Advertisement
Photo Details/zeeodisha/odisha2351487
photoDetails0hindi

Lucky Zodiac Sign: ୨୫ ଜୁଲାଇରେ ଗୁରୁ ମଙ୍ଗଲ ଯୋଗର ଶୁଭ ସମକକ୍ଷ, ୫ ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 25 July 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୁରବାର ଦିନ ଗଠିତ ଶୁଭ ଯୋଗ ପ୍ରଭାବରୁ ୫ଟି ରାଶିର ବ୍ୟକ୍ତି ଉପକୃତ ହେବାକୁ ଯାଉଛନ୍ତି । ତେବେ କେଉଁ ରାଶିକୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

1/5

ମିଥୁନ ରାଶି ୨୫ ଜୁଲାଇ ଆପଣଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ଆପଣ ଅନେକ କାର୍ଯ୍ୟରେ ଆରାମ ପାଇବେ । ସରକାରୀ ଯୋଜନାର ଲାଭ ଉଠାଇବାକୁ ମଧ୍ୟ ସକ୍ଷମ ହେବେ । ଆପଣଙ୍କ ଚିନ୍ତାଧାରାରେ ଏକ ସକରାତ୍ମକ ପରିବର୍ତ୍ତନ ଆସିବ । ସାଙ୍ଗମାନଙ୍କ ସହିତ ସମୟ ବିତାଇବାର ସୁଯୋଗ ପାଇବେ । ଋଣ ନେବାକୁ ଚିନ୍ତା କରୁଥିଲେ ସଫଳତା ପାଇବେ । ଚାକିରି କ୍ଷେତ୍ରରେ ଅଫିସରେ ବରିଷ୍ଠ ଅଧିକାରୀଙ୍କ ନିକଟରୁ ସମ୍ମାନ ପାଇପାରନ୍ତି । ପ୍ରେମ ଜୀବନରେ ବୁଝାମଣା ଭଲ ରହିବ । ଦୂରଯାତ୍ରା କରିପାରନ୍ତି ।

2/5

କର୍କଟ ରାଶି ଆପଣଙ୍କ ପାଇଁ ଦିନଟି ଶୁଭ ଏବଂ ଫଳପ୍ରଦ ହେବାକୁ ଯାଉଛି । ଭଗବାନ ବିଷ୍ଣୁଙ୍କ କୃପା ଆପଣଙ୍କ ଉପରେ ରହିବ । ଲୋକଙ୍କୁ ପ୍ରଭାବିତ କରିବାରେ ସଫଳ ହେବେ । ଅନେକ ଇଚ୍ଛା ପୂରଣ ହେବ । ଆପଣଙ୍କର କିଛି ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ଦେଶ ତଥା ବିଦେଶ ଭ୍ରମଣ କରିବାର ସୁଯୋଗ ମଧ୍ୟ ପାଇପାରନ୍ତି । ବ୍ୟବସାୟରେ ଭଲ ଲାଭ ଅର୍ଜନ କରିବାକୁ ସକ୍ଷମ ହେବେ । ଚାକିରି କ୍ଷେତ୍ରରେ ନିଜ କାର୍ଯ୍ୟରେ ଅନ୍ୟମାନଙ୍କୁ ପ୍ରଭାବିତ କରିବାରେ ସମର୍ଥ ହେବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଜୀବନସାଥୀଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ ।

3/5

କନ୍ୟା ରାଶି ଆପଣଙ୍କ ପାଇଁ ଦିନଟି ଖୁବ ଭଲ ହେବାକୁ ଯାଉଛି । ପୁରୁଣା ବନ୍ଧୁଙ୍କୁ ଭେଟିପାରନ୍ତି । ସେୟାର ବଜାରରେ ବିନିଯୋଗ କରିବାକୁ ଯୋଜନା କରୁଥିଲେ ଦିନଟି ଶୁଭପ୍ରଦ । ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ଟଙ୍କା ସଞ୍ଚୟ କରିବାରେ ମଧ୍ୟ ସଫଳ ହେବେ । ବ୍ୟବସାୟରେ ଲାଭ ଅର୍ଜନ କରିବେ । ଚାକିରି କ୍ଷେତ୍ରରେ କ୍ୟାରିୟର ଅଗ୍ରଗତି ପାଇଁ ସୁବର୍ଣ୍ଣ ସୁଯୋଗ ପାଇବେ । ଆୟର ବୃଦ୍ଧି ହେବାର ସମ୍ଭାବନା ରହିଛି । ପୂର୍ବରୁ ଥିବା ପାରିବାରିକ ସମସ୍ୟାରେ ପୂର୍ଣ୍ଣଛେଦ ପଡିବ ।

4/5

ବିଛା ରାଶି ଆପଣଙ୍କ ପାଇଁ ଦିନଟି ଅନୁକୂଳ ହେବାକୁ ଯାଉଛି । ନିଜ ଭବିଷ୍ୟତକୁ ନେଇ ଥିବା ଚିନ୍ତା ହ୍ରାସ ପାଇବ । ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି । ହଠାତ୍ ଅଟକି ରହିଥିବା ଟଙ୍କା ମିଳିପାରେ । ପୁରୁଣା ବିନିଯୋଗରୁ ଭଲ ରିଟର୍ଣ୍ଣ ପାଇବେ । ବ୍ୟବସାୟୀମାନେ ଟଙ୍କା ରୋଜଗାର ପାଇଁ ଅନେକ ସୁଯୋଗ ପାଇବେ । ପରିବାରରେ ସଦସ୍ୟଙ୍କ ଭଲପାଇବା ମିଳିବ । ଅନ୍ୟମାନଙ୍କ ଓଠରେ ହସ ଦେଖିବା ଦିଗରେ କାର୍ଯ୍ୟ କରିବେ । ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ପର୍କ ଅଧିକ ମଜବୁତ ହେବ ।

5/5

ଧନୁ ରାଶି ଆପଣଙ୍କ ପାଇଁ ଦିନଟି ସୃଜନଶୀଳ ହେବାକୁ ଯାଉଛି । ଧାର୍ମିକ କାର୍ଯ୍ୟରେ ଜଡିତ ହୋଇପାରନ୍ତି । ଟଙ୍କା ସଞ୍ଚୟ କରିବାର ସୁଯୋଗ ପାଇବେ। କିଛି ନୂଆ ଲୋକଙ୍କ ସହ ପରିଚୟ ହେବ ଯାହାଙ୍କ ଦ୍ୱାରା ଆପଣଙ୍କୁ ଲାଭ ମିଳିବ । ଚାକିରି କ୍ଷେତ୍ରରେ ସକରାତ୍ମକ ପରିବର୍ତ୍ତନ ଆସିବ । ହଠାତ୍ କିଛି ଭଲ ଖବର ଶୁଣିପାରନ୍ତି । ଆପଣଙ୍କ ପ୍ରତ୍ୟେକ ପଦକ୍ଷେପରେ ନିଜ ପିତାମାତାଙ୍କର ସମର୍ଥନ ରହିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)