Advertisement
Photo Details/zeeodisha/odisha2396997
photoDetails0hindi

Mangal & Shukra Gochar 2024: ଶୁକ୍ର ଏବଂ ମଙ୍ଗଳ ଚଳନ, ୫ ରାଶିରେ ପଡିବ ବଡ଼ ପ୍ରଭାବ

Mangal & Shukra Gochar 2024: ୨୫ ଅଗଷ୍ଟରେ ଶୁକ୍ରଙ୍କ ଚଳନ ଏବଂ ୨୬ ଅଗଷ୍ଟରେ ମଙ୍ଗଳଙ୍କ ଚଳନ ହେବାକୁ ଯାଉଛି। ଯେଉଁଥିପାଇଁ ୫ ଟି ରାଶିର ପ୍ରେମ ସମ୍ପର୍କରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇପାରେ ।

1/5

ମେଷ ରାଶି

ଦାମ୍ପତ୍ୟ ଜୀବନରେ ଅନେକ ସଂଘର୍ଷ ଆସିପାରେ । ହଠାତ୍ ଆପଣ କିଛି ଭୁଲ୍ ନିଷ୍ପତ୍ତି ନେଇପାରନ୍ତି । ସାଥୀଙ୍କ ଉପରେ ଅସନ୍ତୁଷ୍ଟ ହୋଇପାରନ୍ତି । ଅବିଶ୍ୱାସ କାରଣରୁ ପ୍ରେମ ଜୀବନରେ ମତଭେଦ ଦେଖାଦେବ ।

2/5

ବୃଷ ରାଶି

ଉଭୟ ଗ୍ରହ ଚଳନ ପରେ ଆପଣଙ୍କ ପ୍ରେମ ଜୀବନ ନକାରାତ୍ମକ ଭାବରେ ପ୍ରଭାବିତ ହୋଇପାରେ । ସାଥିଙ୍କ ସହ ବାଦ ବିବାଦ ବଢିପାରେ । କେତେକାଂଶରେ ବ୍ରେକଅପ ହେବାର ସମ୍ଭାବନା ମଧ୍ୟ ରହିଛି । ତେଣୁ କିଛି କହିବା ଆଗରୁ ଭାବିଚିନ୍ତି କଥା ହୁଅନ୍ତୁ ।

3/5

କର୍କଟ ରାଶି

୨ ରାଶି ଚଳନ ପରେ ଆପଣ ଭାବପ୍ରବଣତା ଭୋଗିପାରନ୍ତି । ନିଜ ସାଥୀଙ୍କଠାରୁ କଠୋର ଶବ୍ଦ ଶୁଣିବାର ସମ୍ଭାବନା ରହିଛି । ସାଥୀଙ୍କ କାର୍ଯ୍ୟକଳାପ ଦ୍ୱାରା ଆଘାତ ପାଇପାରନ୍ତି । ସତର୍କ ରହି ସମୟ କାଟନ୍ତୁ ।

4/5

ତୁଳା ରାଶି

ରାଶି ପରିବର୍ତ୍ତନ ଆପଣଙ୍କ ଜୀବନରେ ପ୍ରେମ ଏବଂ ରୋମାନ୍ସ କୁ ହ୍ରାସ କରିପାରେ । ଏହି ସମୟରେ ଆପଣଙ୍କ ସାଥି ଆପଣଙ୍କ ଲୁକ୍କାୟିତ ସତ୍ୟ ବିଷୟରେ ଜାଣିବାର ସମ୍ଭାବନା ରହିଛି । ସମ୍ପର୍କରେ ସୁଧାର ଆଣିବା ପାଇଁ ଉତ୍ତମ ବୁଝାମଣା ଆବଶ୍ୟକ ହେବ ।

5/5

ବିଛା ରାଶି

ଶୁକ୍ର ଏବଂ ମଙ୍ଗଳ ଚଳନ ଆପଣଙ୍କ ପ୍ରେମ ଜୀବନକୁ ଚାପଗ୍ରସ୍ତ କରିପାରେ । ନିଜ ସାଥୀଙ୍କ ଦ୍ୱାରା ଆପଣ ବିଶ୍ୱାସଘାତକତା ଶିକାର ହୋଇପାରନ୍ତି । ଏହି ପରିସ୍ଥିତିର ମୁକାବିଲା ପାଇଁ ସଙ୍କଟମୋଚନ ପ୍ରଭୁ ଶ୍ରୀ ହନୁମାନଙ୍କ ଚାଲିସା ପାଠ କରନ୍ତୁ ।

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।