Advertisement
Photo Details/zeeodisha/odisha2392611
photoDetails0hindi

Lucky Zodiac Sign: ୨୧ ଅଗଷ୍ଟରେ ତ୍ରିଗ୍ରହ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 21 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୧ ଅଗଷ୍ଟରେ ଗଠିତ ଶୁଭ ଯୋଗ ପ୍ରଭାବରେ 5 ଟି ରାଶିର ବ୍ୟକ୍ତି ବିଶେଷ ଲାଭ ପାଇବେ । ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ ଦେଇଥିବା ତଥ୍ୟରୁ ।

1/5

ବୃଷ ରାଶି ୨୧ ଅଗଷ୍ଟ ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ଶାରୀରିକ ଏବଂ ମାନସିକ ସ୍ତରରେ ଆପଣ ସୁସ୍ଥ ରହିବେ । ଆପଣଙ୍କ ମଧ୍ୟରେ ସକରାତ୍ମକ ଶକ୍ତି ରହିବ । ଆପଣଙ୍କର ଆୟ ବୃଦ୍ଧି ପାଇବ । ସାହସର ସହିତ ପ୍ରତ୍ୟେକ ସମସ୍ୟାକୁ ସମାଧାନ କରିବେ । କର୍ମକ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ନୂଆ ଚାକିରି ମିଳିବାର ଭଲ ସୁଯୋଗ ରହିଛି । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ବ୍ୟବସାୟୀଙ୍କୁ ଭଲ ଲାଭ ମିଳିବ । ବୈବାହିକ ଜୀବନ ଆପଣଙ୍କ ପାଇଁ ସ୍ମରଣୀୟ ହେବ । ପ୍ରତ୍ୟେକ ନିଷ୍ପତ୍ତିରେ ଆପଣଙ୍କ ସାଥୀଙ୍କ ସମର୍ଥନ ପାଇବେ । ପାରିବାରିକ ଜୀବନରେ ଥିବା ଚିନ୍ତା ଦୂର ହୋଇଯିବ ।

2/5

ସିଂହ ରାଶି ଆପଣଙ୍କ ପାଇଁ ଦିଟି ଶୁଭପ୍ରଦ । ଭଗବାନ ଗଣେଶଙ୍କର ବିଶେଷ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ଜୀବନରେ ଚାଲିଥିବା ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତାର ଯୋଗ ରହିଛି । ସହଜରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ । ଆପଣଙ୍କ ପାଇଁ ପ୍ରଗତିର ରାସ୍ତା ଖୋଲିବ । ଚାକିରି କ୍ଷେତ୍ରରେ ଶତ୍ରୁମାନଙ୍କୁ ପରାସ୍ତ କରିବାରେ ସଫଳ ହେବେ । ନିଜ କାର୍ଯ୍ୟରେ ସମସ୍ତଙ୍କୁ ପ୍ରଭାବିତ କରିପାରିବେ । ବ୍ୟବସାୟୀମାନେ ସାମର୍ଥ୍ୟ ଅପେକ୍ଷା ଅଧିକ ଲାଭ ହାସଲ କରିବେ । ଟଙ୍କା ରୋଜଗାର କରିବାର ଅନେକ ଉପାୟ ଆପଣ ପାଇବେ । ଦାମ୍ପତ୍ୟ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହେବ 

 

3/5

ତୁଳା ରାଶି ଆପଣଙ୍କ ପାଇଁ ଦିନଟି ଲାଭଦାୟକ ହେବାକୁ ଯାଉଛି । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଦିନଟିରେ ଶେଷ କରିବାକୁ ଚେଷ୍ଟା କରି ସଫଳ ହେବେ । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଦିନଟି ଶୁଭପ୍ରଦ । ନିଜର ଆତ୍ମବିଶ୍ୱାସ ଉଚ୍ଚରେ ରହିବା ସହ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଟଙ୍କା ରୋଜଗାର ପାଇଁ ଆପଣ ଅନେକ ସୁଯୋଗ ପାଇବେ । ଆର୍ଥିକ ସ୍ଥିତି ଅଧିକ ମଜବୁତ ହେବ । ଆପଣ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେଥିରେ ସଫଳତା ହାସଲ କରିବେ । ପାରିବାରିକ ଜୀବନରେ ଖୁସି ରହିବେ । ବୈବାହିକ ଜୀବନରେ ସାଥୀଙ୍କ ସହିତ ସମ୍ପର୍କ ଭଲ ରହିବ । ସନ୍ଧ୍ୟା ସମୟରେ କୌଣସି ଧାର୍ମିକ ସ୍ଥାନକୁ ଯାଇପାରନ୍ତି ।

4/5

ଧନୁ ରାଶି ଆପଣଙ୍କ ପାଇଁ ଦିନଟି ବିଶେଷ ଲାଭଦାୟକ ସାବ୍ୟସ୍ତ ହେବ । ରୋଗ ପ୍ରତିରୋଧକ ଶକ୍ତି ଭଲ ରହିବ । ଲୋକସମ୍ପର୍କ ବୃଦ୍ଧି ପାଇବ । ଅନେକ ବିଶେଷ ବ୍ୟକ୍ତିଙ୍କ ସହିତ ଆପଣଙ୍କ ପରିଚୟ ବୃଦ୍ଧି ପାଇବ । ପାରିବାରିକ ବ୍ୟବସାୟରେ ଭାଈ ଆପଣଙ୍କୁ ସହଯୋଗ କରିବେ । ଛାତ୍ରମାନଙ୍କ ପାଇଁ ଉଚ୍ଚଶିକ୍ଷାର ରାସ୍ତା ଫିଟିବ । କର୍ମକ୍ଷେତ୍ରରେ ସହକର୍ମୀ ଏବଂ ଅଧିକାରୀମାନଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବେ । ଜୀବନସାଥୀଙ୍କ ସହିତ ଥିବା ବିବାଦର ସମାଧାନ ହେବ ।

5/5

ମକର ରାଶି ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭପ୍ରଦ ହୋଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ଆପଣଙ୍କ କାର୍ଯ୍ୟକୁ ସହଜ କରିବ । ବ୍ୟବସାୟରେ ଆପଣ ଭଲ ଲାଭ ପାଇବେ । ଦୂରଯାତ୍ରାର ସମ୍ଭାବନା ରହିଛି । ଟଙ୍କା ସଞ୍ଚୟ କରିବା ପାଇଁ କିଛି ଯୋଜନା ପ୍ରସ୍ତୁତ କରିବେ । ସ୍ୱାସ୍ଥ୍ୟ ସଠିକ ରହିବା କାରଣରୁ ପରିଶ୍ରମ କରିବାକୁ ଆଗ୍ରହ ପ୍ରକାଶ କରିବେ । ପରିବାର ସଦସ୍ୟଙ୍କ ସହ କିଛି ସମୟ ବିତାଇବେ । ଦାନ ଧର୍ମ କରିବାକୁ ମନ ବଳାଇବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)