Lucky Zodiac Sign: ୨୫ ଜୁଲାଇରେ ଗୁରୁ ମଙ୍ଗଲ ଯୋଗର ଶୁଭ ସମକକ୍ଷ, ୫ ଟି ରାଶିର ଭାଗ୍ୟ ଉଜ୍ୱଳ

Published: Jul 24, 2024, 07:46 PM IST|Updated: Jul 24, 2024, 07:46 PM IST

Top 5 Lucky Zodiac Sign, 25 July 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୁରବାର ଦିନ ଗଠିତ ଶୁଭ ଯୋଗ ପ୍ରଭାବରୁ ୫ଟି ରାଶିର ବ୍ୟକ୍ତି ଉପକୃତ ହେବାକୁ ଯାଉଛନ୍ତି । ତେବେ କେଉଁ ରାଶିକୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

Top 5 Lucky Zodiac Sign, 25 July 2024: ଗୁରୁବାର, ଜୁଲାଇ ୨୫ରେ କୁମ୍ଭ ପରେ ଚନ୍ଦ୍ର ମୀନ ରାଶିରେ ଚଳନ କରିବେ । ବୃଷ ରାଶିରେ ବୃହସ୍ପତି ମଙ୍ଗଳ ଯୁକ୍ତିରୁ ଗୁରୁ ମଙ୍ଗଲ ଯୋଗ ସୃଷ୍ଟି ହେଉଛି । ଏଥିସହ ଶ୍ରାବଣ ମାସର କୃଷ୍ଣପକ୍ଷର ପଞ୍ଚମ ଦିନରେ ଶୋଭନ ଯୋଗ, ଶୁକ୍ରାଦିତ୍ୟ ଯୋଗ ଏବଂ ପୁର୍ବାଭାଦ୍ରପଦ ନକ୍ଷତ୍ରର ଏକ ଶୁଭ ମିଶ୍ରଣ ରହିଛି । ଯେଉଁଥିପାଇଁ ଦିନଟିର ଗୁରୁତ୍ୱ ଆହୁରି ବଢିଛି ।