Advertisement
Photo Details/zeeodisha/odisha2397202
photoDetails0hindi

Lucky Zodiac Sign: ୨୪ ଅଗଷ୍ଟରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 24 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୪ ଅଗଷ୍ଟ ଶନିବାର ଦିନ ଗଠିତ ଶୁଭ ଯୋଗ ପ୍ରଭାବରେ ୫ ଟି ରାଶିର ବ୍ୟକ୍ତି ଉପକୃତ ହେବାକୁ ଯାଉଛନ୍ତି । କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦଙ୍କ ସୂଚନାରୁ ।

1/5

ବୃଷ ରାଶି

ଆପଣଙ୍କ ପାଇଁ ଏକ ବିଶେଷ ତଥା ଫଳପ୍ରଦ ଦିନ ହେବାକୁ ଯାଉଛି । ଶନିଦେବଙ୍କ ଆଶୀର୍ବାଦରୁ ଆପଣଙ୍କର ଦିନଟି ଭଲରେ କଟିବ । ନିକଟସ୍ଥ କୌଣସି ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ରହିଛି । ବ୍ୟବସାୟୀମାନେ ଭଲ ଲାଭ କରିବାର ସମ୍ଭାବନା ଅଛି । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ଆପଣ ସଫଳ ହେବେ । ଚାକିରୀ କରୁଥିବା ବ୍ୟକ୍ତିମାନେ ସହକର୍ମୀଙ୍କଠାରୁ ସାହାଯ୍ୟ ପାଇବେ । କାର୍ଯ୍ୟଗୁଡ଼ିକୁ ଠିକ୍ ସମୟରେ ପୂରଣ କରିବାରେ ଆପଣ ସକ୍ଷମ ହେବେ । ଅଫିସର ପରିବେଶ ମଧ୍ୟ ଭଲ ରହିବ । ପାରିବାରିକ ବିବାଦ ଚାଲିଥିଲେ ସେଥିରେ ପୂର୍ଣ୍ଣଛେଦ ପଡିବ ।

2/5

କର୍କଟ ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ଦିନଟିରେ ଆପଣ ବହୁତ ଖୁସି ଅନୁଭବ କରିବେ । ଆପଣଙ୍କର ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଗୋଟିଏ ପରେ ଶେଷ ହେବାକୁ ଲାଗିବ । ଚାକିରୀ କ୍ଷେତ୍ରରେ ଚିନ୍ତିତ ଥିଲେ ସେଥିରୁ ମୁକ୍ତି ପାଇବେ । ଜଣେ ଭଲ ବ୍ୟବସାୟୀ ଭାବରେ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହେବେ । ଏଥିସବ ବ୍ୟବସାୟରେ ଆପଣ ଭଲ ଲାଭ ପାଇବେ । ଅଟକି ରହିଥିବା ଟଙ୍କା ଆପଣଙ୍କ ନିକଟକୁ ଫେରି ଆସିବ । ପରିବାର ସଦସ୍ୟଙ୍କ ସହିତ ସନ୍ଧ୍ୟା ସମୟ ବିତାଇବେ ।

3/5

କନ୍ୟା ରାଶି

ଆପଣଙ୍କ ପାଇଁ ଦିନଟି ଖୁବ ଭଲ ହେବାକୁ ଯାଉଛି । ଦାନ ଧର୍ମ କାର୍ଯ୍ୟରେ କିଛି ଟଙ୍କା ଖର୍ଚ୍ଚ କରିପାରନ୍ତି । ଆପଣଙ୍କର ଖ୍ୟାତି ସବୁଆଡେ ବିସ୍ତାର ହେବ । ଅସୁସ୍ଥ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସୁସ୍ଥ ହେବାକୁ ଲାଗିବ । ଆଇନଗତ ପ୍ରସଙ୍ଗ ଅଟକି ଯାଇଥିଲେ ତାହା ଆଗକୁ ବଢିବ । ନିଯୁକ୍ତ ବ୍ୟକ୍ତିମାନେ ଅନ୍ୟ କମ୍ପାନୀରୁ ଭଲ ବେତନରେ ନିଯୁକ୍ତି ସୁଯୋଗ ପାଇବାର ସମ୍ଭାବନା ରହିଛି । ଆପଣଙ୍କ କ୍ୟାରିୟରରେ ଭଲ ଅଭିବୃଦ୍ଧି ହେବ । ନିଜ ଜୀବନସାଥୀଙ୍କ ପାଇଁ କିଛି ଘରୋଇ ଜିନିଷ କିଣିବେ । ଶନିଦେବଙ୍କ କୃପା ଆପଣଙ୍କ ଉପରେ ରହିବ ।

4/5

ମକର ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ସକରାତ୍ମକ ହେବାକୁ ଯାଉଛି । ଶନିଦେବଙ୍କ କୃପାରୁ ଟଙ୍କା ରୋଜଗାର କରିବାରେ ଆପଣ ଆଗରେ ରହିବେ । ବ୍ୟବସାୟରେ ଆପଣ କିଛି ନୂତନ ପ୍ରୟାସ କରିବେ । ଆପଣଙ୍କର ବ୍ୟବସାୟରେ ଭଲ ଲାଭ ହେବ । ନିଯୁକ୍ତ ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଖୁସିର ସହ କାମ କରିବେ । ବନ୍ଧୁଙ୍କ ସହ କୌଣସି ସ୍ଥାନକୁ ଭ୍ରମଣ କରିବାକୁ ଯାଇପାରନ୍ତି । ପ୍ରେମ ଜୀବନରେ କୌଣସି ଭୁଲ ବୁଝାମଣା ଥିଲେ ଜଣେ ପରିଚିତ ବ୍ୟକ୍ତିଙ୍କ ମାଧ୍ୟମରେ ତାହାର ସମାଧାନ ହେବ ।

5/5

ମୀନ ରାଶି

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବାକୁ ଯାଉଛି । ଶନି ଦେବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ଆପଣ ବିପୁଳ ପରିମାଣର ଅର୍ଥ ପାଇପାରନ୍ତି । ଆପଣଙ୍କର ମନୋବଳ ବଢିବାକୁ ଲାଗିବ । ଦିନଟିରେ ଆପଣ ଯେଉଁ କାମରେ ହାତ ମାରିବେ ସେଥିରେ ସଫଳତାର ଅଧିକ ସମ୍ଭାବନା ରହିଛି । କୌଣସି ପୁରୁଣା ବିନିଯୋଗରୁ ଭଲ ରିଟର୍ଣ୍ଣ ପାଇବାର ସମ୍ଭାବନା ଅଛି । ବ୍ୟବସାୟରେ ଚାଲିଥିବା ସମସ୍ୟାଗୁଡିକର ସମାଧାନ ହେବା ସହ ଆପଣ ଭଲ ଲାଭ ପାଇବେ । ଧାର୍ମିକ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)