ ସଫଳତା ହାସଲ କରିବାକୁ ସକ୍ଷମ ହେବେ । ନିଜ ପସନ୍ଦ ଅନୁଯାୟୀ କାର୍ଯ୍ୟ କରିବାର ସୁଯୋଗ ମିଳିବ । ଭାଇମାନଙ୍କ ସହଯୋଗରେ ଅଗ୍ରଗତି କରିବେ । ପାରିବାରିକ ଦାୟିତ୍ୱ ସଠିକ ଭାବେ ତୁଳାଇବେ । ସାମାଜିକ କ୍ଷେତ୍ରରେ ଅନେକ ଖ୍ୟାତି ଅର୍ଜନ କରିବେ । ନିଜ ଜ୍ଞାନ ଏବଂ ଅଭିଜ୍ଞତା ପାଇଁ ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଲେନ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।