Advertisement
Photo Details/zeeodisha/odisha2444995
photoDetails0hindi

Shani Gochar 2024: ରାହୁଙ୍କ ନକ୍ଷତ୍ରରେ ଶନିଙ୍କ ପ୍ରବେଶ, ୫ଟି ରାଶିର ଭାଗ୍ୟ ବଦଳିବ

Shani Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଅକ୍ଟୋବର ୩, ଗୁରୁବାର ଦିନ ୧୨ଟା ୧୦ରେ ଶନି ରାହୁଙ୍କ ଶତବିଶା ନକ୍ଷତ୍ରରେ ଚଳନ କରିବେ । ବର୍ତ୍ତମାନ ଶନି ବୃହସ୍ପତିଙ୍କ ପୁର୍ବାଭାଦ୍ରପଦ ନକ୍ଷତ୍ରରେ ଅବସ୍ଥିତ ଅଛନ୍ତି । ଶତବିଶା ନକ୍ଷତ୍ରରେ ଶନିଙ୍କ ଚଳନ ଶୁଭ ବୋଲି ବିବେଚନା କରାଯାଏ ନାହିଁ । ସମସ୍ତ ୧୨ଟି ରାଶିକୁ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ପ୍ରଭାବିତ କରିବ । ଆସନ୍ତୁ ଜାଣିବା କେଉଁ ରାଶିକୁ ଶୁଭଫଳ ମିଳିବ ।

1/5

ମେଷ ରାଶି

ଶନିଙ୍କ ଶତବିଶା ନକ୍ଷତ୍ରରେ ଚଳନ ଆପଣଙ୍କ ପାଇଁ ଶୁଭ ହେବ । ଦୀର୍ଘ ଦିନ ଧରି ଚାଲିଆସୁଥିବା ସମସ୍ୟାରୁ ଆପଣ ଆରାମ ପାଇବେ । କର୍ମକ୍ଷେତ୍ରରେ ରହିଥିବା ଚାପ ଦୂର ହୋଇଯିବ । ଆର୍ଥିକ ଲାଭ ପାଇବାର ସମ୍ଭାବନା ରହିଛି । କୌଣସି କଥାରେ ଅଧର୍ଯ୍ୟ ନହୋଇ ଧର୍ଯ୍ୟର ସହ ସମସ୍ତ କାର୍ଯ୍ୟକୁ କରନ୍ତୁ ।

2/5

ସିଂହ ରାଶି

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ ପ୍ରମାଣିତ ହୋଇପାରେ । ଆପଣ ପ୍ରତ୍ୟକ କାର୍ଯ୍ୟରେ ସଫଳତା ହାସଲ କରିବାର ଯୋଗ ରହିଛି । କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ସହାୟତା ପାଇବେ । ଯଦି କୌଣସି ନୂଆ କାମ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ତେବେ ଅକ୍ଟୋବର ୩ ପରେ ଆପଣଙ୍କ ପାଇଁ ଶୁଭ ସମୟ ଆସୁଛି ।

3/5

ଧନୁ ରାଶି

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ ହେବ। ଏହି ସମୟରେ ଆପଣଙ୍କ ପକେଟକୁ ଟଙ୍କା ଆସିବ । ଅକ୍ଟୋବର ୩ ରୁ ଆପଣଙ୍କ ଜୀବନରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଆର୍ଥିକ ସମସ୍ୟା ଦୂର ହୋଇଯିବ । ବ୍ୟବସାୟରେ ସମସ୍ୟା ଥିଲେ ଦୂର ହୋଇଯିବ ।

 

4/5

କନ୍ୟା ରାଶି

ଶତବିଶା ନକ୍ଷତ୍ରରେ ଶନିଙ୍କ ଚଳନ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ । ଆପଣଙ୍କ ପାରିବାରିକ ଜୀବନ ଖୁସିରେ ବିତିବ । ବ୍ୟବସାୟ ଆରମ୍ଭ କରିବାର ନିଷ୍ପତ୍ତି ଲାଭଜନକ ହୋଇପାରେ । ଆର୍ଥିକ ସ୍ଥିତି ମଜବୁତ ହେବ । ଦୂରଯାତ୍ରାରୁ ଲାଭ ମିଳିବ ।

5/5

ମୀନ ରାଶି

ରାହୁଙ୍କ ନକ୍ଷତ୍ରରେ ଶନିଙ୍କ ଚଳନ ଆପଣଙ୍କ ପାଇଁ ଲାଭଦାୟକ । ୩ ଅକ୍ଟୋବରରୁ ଆପଣଙ୍କ ଭାଗ୍ୟର ଦ୍ୱାର ଫିଟିବ । ଜୀବନରେ ଅନେକ ନୂତନ ପରିବର୍ତ୍ତନ ହୋଇପାରେ । ଆର୍ଥିକ ପରିସ୍ଥିତିରେ ଉନ୍ନତି ହୋଇପାରେ । ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବାକୁ ଲାଗିବ ।

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।