Saptahik Rashifal 18 to 24 November 2024: ନଭେମ୍ବର ୧୮ ସୋମବାରରୁ ଆରମ୍ଭ ହେଉଥିବା ନୂଆ ସପ୍ତାହରେ ଚନ୍ଦ୍ର ମିଥୁନରେ ଏବଂ ସପ୍ତାହ ଶେଷରେ କନ୍ୟାରେ ସଞ୍ଚାର କରିବେ । ଏହି ସପ୍ତାହ କିଛି ଲୋକଙ୍କ ପାଇଁ ସକରାତ୍ମକ ଫଳାଫଳ ପ୍ରଦାନ କରିବ ଏବଂ କିଛି ବ୍ୟକ୍ତି ମିଶ୍ରିତ ଫଳାଫଳ ପାଇବେ ।
ମେଷ ରାଶି
ବହୁ ଅସୁବିଧାର ସମ୍ମୁଖୀନ ହେବା ପରେ ଆପଣଙ୍କ କାର୍ଯ୍ୟ ଏହି ସପ୍ତାହରେ ଶେଷ ହେବ । ବ୍ୟବସାୟ ସହିତ ଜଡିତ ବ୍ୟକ୍ତି ପ୍ରତିଯୋଗୀମାନଙ୍କୁ କଡା ଟକ୍କର ଦେବେ । ସପ୍ତାହର ଶେଷ ଭାଗରେ ଆପଣ ଭଲ ଲାଭ ପାଇବେ । ଦୂର ଯାତ୍ରାରୁ ଟଙ୍କା ରୋଜଗାର କରିବାର ସମ୍ଭାବନା ରହିଛି । ପରିବାର ସଦସ୍ୟମାନଙ୍କ ସହଯୋଗ ଆପଣଙ୍କ ପ୍ରତି ରହିବ । ଜୀବନସାଥୀଙ୍କ ସାହାଯ୍ୟରେ ଘରୋଇ ସମସ୍ୟାର ସମାଧାନ ଖୋଜିବାରେ ସଫଳ ହେବେ । ଶୁଭ କାର୍ଯ୍ୟର ଏକ ଅଂଶ ହେବାକୁ ସୁଯୋଗ ମିଳିବ । ସ୍ୱାସ୍ଥ୍ୟରେ ଉନ୍ନତି ଆସିବ ।
ବୃଷ ରାଶି
ଆପଣଙ୍କ ଯୋଜନାବଦ୍ଧ କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ । ଆର୍ଥିକ ସ୍ଥିତି ଭଲ ରହିବ । ବ୍ୟବସାୟରେ ଆପଣ ଭଲ ଲାଭ ପାଇବେ । ଅଧିକ ଖର୍ଚ୍ଚାନ୍ତର ସମ୍ମୁଖୀନ ହେବେ । ବ୍ୟବସାୟିକ ଏବଂ ଚାକିରି କାର୍ଯ୍ୟରେ ଦୂରଯାତ୍ରା କରିବାକୁ ପଡିପାରେ । ସାଥୀଙ୍କୁ ଆଶ୍ଚର୍ଯ୍ୟ କରିବାକୁ ଏକ ଉପହାର ଦେଇପାରନ୍ତି । ଘର ନିର୍ମାଣ କିମ୍ବା ଗାଡି କିଣିବାର ଇଚ୍ଛା ପୂରଣ ହୋଇପାରେ । ସ୍ୱାସ୍ଥ୍ୟ ପରୀକ୍ଷାରେ ରିପୋର୍ଟ ସ୍ୱାଭାବିକ ହେବାକୁ ଯାଉଛି ।
ମିଥୁନ ରାଶି
ଆପଣଙ୍କଠାରେ ଏକ ନୂତନ ଶକ୍ତି ପ୍ରବାହିତ ହେବ । ବ୍ୟାଙ୍କିଙ୍ଗ୍ ଏବଂ ଆଇଟି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପଦୋନ୍ନତି ପାଇବାର ସୂଚନା ରହିଛି । ସପ୍ତାହ ମଧ୍ୟଭାଗରେ ବ୍ୟବସାୟୀମାନେ ଏହି ସମୟରେ ଋଣ ଉପରେ କାରବାର ଠାରୁ ଦୂରେଇ ରହିବା ଉଚିତ୍ । ବିପଦପୂର୍ଣ୍ଣ ନିବେଶ କରନ୍ତୁ ନାହିଁ ନଚେତ ଆର୍ଥିକ କ୍ଷତି ସହିପାରନ୍ତି । ସାଥୀଙ୍କ ସହିତ ଝଗଡା ହୋଇପାରେ । ଛାତ୍ରଛାତ୍ରୀମାନଙ୍କ ପାଇଁ ନୂତନ ସଫଳତାର ସମ୍ଭାବନା ଅଛି । ଅମ୍ଳତା ସମସ୍ୟା କାରଣରୁ ଆପଣ ଏହି ସପ୍ତାହରେ ଅସୁବିଧାରେ ପଡ଼ିପାରନ୍ତି ।
