Advertisement
Photo Details/zeeodisha/odisha2456140
photoDetails0hindi

Shukra Gochar 2024: ୧୧ ଦିନ ପରେ ୩ ରାଶିକୁ ମିଳିବ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ

Shukra Gochar 2024: ଶୁକ୍ରଙ୍କ ରାଶି ପରିବର୍ତ୍ତନ ସମସ୍ତ ୧୨ ଟି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ପ୍ରଭାବ ପକାଇପାରେ । କିନ୍ତୁ ବିଶେଷ କରି ୩ଟି ରାଶିର ବ୍ୟକ୍ତିଙ୍କ ମାତା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ପ୍ରାପ୍ତ ହେବ । ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କିଏ ।

1/5

Shukra Gochar 2024: ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଅକ୍ଟୋବର ୧୩ ରବିବାର ଦିନ ଶୁକ୍ର ରାଶି ପରିବର୍ତ୍ତନ କରିବେ। ସକାଳ ୦୫ଟା୪୯ ରେ ଶୁକ୍ର ମଙ୍ଗଳଙ୍କ ରାଶି ବିଛାରେ ଚଳନ କରିବେ ।

2/5

ସିଂହ ରାଶି

ଆପଣଙ୍କ ପାଇଁ ଆଗାମି ସମୟ ବହୁତ ଭଲ ହେବାକୁ ଯାଉଛି । ମାତା ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ଆପଣ ପାଇବେ । ଶୁକ୍ରଙ୍କ ଚଳନ ସହିତ ସମାଜରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ । ଆପଣ ଚାପରୁ ମୁକ୍ତି ପାଇବେ । ବ୍ୟବସାୟରେ ଲାଭ ପାଇବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ଆପଣଙ୍କ ପାଇଁ ଭଲ ସମୟ ହେବାକୁ ଯାଉଛି । ପ୍ରେମ ସଂପର୍କରେ ଆପଣଙ୍କୁ ସଫଳତା ମିଳିବ । ପରିବାର ସହିତ ଭଲ ସମୟ ବିତାଇବେ । ଆର୍ଥିକ ପ୍ରତିବନ୍ଧକରୁ ମୁକ୍ତି ପାଇବା ସହିତ ଧନରେ ବୃଦ୍ଧି ହୋଇପାରେ ।

3/5

କନ୍ୟା ରାଶି

ଆପଣଙ୍କୁ ଆର୍ଥିକ ସୁବିଧା ମିଳିବାର ସମ୍ଭାବନା ରହିଛି । ମନରେ ଖୁସିର ଲହରୀ ଖେଳିବ । ସମାଜରେ ନୂତନ ପରିଚୟ ସୃଷ୍ଟି ହେବ । ଶୁକ୍ରଙ୍କ ସହିତ ଦେବୀ ଲକ୍ଷ୍ମୀ ବିଶେଷ ଆଶୀର୍ବାଦ ଆପଣଙ୍କୁ ମିଳିବ । ବ୍ୟବସାୟ କ୍ଷେତ୍ରରେ ଆପଣ ସଫଳତା ପାଇପାରିବେ । ଅକ୍ଟୋବର ମାସ ଆପଣଙ୍କ ପାଇଁ ଲାଭଦାୟକ ହେବ । କର୍ମମୟ ଜୀବନରେ ଆପଣ ସଫଳତା ହାସଲ କରିବାକୁ ସକ୍ଷମ ହେବେ । 

4/5

ମକର ରାଶି

ମାତା ଲକ୍ଷ୍ମୀଙ୍କ ଆପଣଙ୍କ ପ୍ରତି ଦୟାଳୁ ହୋଇପାରନ୍ତି । ଶୁକ୍ରଙ୍କ ଚଳନ ଆପଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବ । ବିଦେଶ ଯାତ୍ରା ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ । କ୍ୟାରିୟର କ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ଅଛି । କରାଯାଇଥିବା ପ୍ରୟାସରେ ସଫଳତା ପାଇବେ । ଚାକିରି କ୍ଷେତ୍ରରେ ମାନ ସମ୍ମାନ ଏବଂ ଧନ ବୃଦ୍ଧି ହୋଇପାରେ । ବ୍ୟବସାୟ ପାଇଁ ଆପଣଙ୍କୁ ବିଦେଶ ଯିବାକୁ ପଡିପାରେ । ଶୁକ୍ର ଏବଂ ମାତା ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ଆପଣଙ୍କୁ ମିଳିବ ।

5/5

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।