Advertisement
Photo Details/zeeodisha/odisha2396585
photoDetails0hindi

Weekly Family Astrology: ୨୬ ଅଗଷ୍ଟରୁ ଏହି ରାଶିର ବ୍ୟକ୍ତିଙ୍କ ପାରିବାରିକ ଜୀବନ ହେବ ମଧୁରମୟ

Weekly Family Astrology: ପରିବାର ସଦସ୍ୟଙ୍କ ସହ ୫ଟି ରାଶିର ବ୍ୟକ୍ତିଙ୍କ ସମ୍ପର୍କ ଅଧିକ ମଜବୁତ ହେବାକୁ ଯାଉଛି ଆସନ୍ତା ସପ୍ତାହରେ

1/5

ମିଥୁନ ରାଶି

ଆପଣଙ୍କ ପରିବାରରେ ଖୁସିର ଲହରୀ ଖେଳିବ । ଘରକୁ ନୂଆ ଅତିଥି ଆସିବାର ସମ୍ଭାବନା ରହିଛି । ପରିବାରରେ ସୁଖ,ଶାନ୍ତି ବଜାୟ ରହିବ । ଘରକୁ ଅଧିକ ଅର୍ଥ ଆସିବ ।

2/5

କନ୍ୟା ରାଶି

ପାରିବାରିକ ଜୀବନରେ ଆପଣ ସୁମଧୁର ସମୟ ଅତିବାହିତ କରିବେ । ଭାଇ,ଭଉଣୀଙ୍କ ସହ ସମ୍ପର୍କ ଅଧିକ ସୁଦୃଢ ହେବ । ପରିବାରରେ କେହି ସଦସ୍ୟ ନୂଆ କର୍ମ ନିଯୁକ୍ତି ପାଇପାରନ୍ତି ।

3/5

ଧନୁ ରାଶି

ଘରେ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ । ଅତିଥି ଆସିବାରୁ ଘରେ ସୁସ୍ୱାଦୁ ଭୋଜନ ପ୍ରସ୍ତୁତ ହେବ । ପରିବାରରେ ହସ ଖୁସି ବଢିବାକୁ ଲାଗିବ ।

4/5

ମକର ରାଶି

ପରିବାର ସଦସ୍ୟଙ୍କ ସହ ଆପଣ ଖୋଲା ଖୋଲି କଥା ହେବେ । ଆପଣଙ୍କ ସବୁ ଚିନ୍ତା ଦୂର କରିବାକୁ ପରିବାର ସଦସ୍ୟ ଆଗେଇ ଆସିବେ । ଭାଈ, ଭଉଣୀଙ୍କ ସହ ଦୂରସ୍ଥାନ ବୁଲିବାକୁ ଯୋଜନା କରିବେ ।

5/5

କୁମ୍ଭ ରାଶି

ପିତା,ମାତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ପରିବାର ପାଇଁ ନୂଆ କିଛି କରିବାକୁ ଯୋଜନା ପ୍ରସ୍ତୁତ କରିବେ । ଘର ସାଜସଜ୍ଜା ଏବଂ ନୂଆ ଘର ନିର୍ମାଣ ବିଷୟରେ ସଦସ୍ୟଙ୍କ ସହ କଥା ହେବେ ।

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।