କର୍କଟ ରାଶି
ଚାକିରି କ୍ଷେତ୍ରରେ ପଦୋନ୍ନତି ସହ ଇଚ୍ଛା ମୁତାବକ ସ୍ଥାନକୁ ସ୍ଥାନାନ୍ତର ହେବାର ସମ୍ଭାବନା ଅଛି । ବ୍ୟବସାୟର ବଢାଇବା ପାଇଁ କରିଥିବା ଯୋଜନା କାର୍ଯ୍ୟକାରୀ କରିବେ । ସରକାରୀ କାର୍ଯ୍ୟ ପାଇଁ ଆପଣଙ୍କୁ ହୁଏତ ଟିକିଏ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଆଧ୍ୟାତ୍ମିକ ଚିନ୍ତାଧାରା ମନକୁ ଆସିବ । ପାରିବାରିକ ଦୃଷ୍ଟିକୋଣରୁ ସମୟ ଶୁଭ । ଦମ୍ପତିମାନେ ଭଲ ଖବର ପାଇବାର ସମ୍ଭାବନା ଅଛି । ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ମହିଳାମାନଙ୍କର ମୁଡ୍ ସୁଇଙ୍ଗ୍ ଜନିତ ସମସ୍ୟା ଦେଖାଦେଇପାରେ । ମାଇଗ୍ରେନ୍ ଜନିତ ଯନ୍ତ୍ରଣା ଦେଖା ଦେଇପାରେ ।
ସିଂହ ରାଶି
ଏହି ସମୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ୍ । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ କାମ ପ୍ରଭାବିତ ହେବାର ସମ୍ଭାବନା ଅଛି । ପୁରୁଣା ବ୍ୟବସାୟରୁ ଉପକୃତ ହେବେ । ରାଜନୀତି ସହିତ ଜଡିତ ବ୍ୟକ୍ତି ସଫଳତା ପାଇଁ କଠିନ ପରିଶ୍ରମ କରିବେ । କାହା ସହ କିଛି ବିବାଦ ଥିଲେ ସମ୍ପର୍କରେ ଉନ୍ନତି ହେବ । ଆପଣଙ୍କୁ ନକରାତ୍ମକ କଥା କହୁଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ପରିଷ୍କାର ପରିଚ୍ଛନ୍ନତା ପ୍ରତି ଯତ୍ନବାନ ହୁଅନ୍ତୁ । ନଚେତ ସଂକ୍ରମଣ ଜନିତ ରୋଗର ସମ୍ଭାବନା ରହିଛି ।
କନ୍ୟା ରାଶି
ପୂର୍ବ ଅନୁଭୂତିକୁ କାର୍ଯ୍ୟକାରୀ କରି ଲାଭ ପାଇବାରେ ସକ୍ଷମ ହେବେ । ଭାଗିଦାରୀରେ ବ୍ୟବସାୟରେ ସତର୍କ ରୁହନ୍ତୁ । ପ୍ରେମ ସଂପର୍କରେ ଦ୍ୱନ୍ଦ୍ୱ ବଢିବାର ସମ୍ଭାବନା ରହିଛି । ଭାଇ ଓ ଭଉଣୀମାନଙ୍କ ସହିତ ମନର କଥା ବାଣ୍ଟିବା ପରେ ଆଶ୍ୱସ୍ତି ଲାଭ କରିବେ । ଅଧିକ ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ଅଯୋଥା କଥାକୁ ନେଇ ଚିନ୍ତିତ ହୋଇପାରନ୍ତି । ଜୀବନସାଥୀ ପ୍ରତି ଆପଣଙ୍କ ଆଚରଣ ଭଲ ରଖନ୍ତୁ । ବାତ, ପିତ ଏବଂ କଫ ଜନିତ ସମସ୍ୟା ଦେଖାଦେଇପାରେ । ତେଣୁ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ ।
