Advertisement
Photo Details/zeeodisha/odisha2439244
photoDetails0hindi

Surya Grahan 2024: ବର୍ଷର ଶେଷ ସୂର୍ଯ୍ୟ ପରାଗ, ୩ ରାଶି ପାଇଁ ଆଣିବ ଶୁଭଫଳ

Surya Grahan 2024: ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ପିତୃପକ୍ଷର ଶେଷ ଦିନରେ ଅର୍ଥାତ୍ ଅମାବାସ୍ୟାରେ ପଡୁଛି । ଅକ୍ଟୋବର ୨ ରେ ଏହି ସୂର୍ଯ୍ୟ ପରାଗ ସମସ୍ତ ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ପ୍ରଭାବ ପକାଇବ । କିନ୍ତୁ ବିଶେଷ କରି ୩ଟି ରାଶିର ବ୍ୟକ୍ତି ଏଥିରୁ ବହୁତ ଲାଭବାନ ହେବେ ।

1/3

ବୃଷ ରାଶି

ଆପଣଙ୍କ ମାନସିକ ଅବସ୍ଥାରେ ସକରାତ୍ମକ ପରିବର୍ତ୍ତନ ଆସିବ । ନିଜ ମଧ୍ୟରେ ନେତୃତ୍ୱ ଦକ୍ଷତା ବୃଦ୍ଧି ପାଇବ । ଆୟର ନୂଆ ଉତ୍ସ ଆପଣଙ୍କୁ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ । କଠିନ ପରିଶ୍ରମ ଅନୁଯାୟୀ ଫଳ ଅଧିକ ମିଳିବ । ଆପଣଙ୍କ କାମକୁ ଅନ୍ୟମାନେ ପ୍ରଶଂସିତ କରିବେ । ବ୍ୟବସାୟରେ ନୂତନ ସୁଯୋଗ ମିଳିବ । ବ୍ୟବସାୟକୁ ବଢାଇବା ପାଇଁ ସମୟ ଅନୁକୂଳ । ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ଜୀବନ ସାଥୀଙ୍କ ସହିତ ସମ୍ପର୍କରେ ମଧୁରତା ରହିବ ।

2/3

ତୁଳା ରାଶି

ଆପଣ ଅଧିକ ଆତ୍ମବିଶ୍ୱାସୀ ଏବଂ ଶକ୍ତିଶାଳୀ ଅନୁଭବ କରିବେ । ନିଜ ମଧ୍ୟରେ ସୃଜନଶୀଳତା ବୃଦ୍ଧି ପାଇବ । ଶିଳ୍ପ କ୍ଷେତ୍ରରେ ଆପଣ ଲାଭବାନ ହେବେ । ଖୁଚୁରା ବ୍ୟବସାୟରେ ବିକ୍ରିରେ ବୃଦ୍ଧି ଘଟିବ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇପାରନ୍ତି । ପାରିବାରିକ ଜୀବନରେ ସୁଖ ମିଳିବ । ପିତାମାତାଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିବ । ଦାମ୍ପତ୍ୟ ଜୀବନରେ ପ୍ରେମ ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ଭଲ ରହିବ । ସ୍ୱାସ୍ଥ୍ୟରେ ଉନ୍ନତଚି ପରିଲକ୍ଷିତ ହେବ ।

3/3

କୁମ୍ଭ ରାଶି

ଆପଣଙ୍କ ମଧ୍ୟରେ ନୂତନ ଆଶା ଏବଂ ଉତ୍ସାହ ରହିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ବ୍ୟବସାୟରେ ନୂଆ ସୁଯୋଗ ମିଳିବ । ବନ୍ଧୁମାନଙ୍କଠାରୁ ସମର୍ଥନ ପାଇବେ । ନୂତନ ଉତ୍ସର ଆପଣ ଆୟ କରିପାରନ୍ତି । ଶିଳ୍ପ କ୍ଷେତ୍ରରେ ଲାଭ ହେବ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବଢିବ । ପରିବାର ସଦସ୍ୟଙ୍କ ସହ ଧାର୍ମିକ ଯାତ୍ରା କରିପାରନ୍ତି ।

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।