Advertisement
Photo Details/zeeodisha/odisha2377547
photoDetails0hindi

Shukra Gochar: ୫ ରାଶିରେ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନର ମହାପ୍ରଭାବ, ଜାଣନ୍ତୁ କ'ଣ ଘଟିବ

Shukra Gochar 2024: ଆଜି ଆମେ ଆପଣଙ୍କୁ ସେହି ୫ ଟି ରାଶି ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କୁ ଶୁକ୍ର ନକ୍ଷତ୍ର ପରିବର୍ତ୍ତନର ନକରାତ୍ମକ ଫଳାଫଳ ମିଳିବ ।

1/5

ମେଷ ରାଶି ଏହି ସମୟରେ ଚାକିରି ଛାଡିବାର ନିଷ୍ପତ୍ତି ନେବା ଉପଯୁକ୍ତ ନୁହେଁ। ତେଣୁ, ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ କାରଣରୁ ଆଗାମୀ ଦିନରେ ଟେନସନରେ ରହିପାରନ୍ତି । ଟଙ୍କା କାରବାର ସମୟରେ ଅଜ୍ଞାତ ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ । ନଚେତ ପଛରେ ଆପଣ ଅନୁତାପ କରିବେ । କାର୍ଯ୍ୟ ଚାପ କାରଣରୁ ବ୍ୟବସାୟୀମାନେ ଚାପଗ୍ରସ୍ତ ରହିବେ ।

2/5

କର୍କଟ ରାଶି ଟଙ୍କା ପ୍ରସଙ୍ଗରେ କାହାକୁ ବିଶ୍ୱାସ କରନ୍ତୁ ନାହିଁ, ନଚେତ୍ ଆର୍ଥିକ କ୍ଷତି ହୋଇପାରେ । ବ୍ୟବସାୟୀମାନଙ୍କୁ ନିଜ ସାମଗ୍ରୀର ବିଶେଷ ଯତ୍ନ ନେବା ଆବଶ୍ୟକ । ନଚେତ୍ ଚୋରି ହେବାର ସମ୍ଭାବନା ରହିଛି । ପିଠି ଜନିତ ଯନ୍ତ୍ରଣାର ସମ୍ମୁଖୀନ ହୋଇପାରନ୍ତି ।

3/5

ସିଂହ ରାଶି ଅଜ୍ଞାତ ବ୍ୟକ୍ତିଙ୍କୁ ବିଶ୍ୱାସ କରିବା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଚାକିରି କ୍ଷେତ୍ରରେ ଟଙ୍କା କାରବାର ସମୟରେ ଯତ୍ନବାନ ହେବା ଉଚିତ୍ । ବ୍ୟବସାୟୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ଯେଉଁ କାରଣରୁ ମାନସିକ ଶାନ୍ତି ବିଚଳିତ ହେବ । ଏହି ସମୟରେ ନୂତନ ସମ୍ପତ୍ତି କିଣନ୍ତୁ ନାହିଁ ନଚେତ କ୍ଷତି ହୋଇପାରେ ।

4/5

କନ୍ୟା ରାଶି ଏହି ସମୟରେ ଶୀଘ୍ର କ୍ୟାରିୟର ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ନଚେତ୍ ତୁମ ଜୀବନସାରା ଅନୁତାପ କରିବାକୁ ପଡିପାରେ । ବ୍ୟବସାୟୀଙ୍କ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖିବାକୁ ମିଳିପାରେ । ଚାକିରି କ୍ଷେତ୍ରରେ ଅଫିସରେ ନିଜ ବରିଷ୍ଠଙ୍କ ସହ ଝଗଡା କରିବାରୁ ନିବୃତ ରୁହନ୍ତୁ ନଚେତ ବହିଷ୍କୃତ ହେବାର ସମ୍ଭାବନା ରହିଛି ।

5/5

ତୁଳା ରାଶି ଚାକିରି କ୍ଷେତ୍ରରେ କୌଣସି କାରଣରୁ ପଦୋନ୍ନତି ନହୋଇପାରେ । ଯେଉଁ କାରଣରୁ ଆପଣଙ୍କ ମନ ବିଚଳିତ ରହିବ । ବ୍ୟବସାୟୀମାନେ କାଗଜପତ୍ର କାର୍ଯ୍ୟ ସମୟରେ ସତର୍କତା ଅବଲମ୍ୱନ କରନ୍ତୁ । ନଚେତ୍ ଏହା ଭବିଷ୍ୟତରେ ଆର୍ଥିକ କ୍ଷତି ଘଟାଇପାରେ । ବନ୍ଧୁଙ୍କ ସହିତ ଝଗଡା ହେବା କାରଣରୁ ଆପଣଙ୍କ ମନ କିଛି ଦିନ ପାଇଁ ଖରାପ ରହିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।