ତୁଳା ରାଶି
ଆପଣଙ୍କ ପାଇଁ ସପ୍ତାହ ଆରମ୍ଭରେ କାର୍ଯ୍ୟଭାର ବଢିପାରେ । ଅଫିସ୍ ରାଜନୀତିରେ ବିଜୟ ହାସଲ କରିବାରେ ସଫଳ ହେବେ । କାର୍ଯ୍ୟ ସ୍ଥଗିତ ରଖିବା କାରଣରୁ ଆପଣ କ୍ଷତି ସହିପାରନ୍ତି । ବ୍ୟବସାୟରେ ନିଜ ଲୋକଙ୍କ ସହାୟତା ପାଇବେ । ଆପଣ ସେମାନଙ୍କ ସମର୍ଥନରୁ ବହୁତ ଆରାମ ପାଇବେ । ବୟସ୍କ ବ୍ୟକ୍ତିଙ୍କ ସହିତ ବାର୍ତ୍ତାଳାପ ସମୟରେ ନିଜ ବକ୍ତବ୍ୟକୁ ନିୟନ୍ତ୍ରଣରେ ରଖନ୍ତୁ । ପରିବାରରେ ଛୋଟ ଛୋଟ ଜିନିଷକୁ ଅଣଦେଖା କରିବା ପରିବର୍ତ୍ତେ, ସେଗୁଡ଼ିକ କିପରି ସମାଧାନ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ମଧୁମେହ ରୋଗୀମାନେ ବ୍ୟାୟାମ ଅଭ୍ୟାସ କରନ୍ତୁ । ସନ୍ତୁଳିତ ଖାଦ୍ୟ ଅଭ୍ୟାସ ଉପରେ ଧ୍ୟାନ ଦେବା ଉଚିତ୍ । ନିଜର ଅସାବଧାନତା କାରଣରୁ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି ।
ବିଛା ରାଶି
ଆପଣଙ୍କ ଉତ୍ତମ କାର୍ଯ୍ୟ କାରଣରୁ ବରିଷ୍ଠ ଅଧିକାରୀ ପ୍ରଭାବିତ ହୋଇ ଖୁସିବ୍ୟକ୍ତ କରିବେ । ବ୍ୟବସାୟରେ ଆଶା କରୁଥିବା ଲାଭ ମିଳିନପାରେ । ଆପଣଙ୍କର ଖର୍ଚ୍ଚ ନିୟନ୍ତ୍ରଣ କରିବାରେ ସଫଳ ହେବେ । ଛାତ୍ରମାନେ ଅଧ୍ୟୟନରୁ ବିଭ୍ରାନ୍ତ ହୋଇପାରନ୍ତି । ସୃଜନଶୀଳ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି । ସମ୍ପର୍କର ସମନ୍ୱୟ କିଛି ମାତ୍ରାରେ ବିଚଳିତ ହୋଇପାରେ । ଯେଉଁ କାରଣ ପାଇଁ ଆପଣ ବହୁତ ଚିନ୍ତିତ ହୋଇପାରନ୍ତି । ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚେଷ୍ଟା କରନ୍ତୁ ।
ଧନୁ ରାଶି
