Advertisement
Photo Details/zeeodisha/odisha2401658
photoDetails0hindi

Lucky Zodiac Sign: ୨୭ ଅଗଷ୍ଟ ମଙ୍ଗଳବାର, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 27 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୨୭ ଅଗଷ୍ଟ ମଙ୍ଗଳବାର ଦିନ ଗଠିତ ଶୁଭ ଯୋଗ ପ୍ରଭାବରୁ ୫ଟି ରାଶିର ବ୍ୟକ୍ତି ଉପକୃତ ହେବାକୁ ଯାଉଛନ୍ତି ।

1/5

ବୃଷ ରାଶି

ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ଶାରୀରିକ ଏବଂ ମାନସିକ ସ୍ତରରେ ଆପଣ ଖୁସି ଅନୁଭବ କରିବେ । ସକରାତ୍ମକ ଚିନ୍ତାଧାରା ମଧ୍ୟ ମନକୁ ଆସିବ । ଛାତ୍ରମାନେ ପ୍ରତିଯୋଗିତାରେ ସଫଳ ହେବେ । ବିନିଯୋଗ କରିବାକୁ ଚାହୁଁଥିଲେ ଦିନଟି ଶୁଭ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ବ୍ୟବସାୟୀମାନେ ଲାଭରେ ରହିବେ । ନୂଆ ଚାକିରି ଖୋଜୁଥିଲେ ଆପଣଙ୍କୁ ଖୁସି ଖବର ମିଳିବ । ବୈବାହିକ ଜୀବନ ସୁଖରେ କଟିବ ।

2/5

ସିଂହ ରାଶି

ଆପଣଙ୍କ ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ । ସଙ୍କଟମୋଚନ ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆପଣ ସଫଳତା ପାଇବେ । ଆପଣ ଏକରୁ ଅଧିକ ବ୍ୟବସାୟ କରିପାରିବେ । ଆପଣଙ୍କର ଆର୍ଥିକ ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ମଜବୁତ ହେବ । ନିଜ ମିଠା କଥାରେ ସମସ୍ତଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହେବେ । ଧନ ଏବଂ ସମ୍ପତ୍ତି ବଢିବାକୁ ଲାଗିବ । ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ଜମିରେ ବିନିଯୋଗ କରିଲେ ଭବିଷ୍ୟତରେ ଭଲ ଲାଭ ପାଇବେ । ପାରିବାରିକ ଏବଂ ବୈବାହିକ ଜୀବନ ସୁଖପ୍ରଦ ହେବ ।

3/5

ତୁଳା ରାଶି

ଆପଣଙ୍କ ପାଇଁ ଦିନଟି ଲାଭଦାୟକ ହେବାକୁ ଯାଉଛି । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବାର ଯୋଗ ରହିଛି । ଧନ, ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ । ଆପଣ ନେଇଥିବା ନିଷ୍ପତ୍ତି ସଫଳ ହେବ । ଆପଣଙ୍କ ବ୍ୟକ୍ତିତ୍ୱ ପ୍ରଭାବଶାଳୀ ହେବ । ସହକର୍ମୀମାନଙ୍କଠାରୁ ଆପଣ ପୂର୍ଣ୍ଣ ସମର୍ଥନ ପାଇବେ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପୂର୍ଣ୍ଣ ସମର୍ଥନ ଆପଣଙ୍କୁ ମିଳିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବ । 

4/5

ବିଛା ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି । ପରିବାର ସଦସ୍ୟଙ୍କଠାରୁ ଭଲ ଖବର ପାଇବେ । ବନ୍ଧୁଙ୍କ ସହ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିବେ । ଜମିରେ ବିନିଯୋଗ କରିବାକୁ ଚାହୁଁଥିଲେ ଦିନଟି ଶୁଭ । ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ ହେଉଥିଲେ ଆପଣଙ୍କୁ ଖୁସି ଖବର ମିଳିବ । କଠିନ ପରିଶ୍ରମ ଅନୁଯାୟୀ ଫଳାଫଳ ପାଇବେ । ବ୍ୟବସାୟରେ ଲାଭ ପାଇବେ । କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ । ଅବିବାହିତ ବ୍ୟକ୍ତି ଜଣେ ବିଶେଷ ବ୍ୟକ୍ତିଙ୍କୁ ଭେଟି ପାରନ୍ତି ।

5/5

ମକର ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି । ନିଜ ଭିତରେ ସାହସ ବଢିବ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ଉଭୟ ଚାକିରି ଏବଂ ବ୍ୟବସାୟରେ ସନ୍ତୋଷଜନକ ଫଳାଫଳ ପାଇବେ । ପୁରୁଣା ବିନିଯୋଗରୁ ଆପଣ ଭଲ ରିଟର୍ନ ପାଇବେ । ବିଦେଶ ଯାତ୍ରା କରିବାର ସୁଯୋଗ ସୃଷ୍ଟି ହେବ । ଅସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ କରିବାକୁ ଗୁରୁତ୍ୱ ଦେବେ । ସମ୍ପତ୍ତି ସହ ଜଡିତ ବିବାଦ ଥିଲେ ସେଥିରୁ ଆଶ୍ୱସ୍ତି ପାଇବେ । ଘରେ ସକରାତ୍ମକ ପରିବେଶ ରହିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)