Advertisement
Photo Details/zeeodisha/odisha2403185
photoDetails0hindi

Lucky Zodiac Sign: ୨୮ ଅଗଷ୍ଟରେ ମହାଲକ୍ଷ୍ମୀ ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 28 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୮ ଅଗଷ୍ଟ ଦିନ ଗଠିତ ଶୁଭ ଯୋଗ ପ୍ରଭାବରେ ୫ଟି ରାଶିକୁ ଅତ୍ୟନ୍ତ ଶୁଭଫଳ ମିଳିବାକୁ ଯାଉଛି । କେଉଁ ରାଶିର ବ୍ୟକ୍ତି ଭାଗ୍ୟବାନ ଆସନ୍ତୁ ଜାଣିବା ।

1/5

ମିଥୁନ ରାଶି

ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ଆପଣ ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି । ବ୍ୟବସାୟରେ ନୂଆ ଚୁକ୍ତି ଚୂଡାନ୍ତ କରିବାକୁ ଚାହୁଁଥିଲେ ଦିନଟି ଶୁଭପ୍ରଦ । ଚାକିରି କ୍ଷେତ୍ରରେ ଭଲ କମ୍ପାନୀଠାରୁ ଆପଣଙ୍କୁ ଅଫର ମିଳିପାରେ । କ୍ୟାରିଅରରେ ଭଲ ଅଗ୍ରଗତି ହେବା ସହ କର୍ମକ୍ଷେତ୍ରରେ ଆପଣଙ୍କ ପ୍ରଭାବ ବୃଦ୍ଧି ପାଇବ । କୋର୍ଟରେ କୌଣସି ମାମଲା ବିଚାରାଧୀନ ଥିଲେ ସେଥିରେ ଆପଣଙ୍କ ସପକ୍ଷରେ ରାୟ ଯାଇପାରେ । ପରିବାରରେ କୌଣସି ବିବାଦ ଥିଲେ ତାହାର ସମାଧାନ ହୋଇଯିବ ।

2/5

କନ୍ୟା ରାଶି

ଆପଣଙ୍କ ପାଇଁ ଦିନଟି ବିଶେଷ ଫଳପ୍ରଦ ହେବାକୁ ଯାଉଛି । ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ପୈତୃକ ସମ୍ପତ୍ତିରୁ ଆପଣଙ୍କୁ ଲାଭ ମିଳିବ । ପୁରୁଣା ବିନିଯୋଗରୁ ଭଲ ରିଟର୍ଣ୍ଣ ପାଇବାର ସମ୍ଭାବନା ରହିଛି । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଦିନଟି ଶୁଭ । ଅଫିସରେ କାମକୁ ପ୍ରଶଂସା ମିଳିବ । ସମସ୍ତଙ୍କ ସହ ଆପଣଙ୍କର ସମ୍ପର୍କ ମଧ୍ୟ ଭଲ ରହିବ । ପ୍ରେମ ଜୀବନରେ ବିବାହ ପାଇଁ କଥା ଆଗକୁ ବଢିବ । ବନ୍ଧୁଙ୍କ ସହିତ ଭୋଜୀରେ ଯୋଗଦେଇ ପାରନ୍ତି ।

3/5

ଧନୁ ରାଶି

ଆପଣଙ୍କ ପାଇଁ ଦିନଟି ସକରାତ୍ମକ । ଦିନଟିରେ ଆପଣ ଭଲ ଟଙ୍କା ରୋଜଗାର କରିବେ । ଉଚ୍ଚଶିକ୍ଷା ପାଇଁ ଆପଣ ବିଦେଶ ଯାତ୍ରା କରିପାରନ୍ତି । ବିନିଯୋଗ କରିବାକୁ ଚାହୁଁଥିଲେ ଦିନଟି ଭଲ । ମହାଲକ୍ଷ୍ମୀ ଯୋଗର ଲାଭ ଆପଣଙ୍କୁ ମିଳିବ । କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହଯୋଗରେ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ବୈବାହିକ ଜୀବନରେ କୌଣସି ମତଭେଦ ଥିଲେ ସେଥିରୁ ମୁକ୍ତି ପାଇବେ ।

4/5

କୁମ୍ଭ ରାଶି

ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ । କର୍ମକ୍ଷେତ୍ରରେ ସହଯୋଗର ହାତ ବଢିବ । ପରିବାର ସଦସ୍ୟଙ୍କ ସହ ଦୂରଯାତ୍ରା ପାଇଁ ଯୋଜନା କରିବେ । ସେୟାର ମାର୍କେଟରୁ ଭଲ ଲାଭ ପାଇବାର ସମ୍ଭାବନା ରହିଛି । କର୍ମଜୀବୀ ମହିଳାମାନେ ବିଶେଷ ଭାବରେ ଉପକୃତ ହେବେ । ସନ୍ଧ୍ୟା ସମୟରେ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ବ୍ୟବସାୟରେ ଲାଭ ପ୍ରଚୁର ହୋଇପାରେ ।

5/5

ମୀନ ରାଶି

ଆପଣଙ୍କୁ ଦିନଟି ଶୁଭ ଫଳାଫଳ ପ୍ରଦାନ କରିବ । ବ୍ୟବସାୟ ଓ ଚାକିରିରେ ଆପଣ ଲାଭରେ ରହିବେ । ଶିକ୍ଷା ପାଇଁ ଦୂରଯାତ୍ରା କରିପାରନ୍ତି । ପରିବାର ସଦସ୍ୟଙ୍କ ସହ ଅଧିକ ସମୟ ବିତିପାରେ । ଜୀବନସାଥୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଏକ ଭଲ କମ୍ପାନୀରୁ ଅଫର ମିଳିପାରେ । ଆପଣଙ୍କ ଆର୍ଥିକ ଅବସ୍ଥା ସୁଦୃଢ ହେବାକୁ ଲାଗିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)