Advertisement
Photo Details/zeeodisha/odisha2416936
photoDetails0hindi

Weekly Horoscope: ସେପ୍ଟେମ୍ୱର ୯ରୁ ୧୫ କେମିତି କଟିବ ଆଗାମି ସପ୍ତାହ ? ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ ଠାରୁ ମୀନ ପର୍ଯ୍ୟନ୍ତ କେଉଁ ରାଶି ପାଇଁ କିପରି କଟିବ ଆସନ୍ତା ସପ୍ତାହ ଜାଣନ୍ତୁ  

1/12

ମେଷ ରାଶି

ଆସନ୍ତା ସପ୍ତାହରେ ଆପଣଙ୍କୁ କିଛି ଖୁସି ଖବର ମିଳିପାରେ । ଘରକୁ ଅତିଥିଙ୍କ ଆଗମନ ହେବ । ସପ୍ତାହର ମଧ୍ୟଭାଗରେ ଦୂରସ୍ଥାନକୁ ଯିବା ପାଇଁ ଯୋଜନା କରିବେ । ଭାଗ୍ୟ ଆପଣଙ୍କୁ ମଧ୍ୟମ ଧରଣର ଫଳ ଦେବ । ପାରିବାରିକ ଶାନ୍ତି ପାଇବେ । ସପ୍ତାହର ଶେଷ ଭାଗରେ ଆର୍ଥିକ ଲାଭ ମିଳିବ ।

2/12

ବୃଷ ରାଶି

ସପ୍ତାହ ଆରମ୍ଭରୁ ଆପଣ ଖୁସି ଖବର ପାଇବେ । ମାନସିକ ପରିସ୍ଥିତି ସଠିକ୍ ରହିବ । କର୍ମକ୍ଷେତ୍ରରେ ଆପଣଙ୍କୁ ପରିଶ୍ରମଠାରୁ ଅଧିକ ଫଳ ମିଳିବ । ବ୍ୟବସାୟରେ ମଧ୍ୟମ ଧରଣର ଫଳାଫଳ ପାଇବେ । ସପ୍ତାହର ଶେଷ ୨ଦିନ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି ।

3/12

ମିଥୁନ ରାଶି

ଆପଣଙ୍କ ପାଇଁ ପୂରା ସପ୍ତାହଟି ମଧ୍ୟମଧରଣର ଫଳ ପ୍ରଦାନ କରିବ । କର୍ମକ୍ଷେତ୍ରରେ ଦୂରସ୍ଥାନକୁ ଯାତ୍ରା କରିବାର ଯୋଜନା ରହିଛି । ବ୍ୟବସାୟୀମାନେ ବ୍ୟବସାୟକୁ ବଢାଇବା ପାଇଁ ଯୋଜନା କରିବେ । ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ପରିବାରରେ ଶୁଭ କାର୍ଯ୍ୟ ହୋଇପାରେ ।

4/12

କର୍କଟ ରାଶି

ନୂଆ ସପ୍ତାହଟି ଆପଣଙ୍କ ପାଇଁ ନୂଆ ସମ୍ଭାବନା ଆଣିଦେବ । ବ୍ୟବସାୟରେ ଅନୂରୁପ ଫଳାଫଳ ପାଇବେ । ଚାକିରି କ୍ଷେତ୍ରରେ ପଦୋନ୍ନତୀ ସହ ଦୂର ସ୍ଥାନକୁ ବଦଳି ହୋଇପାରେ । ସରକାରୀ ସୁତ୍ରରୁ ଆପଣଙ୍କୁ ଲାଭ ମିଳିବ । ଅଟକି ରହିଥିବା ଟଙ୍କା ଫେରି ପାଇବେ ।

5/12

ସିଂହ ରାଶି

ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକୁଳିଲେ ମଧ୍ୟ ଆପଣଙ୍କ ପାଇଁ ଜଗି ରଖି ଚଳିବାର ସମୟ । ଆୟ ଅନୁଯାୟୀ ଖର୍ଚ୍ଚର ବଜେଟ୍ ପ୍ରସ୍ତୁତ କରନ୍ତୁ । ସେୟାର ମାର୍କେଟରୁ ଆପଣଙ୍କୁ ଅଳ୍ପ ଲାଭ ମିଳିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ କାମକୁ ସହଜ କରିଦେବ । ଦୀର୍ଘ ସମୟ ଧରି ରହିଥିବା ବିବାଦର ସମାଧାନ ହେବ ।

6/12

କନ୍ୟା ରାଶି

ସପ୍ତାହଟିରେ ଆପଣଙ୍କ ମନ ଖୁସି ରହିବ । କର୍ମକ୍ଷେତ୍ରରେ ଅଧିକ ଚାପର ସମ୍ମୁଖୀନ ହେଲେ ମଧ୍ୟ ସଫଳତା ଏବଂ ପ୍ରଶଂସା ମିଳିବ । କୌଣସି ବିଶେଷ ବ୍ୟକ୍ତିଙ୍କୁ ଭେଟିବାର ସମ୍ଭାବନା ରହିଛି । ସପ୍ତାହର ଶେଷ ପର୍ଯ୍ୟାୟରେ ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିପାରେ ।

