Advertisement
Photo Details/zeeodisha/odisha2432688
photoDetails0hindi

Surya Gochar 2024: ୩ ରାଶି ପାଇଁ ଶୁଭ ସମୟ ଆଣିଲା କନ୍ୟା ସଂକ୍ରାନ୍ତି

Surya Gochar 2024: ଆଜି ୧୬ ସେପ୍ଟେମ୍ବର କନ୍ୟା ସଙ୍କ୍ରାନ୍ତୀରେ ସୂର୍ଯ୍ୟଙ୍କ ଗତିବିଧି ପରିବର୍ତ୍ତନ ହୋଇଛି । ଯାହାର ପ୍ରଭାବ ସମସ୍ତ ରାଶିର ବ୍ୟକ୍ତିଙ୍କ ଜୀବନରେ ପଡିବ । କିନ୍ତୁ ବିଶେଷ କରି ୩ଟି ରାଶିର ବ୍ୟକ୍ତି ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନରୁ ଶୁଭଫଳ ପାଇବେ ।

1/5

Surya Gochar 2024: ସେପ୍ଟେମ୍ବର ୧୬ ସୋମବାର ଦିନରୁ ପ୍ରଭୁ ସୂର୍ଯ୍ୟଦେବ ସିଂହରୁ ବାହାରି କନ୍ୟା ରାଶିରେ ଚଳନ କରିଛନ୍ତି । ଆଗାମୀ ୩୦ ଦିନ ବୁଧଙ୍କ ରାଶି କନ୍ୟାରେ ରହିବେ ସୂର୍ଯ୍ୟ । ଏହାର ବିଶେଷ ପ୍ରଭାବ ୩ ରାଶି ଉପରେ ପଡିବ । ଯେଉଁ କାରଣରୁ ୩ଟି ରାଶିର ବ୍ୟକ୍ତି ଲାଭରେ ରହିବେ ।

2/5

ମେଷ ରାଶି

କନ୍ୟାରେ ସୂର୍ଯ୍ୟଙ୍କ ଚଳନ ଆପଣଙ୍କ ଜୀବନରେ ନେତୃତ୍ୱ ଦକ୍ଷତା ବୃଦ୍ଧି କରିବ । ଚ୍ୟାଲେଞ୍ଜର ସମ୍ମୁଖୀନ ହେବାରେ ଆପଣ ସଫଳ ହେବେ । ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଟଙ୍କା ରୋଜଗାରର ନୂତନ ଉତ୍ସ ସୃଷ୍ଟି ହେବ । ଆର୍ଥିକ ସ୍ଥିତିକୁ ସୁଦୃଢ ହେବ । ଚାକିରିରେ ଦରମା ସହ ମାନ ସମ୍ମାନ ବୃଦ୍ଧି ହେବ । ଖୁଚୁରା ବ୍ୟବସାୟରେ ଆପଣ ଅଧିକ ଲାଭବାନ ହେବେ । ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇବ । ପ୍ରେମ ଜୀବନ ଅଧିକ ମଜବୁତ ହେବ । ବିବାହଯୋଗ୍ୟ ବ୍ୟକ୍ତି ଜୀବନ ସାଥୀ ଚୟନ କରି ପାରନ୍ତି ।

3/5

ବୃଷ ରାଶି

କନ୍ୟାରେ ସୂର୍ଯ୍ୟଙ୍କ ଚଳନର ପ୍ରଭାବ ଆପଣଙ୍କ ଜୀବନ ଉପରେ ଅତ୍ୟନ୍ତ ଅନୁକୂଳ ପ୍ରଭାବ ପକାଇବ । ଲକ୍ଷ୍ୟ ହାସଲ କରିବା ପାଇଁ ଆପଣ କଠିନ ପରିଶ୍ରମ କରିବେ । ଆପଣଙ୍କ ରୋଜଗାରରେ ଏକ ବଡ଼ ଅବିବୃଦ୍ଧି ଆସିପାରେ । ସମସ୍ତ ପ୍ରକାର ଆର୍ଥିକ ସମସ୍ୟା ଦୂର ହେବ । ଚାକିରିରେ ସ୍ଥିରତା ରହିବ । ଜୀବନ ସାଥୀଙ୍କ ସହିତ ସମ୍ପର୍କ ମଜବୁତ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ପୁରୁଣା ରୋଗରୁ ମୁକ୍ତି ପାଇବେ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆପଣଙ୍କ ଆଗ୍ରହ ବୃଦ୍ଧି ପାଇବ ।

4/5

ମିଥୁନ ରାଶି

କନ୍ୟାରେ ସୂର୍ଯ୍ୟଙ୍କ ଚଳନ ଆପଣଙ୍କ ପାଇଁ ସକରାତ୍ମକ ପ୍ରମାଣିତ ହୋଇପାରେ । ଆପଣ ନୂଆ ଲୋକଙ୍କୁ ଭେଟିବେ । ଆପଣଙ୍କର ଧାରଣାକୁ ଫଳପ୍ରଦ ଭାବରେ ପ୍ରକାଶ କରିବାକୁ ସମର୍ଥ ହେବେ । ଆୟ ବୃଦ୍ଧି ହେବାର ଦୃଢ ସମ୍ଭାବନା ରହିଛି । ଖର୍ଚ୍ଚ ନିୟନ୍ତ୍ରଣ କରିବାରେ ସଫଳ ହେବେ । ବ୍ୟବସାୟ ବଢିବାକୁ ଲାଗିବ । ଶିଳ୍ପ କ୍ଷେତ୍ରରେ ନୂତନ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଏହା ଏକ ଭଲ ସମୟ । ଛାତ୍ରମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରିବେ । ଘରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ ।

5/5

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।