Advertisement
Photo Details/zeeodisha/odisha2407041
photoDetails0hindi

Shukra Gochar 2024: ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ୫ଟି ରାଶି ରୁହନ୍ତୁ ସାବଧାନ, ନଚେତ...

Shukra Gochar 2024: ଜ୍ୟୋତିଷଙ୍କ ଅନୁଯାୟୀ, ହସ୍ତା ନକ୍ଷତ୍ରରେ ଶୁକ୍ରଙ୍କ ଚଳନ ଅଧିକାଂଶ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବାକୁ ଯାଉଛି । କିନ୍ତୁ ବିଶେଷ କରି ୫ ଟି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଏହି ଚଳନ ନକରାତ୍ମକ ପ୍ରଭାବ ପକାଇବ ।

1/5

ମେଷ ରାଶି

ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ପ୍ରଭାବ କାରଣରୁ ଆପଣଙ୍କୁ ସାବଧାନ ହେବାର ଆବଶ୍ୟକତା ରହିଛି । ଆପଣଙ୍କ ଖର୍ଚ୍ଚ ଅଧିକ ହୋଇପାରେ । ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି । ବ୍ୟବସାୟୀଙ୍କ କ୍ଷେତ୍ରରେ କ୍ଷତି ସହିବାକୁ ପଡିପାରେ । ଚାକିରି କ୍ଷେତ୍ରରେ ମଧ୍ୟ ନକାରାତ୍ମକ ଫଳାଫଳ ମିଳିପାରେ । ମାନସିକ ଚାପ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି ।

2/5

କର୍କଟ ରାଶି

ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ପ୍ରଭାବରୁ ଆପଣଙ୍କୁ ନକରାତ୍ମକ ଫଳାଫଳ ମିଳିପାରେ । ଅଫିସରେ ସହକର୍ମୀ କିମ୍ବା ବସଙ୍କ ସହିତ ମତଭେଦ ହୋଇପାରେ । ବ୍ୟବସାୟରେ କ୍ଷତି ଅଧିକ ହେବାରୁ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ । ଘରର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ, ଚୋରି ହେବାର ସମ୍ଭାବନା ରହିଛି । ମାପି ଚୁପି କଥାବାର୍ତ୍ତା କରନ୍ତୁ ।

3/5

କନ୍ୟା ରାଶି

ଶୁକ୍ରଙ୍କ ଉତ୍ତରା ଫାଲଗୁଣୀରୁ ହସ୍ତା ନକ୍ଷତ୍ରକୁ ଚଳନ ଆପଣଙ୍କ ଜୀବନରେ ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ । କାର୍ଯ୍ୟ କ୍ଷେତ୍ରରେ ନକାରାତ୍ମକ ପ୍ରଭାବ ପଡିପାରେ । ଆୟଠାରୁ ଅଧିକ ଖର୍ଚ୍ଚ ଅଧିକ ହେବ । ଚାକିରି କ୍ଷେତ୍ରରେ କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ । ବିପୁଳ ଅର୍ଥ ନଷ୍ଟ ହେବାର ସମ୍ଭାବନା ରହିଛି ।

4/5

ଧନୁ ରାଶି

ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ଜୀବନରେ ଗଭୀର ପ୍ରଭାବ ପକାଇପାରେ । ବ୍ୟବସାୟରେ ଆପଣ ଆର୍ଥିକ କ୍ଷତି ସହିପାରନ୍ତି । ବ୍ୟବସାୟ ସହଭାଗୀମାନଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ । ବେସରକାରୀ ଚାକିରିରେ କାମ କରୁଥିବା ବ୍ୟକ୍ତିମାନେ କାର୍ଯ୍ୟ ଚାପ ଭୋଗିବେ । ସମ୍ପର୍କ ଉପରେ ବିଶ୍ୱାସ କମିବା ହେତୁ ଦୂରତା ବଢିପାରେ ।

5/5

ମୀନ ରାଶି

ଆପଣଙ୍କୁ ଏହି ସମୟରେ ସତର୍କ ରହିବା ଆବଶ୍ୟକ । ଟଙ୍କା ନଷ୍ଟ ହେତୁ ମନ ଅସ୍ଥିର ରହିବ । କାମ କରିବା ଭଳି ଅନୁଭବ କରିବେ ନାହିଁ । କୌଣସି କାରଣରୁ ପଡ଼ୋଶୀମାନଙ୍କ ସହିତ ଝଗଡା ହୋଇପାରେ । ଆପଣଙ୍କର ଯୋଗାଯୋଗ କୌଶଳର ଅବନତି ହେତୁ ଆପଣଙ୍କର କାର୍ଯ୍ୟ ପ୍ରଭାବିତ ହେବ । ବୃତ୍ତିଗତ କାର୍ଯ୍ୟରେ ମଧ୍ୟ ସମସ୍ୟା ବୃଦ୍ଧି ପାଇପାରେ । ପ୍ରେମ ଜୀବନ ନୈରାଶ୍ୟଜନକ ରହିବ । ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ଅସୁବିଧାରେ ପକାଇପାରେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)