Advertisement
Photo Details/zeeodisha/odisha2442975
photoDetails0hindi

Weekly Family Horoscope: ଚଳିତ ସପ୍ତାହରେ ଏହି ୫ ରାଶିର ପାରିବାରିକ ଜୀବନ ରହିବ ଖାସ୍

୧୨ଟି ରାଶି ମଧ୍ୟରୁ ସେପ୍ଟେମ୍ୱର ୨୩ରୁ ୨୯ ତାରିଖ ମଧ୍ୟରେ ୫ଟି ରାଶିର ବ୍ୟକ୍ତି ପାରିବାରିକ ଜୀବନରେ ଶୁଭଫଳ ପାଇବେ

1/6

ମେଷ ରାଶି

ଆପଣଙ୍କ ପାରିବାରିକ ଜୀବନରେ ଖୁସିର ଲହରୀ ଖେଳିଯିବ । ପରିବାର ସଦସ୍ୟଙ୍କ ମଧ୍ୟରେ କେହି ଜଣେ ନୂତନ କର୍ମନିଯୁକ୍ତି ପାଇ ପାରନ୍ତି । ଘରକୁ ଅତିଥିଙ୍କର ଆଗମନ ହେବ । ପରିବେଶକୁ ସୁସ୍ଥ ରଖିବା ପାଇଁ ଆପଣ ପ୍ରୟାସ ଜାରି ରଖିବେ । ବୈବାହିକ ଜୀବନରେ ସମସ୍ତ ସମସ୍ୟାର ସମାଧାନ ହୋଇଯିବ ।

2/6

ବୃଷ ରାଶି

ପରିବାର ସଦସ୍ୟଙ୍କ ସହ ହସ ଖୁସିରେ ସପ୍ତାହଟି କାଟିବେ । ପରିବାରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା କରିବେ । ନୂଆ ତଥା ସୁସ୍ୱାଦୁ ଭୋଜନ ଆପଣଙ୍କୁ ମିଳିବ । ଘରର ସଦସ୍ୟଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ବୃଦ୍ଧ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ ।

3/6

ମିଥୁନ ରାଶି

ପ୍ରିୟଜନଙ୍କ ସହ ଆପଣଙ୍କ ସପ୍ତାହଟି ଅତିବାହିତ ହେବ । ସପ୍ତାହର ମଧ୍ୟଭାଗରେ ଆପଣ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରିବାର ସଦସ୍ୟ ଆପଣଙ୍କ ସପକ୍ଷରେ ମତ ରଖିବେ । ପାରିବାରିକ ବିବାଦ ଥିଲେ ତାହାର ସମାଧାନ ହୋଇଯିବ । ଘରକୁ ଟଙ୍କା ଆସିବାର ରାସ୍ତା ଫିଟିବ ।

4/6

ବିଛା ରାଶି

ସପ୍ତାହ ଆରମ୍ଭରେ ସାମାନ୍ୟ ସମସ୍ୟା ଉପୁଜିଲେ ମଧ୍ୟ ଆପଣ ସପ୍ତାହର ମଧ୍ୟ ଭାଗରେ ସବୁ ସମସ୍ୟାରୁ ମୁକୁଳିଯିବେ । ସପ୍ତାହ ଶେଷ ଭାଗରେ ଆପଣ ବିଶ୍ରାମ ପାଇଁ ଯଥେଷ୍ଟ ସମୟ ପାଇବେ । ଘରର ସଦସ୍ୟମାନେ କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ଯୋଜନା କରିବେ ।

5/6

ମୀନ ରାଶି

ଆପଣଙ୍କ ସଂସାରରେ ସୁଖ ବଢିବ । ଛୋଟ ପିଲାମାନେ ଆପଣଙ୍କୁ ବେଶି ଆଦର କରିବେ । ଘରକୁ ନୂଆ ଅତିଥିଙ୍କ ଆଗମନ ହେବ । ଆପଣ ଅତିଥିଙ୍କ ସହ ଏକ ବିଶେଷ ସ୍ଥାନକୁ ଯାତ୍ରା କରିବା ପାଇଁ ଯୋଜନା କରିବେ । ଆୟ ବ୍ୟୟ ସମାନ ରହିବ ।  

6/6

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।