ଆପଣଙ୍କ ପାଇଁ ସପ୍ତାହଟି ଶୁଭଫଳ ପ୍ରଦାନ କରିପାରେ । ସହକର୍ମୀମାନଙ୍କ ସହିତ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । କର୍ମକ୍ଷେତ୍ରରେ ମାନ ସମ୍ମାନ ମିଳିପାରେ । ସାମାଜିକ କାର୍ଯ୍ୟ ପାଇଁ ଲୋକେ ଆପଣଙ୍କୁ ପ୍ରଶଂସା କରିବେ । ଅର୍ଥନୈତିକ ପ୍ରଗତିର ରାସ୍ତା ଖୋଲିବାର ଯଥେଷ୍ଟ ସମ୍ଭାବନା ରହିଛି । ଯୁବକମାନେ ଫିଟ୍ ରହିବା ପାଇଁ ନୃତ୍ୟ କିମ୍ବା କ୍ରୀଡା ଅଭ୍ୟାସ ଆରମ୍ଭ କରନ୍ତୁ । ଜୀବନସାଥୀଙ୍କ ସହ ସମ୍ପର୍କକୁ ମଧୁର କରିବାକୁ ଚେଷ୍ଟା କରନ୍ତୁ । ଯାନବାହନ ଚଳାଇବା ସମୟରେ ସତର୍କତା ଅବଲମ୍ୱନ କରନ୍ତୁ ।
ମକର ରାଶି
ନିଜ କାର୍ଯ୍ୟକୁ ଏକ ବ୍ୟବସ୍ଥିତ ଢଙ୍ଗରେ ଶେଷ କରିବେ । କର୍ମକ୍ଷେତ୍ରରେ ଆପଣ ସଫଳ ହେବେ । ବ୍ୟବସାୟ ସହ ଜଡିତ କୌଣସି ନିଷ୍ପତ୍ତି ନେବା ସମୟରେ ପିତା କିମ୍ବା ବଡ ଭାଇଙ୍କ ସହ ଆଲୋଚନା କରନ୍ତୁ । ଘରୋଇ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ପରିବାରର ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତା ପ୍ରକଟ କରିପାରନ୍ତି । ଦାନ ଧର୍ମ କରିବା ଆପଣଙ୍କ ପାଇଁ ଶୁଭ ହେବ । ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ସମୟ ଅନୁସାରେ ସମସ୍ତ କାର୍ଯ୍ୟ କରନ୍ତୁ ।
କୁମ୍ଭ ରାଶି
କର୍ମକ୍ଷେତ୍ରରେ ଅଳସୁଆ ଏବଂ ଅହଂକାରଠାରୁ ଦୂରରେ ରହିବା ଆବଶ୍ୟକ । ବ୍ୟବସାୟରେ ସଫଳ ହେବାର ସମ୍ଭାବନା ରହିଛି । ଦୂରଯାତ୍ରା ସମୟରେ ନିଜ ସ୍ୱାସ୍ଥ୍ୟର ସଠିକ ଯତ୍ନ ନିଅନ୍ତୁ । ଛାତ୍ରମାନେ ନିଜ ପରିଶ୍ରମର ଉପଯୁକ୍ତ ଫଳାଫଳ ପାଇବେ । ବିବାହିତ ଜୀବନରେ ନିଜ ସାଥୀଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖନ୍ତୁ । ମାନସିକ ସ୍ୱାସ୍ଥ୍ୟକୁ ସଠିକ ରଖିବା ପାଇଁ ସକାଳ ନିୟମିତ ଧ୍ୟାନ କରିବା ଭଲ ।
ମୀନ ରାଶି
ଏହି ସପ୍ତାହରେ ଆପଣ ମଧ୍ୟମ ଧରଣର ଫଳାଫଳ ପାଇବେ । ଆୟ ସ୍ଥିର ରହିବ । କାର୍ଯ୍ୟଗୁଡ଼ିକୁ ସଠିକ ଭାବେ ନିଜେ ପରିଚାଳନା କରିବାକୁ ଚେଷ୍ଟା କରନ୍ତୁ । ପ୍ରେମ ଜୀବନରେ ସାଥୀଙ୍କ ସହିତ ଭଲ ସମନ୍ୱୟ ରହିବ । ନିଜ ପିଲାମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ । ମୌସୁମୀ ଜନିତ ରୋଗର ଶିକାର ହେବାର ସମ୍ଭାବନା ରହିଛି, ତେଣୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़