Advertisement
Photo Details/zeeodisha/odisha2428785
photoDetails0hindi

Weekly Family Horoscope: ୧୬ ସେପ୍ଟେମ୍ୱରରୁ ୫ ରାଶିକୁ ମିଳିବ ପାରିବାରିକ ସୁଖ

Weekly Family Horoscope 16 September to 22 September 2024: ଆସନ୍ତା ସପ୍ତାହଟି ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ହେବାକୁ ଯାଉଛି ଅତ୍ୟନ୍ତ ଶୁଭ । ତେବେ ଆସନ୍ତୁ ଜାଣିବା ସେହି ରାଶିଗୁଡିକ କିଏ ।

1/6

ମିଥୁନ ରାଶି

ଆପଣଙ୍କୁ ସପ୍ତାହଟିରେ ପାରିବାରିକ ସୁଖ ମିଳିବ । ପରିବାର କଲ୍ୟାଣ ପାଇଁ ବରିଷ୍ଠ ସଦସ୍ୟ ବିଭିନ୍ନ କାମ କରିବେ । ଘରକୁ ଅତିଥିଙ୍କର ଆଗମନ ହେବ । ଛୋଟ ପିଲାମାନେ ହସ ଖୁସିରେ ଦିନ କାଟିବେ ।

2/6

ସିଂହ ରାଶି

ଦୂରରେ ଥିବା ପ୍ରିୟଜନଙ୍କୁ ଆପଣ ମନେ ପକାଇବେ । ଘରକୁ ଅତିଥି ଆସିବା କାରଣରୁ ଆପଣଙ୍କ ମନ ଖୁସି ହେବ । ପରିବାର ସମସ୍ତ ସଦସ୍ୟ ଆପଣଙ୍କୁ ଭଲ ପାଇବେ । ପରିବାର ସଦସ୍ୟଙ୍କ ସହ ଦୂରଯାତ୍ରା ଯିବାକୁ ଯୋଜନା କରିବେ ।

3/6

କନ୍ୟା ରାଶି

ପରିବାର ସଦସ୍ୟଙ୍କ ସହ ବାର୍ତ୍ତାଳାପରେ ଆପଣଙ୍କ ସମୟ କଟିବ । ବୈବାହିକ ଜୀବନରେ ସନ୍ତାନ ପ୍ରାପ୍ତିର ଯୋଗ ଫିଟିବ । ସୁସ୍ୱାଦୁ ଭୋଜନ ଆପଣଙ୍କୁ ମିଳିବ । ଦୂରରେ ଥିବା ବ୍ୟକ୍ତି ଘରକୁ ଫେରିବାକୁ ଯୋଜନା କରିବେ ।

4/6

ଧନୁ ରାଶି

କମ ସମୟ ମଧ୍ୟରେ ଆପଣଙ୍କ ପରିବାର ସଦସ୍ୟଙ୍କ ଓଠରେ ହସ ଭରିବାକୁ ଆପଣ ସକ୍ଷମ ହେବେ । ଘରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରିବାକୁ ଯୋଜନା କରିବେ । ନୂଆ ଘର ତିଆରି ପାଇଁ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ । ଘରର ପିଲାମାନେ କ୍ରୀଡାରେ ସଫଳତା ପାଇ ଗୌରବ ଆଣିବେ ।

5/6

କୁମ୍ଭ ରାଶି

ପୁରୁଣା ରୋଗରୁ ଧିରେ ଧିରେ ସୁସ୍ଥ ହେବାକୁ ଲାଗିବେ । ପ୍ରିୟଜନଙ୍କ ସ୍ନେହ ଓ ଭଲ ପାଇବା ଆପଣଙ୍କୁ ମିଳିବ । ଘରୋଇ ବ୍ୟବସାୟରେ ଆପଣ ଲାଭ ପାଇବେ । ଘରର କେହି ସଦସ୍ୟ ନୂଆ ଚାକିରି ପାଇବା ଖବର ପାଇ ଆପଣ ଖୁସି ପ୍ରକାଶ କରିବେ ।

6/6

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।