7/12

ତୁଳା ରାଶି

ପାଣିପାଗ ପରିବର୍ତ୍ତନ ହେଉଥିବା କାରଣରୁ ଆପଣ ଜଗି ରଖି ଚଳନ୍ତୁ । ନଚେତ ଆପଣ ଥଣ୍ଡା ଏବଂ କାଶ ଜନିତ ସମସ୍ୟାରେ ପୀଡିତ ହୋଇପାରନ୍ତି । କର୍ମମୟ ଜୀବନରେ ଆପଣଙ୍କୁ ଫୁରସତ ମିଳିବ । ଅଧିକ ରୋଜଗାର କରିବାକୁ ଇଚ୍ଛା ପ୍ରକାଶ କରିବେ । ଦୂରଯାତ୍ରାରୁ ମଧ୍ୟମଧରଣର ଫଳାଫଳ ପାଇବେ ।

 

8/12

ବିଛା ରାଶି

ସପ୍ତାହ ଆରମ୍ଭରେ କିଛି ସମସ୍ୟା ଦେଖା ଦେଲେ ମଧ୍ୟ ସପ୍ତାହର ମଧ୍ୟଭାଗରେ ତାହା ଦୂରେଇ ଯିବ । ସ୍ୱଳ୍ପ ଅବଧି ସମୟ ପାଇଁ ପୁଞ୍ଜୀ ନିବେଶ କଲେ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । ସପ୍ତାହର ଶେଷ ଭାଗରେ ପରିବାର ସଦସ୍ୟଙ୍କୁ ନେଇ ଦୂରଯାତ୍ରା କରିବାକୁ ଯୋଜନା କରିବେ ।

9/12

ଧନୁ ରାଶି

ଆପଣଙ୍କ ପାଇଁ ସପ୍ତାହଟି ଶୁଭ ଫଳାଫଳ ପ୍ରଦାନ କରିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ପ୍ରଶଂସା ମିଳିବ । ବ୍ୟବସାୟରେ ଲାଭ ହେବ । ସପ୍ତାହର ଶେଷ ଭାଗରେ ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ସୁସ୍ୱାଦୁ ଭୋଜନ କରିବେ ।

10/12

ମକର ରାଶି

ବ୍ୟବସାୟୀମାନଙ୍କ ପାଇଁ ସପ୍ତାହଟି ଶୁଭଫଳ ଦେବ । ସରକାରୀ ଚାକିରି କ୍ଷେତ୍ରରେ ସାମାନ୍ୟ ଚାପ ବଢିବ । କୋର୍ଟ କଚେରୀରେ ଥିବା ମାମଲା ଏହି ସପ୍ତାହରେ ଶେଷ ପର୍ଯ୍ୟାୟରେ ପହଞ୍ଚି ପାରେ । ପରିବାର ସଦସ୍ୟ ଆପଣଙ୍କ ଉପରେ ଖୁସି ହେବେ । ସେୟାର ମାର୍କେଟରୁ ଆପଣ ଲାଭ ପାଇବାର ସମ୍ବାବନା ରହିଛି ।

11/12

କୁମ୍ଭ ରାଶି

ଆପଣଙ୍କ ପାଇଁ ଜଗି ରଖି ଚଳିବାର ସପ୍ତାହଟିଏ । ସପ୍ତାହ ଆରମ୍ଭରୁ ଅଧିକ ଲାଭ ପାଇ ଉତ୍ସାହିତ ହୁଅନ୍ତୁ ନାହିଁ କାରଣ ଆପଣଙ୍କ ଖର୍ଚ୍ଚ ଆୟଠାରୁ ଅଧିକ ହୋଇପାରେ । କୌଣସି ଘଟଣାକୁ ନେଇ ପଡୋଶୀଙ୍କ ସହିତ ବିବାଦ ସୃଷ୍ଟି ହୋଇପାରେ । ଜରୁରୀ କାର୍ଯ୍ୟ ନପଡିଲେ ଦୂରଯାତ୍ରାକୁ ସ୍ଥଗିତ ରଖିବା ଭଲ ।

12/12

ମୀନ ରାଶି

ସପ୍ତାହଟି ଆପଣଙ୍କୁ ଅତ୍ୟନ୍ତ ଶୁଭ ଫଳାଫଳ ପ୍ରଦାନ କରିପାରେ । ବ୍ୟବସାୟରେ ଲାଭ ପ୍ରଚୁର ହେବ । କର୍ମମୟ ଜୀବନରେ ଆପଣଙ୍କ କାର୍ଯ୍ୟ କାରଣରୁ ସୁନାମ ବଢିବ । ଅନ୍ୟ କମ୍ପାନୀରୁ ଅଫର ପାଇବାର ସମ୍ଭାବନା ରହିଛି । ଦୂରଯାତ୍ରାରୁ ମଧ୍ୟ ଲାଭ ପାଇବାର ଯଥେଷ୍ଟ ସମ୍ଭାବନା ଅଛି ।

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।