Weekly Horoscope 16th To 22nd September 2024: ଆସନ୍ତା ସପ୍ତାହଟି ଆପଣଙ୍କ ପାଇଁ କିପରି କଟିବ ତାହା ଜାଣିବା ପାଇଁ ପଢନ୍ତୁ ୧୨ଟି ରାଶିର ଭାଗ୍ୟଫଳ
ମେଷ ରାଶି
ଜୀବନରେ ଥିବା ଚିନ୍ତା ହ୍ରାସ ହେବ । ଏହି ସପ୍ତାହରେ ଆପଣ ଆରାମ ଅନୁଭବ କରିବେ । ଏହି ସମୟରେ ନେଇଥିବା ନିଷ୍ପତ୍ତି ଆପଣଙ୍କୁ ଭବିଷ୍ୟତରେ ଭଲ ଲାଭ ଦେବ । ସପ୍ତାହ ମଧ୍ୟଭାଗରେ ବ୍ୟବସାୟରେ ଅଧିକ ଲାଭ ପାଇବେ । ସକରାତ୍ମକ ମନୋଭାବ ରହିବ । ସପ୍ତାହ ଶେଷରେ କୌଣସି ଧାର୍ମିକ ସ୍ଥାନକୁ ଯିବା ପାଇଁ ଯୋଜନା କରିବେ । ଛାତ୍ରଛାତ୍ରୀମାନେ ମଧ୍ୟମଧରଣର ଫଳାଫଳ ପାଇବେ ।
ବୃଷ ରାଶି
ପୂର୍ବରୁ ଥିବା ବାଦ ବିବାଦ ଏହି ସପ୍ତାହରେ ସମାଧାନ ହୋଇଯିବ । ଆପଣଙ୍କ ଲକ୍ଷ ହାସଲ କରିବାରେ ଆପଣ ସଫଳ ହେବେ । ଜୀବନସାଥୀଙ୍କ ସହ ରୋମାଞ୍ଚକର ସମୟ ବିତାଇବେ । ସପ୍ତାହ ଆରମ୍ଭରେ ବ୍ୟବସାୟରେ ସାମାନ୍ୟ ମାନ୍ଦାବସ୍ଥା ଦେଖାଦେଇ ପାରେ କିନ୍ତୁ ସପ୍ତାହ ଶେଷ ଭାଗରେ ଆପଣଙ୍କୁ ଭଲ ଲାଭ ମିଳିବ । ପ୍ରତିଯୋଗୀତାରେ ବିଦ୍ୟାର୍ଥୀମାନେ ସଫଳତା ପାଇବେ ।
ମିଥୁନ ରାଶି
ଚାକିରି କ୍ଷେତ୍ରରେ ଆପଣଙ୍କୁ ଦୂରଯାତ୍ରା କରିବାକୁ ପଡିପାରେ । ଗଣମାଧ୍ୟମ ସହ ଜଡିତ ବ୍ୟକ୍ତି ବିଶେଷ ଅଧିକ ଶୁଭଫଳ ପାଇବେ । କର୍ମକ୍ଷେତ୍ରରେ କୌଣସି ବାଧା ଥିଲେ ତାହା ଏହି ସପ୍ତାହରେ ସମାଧାନ ହେବ । ପରିବାର ସଦସ୍ୟଙ୍କ ସହ ଆପଣ ଅଧିକ ସମୟ ଅତିବାହିତ କରିବେ । ପ୍ରେମ ସମ୍ପର୍କରେ ଆପଣଙ୍କୁ ବିଶ୍ୱାସ ବଜାୟ ରଖିବାକୁ ପଡିବ । ସ୍ୱାସ୍ଥ୍ୟ ମଧ୍ୟମଧରଣର ରହିବ ।
କର୍କଟ ରାଶି
ଆପଣ ଏହି ସପ୍ତାହଟିରେ ଯୋଗାଯୋଗ ଦକ୍ଷତା ଉପରେ ଧ୍ୟାନ ଦେବା ଉଚିତ୍ । କର୍ମକ୍ଷେତ୍ର ସହ ପାରିବାରିକ ଜୀବନରେ ଛୋଟ ସମସ୍ୟା ଉପୁଜିପାରେ । ଆୟ ତୁଳନାରେ ବ୍ୟୟ ବଢିବାର ସମ୍ଭାବନା ରହିଛି । ନିଜର କଥାକୁ ସ୍ପଷ୍ଟ ଭାବେ ଅନ୍ୟ ଆଗରେ ପ୍ରକାଶ କରିବା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବ । ସାମାନ୍ୟ ଥଣ୍ଡା ,କାଶ ଜନିତ ସମସ୍ୟା ଦେଖାଦେଇପାରେ । ପ୍ରେମ ସମ୍ପର୍କରେ ଜଗିରଖି ଚଳିବାର ସମୟ ।
ସିଂହ ରାଶି
ଆପଣଙ୍କ ପାଇଁ ସପ୍ତାହଟିରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । କଠିନ ପରିଶ୍ରମ କରି ସଫଳତା ପାଇବାରେ ସକ୍ଷମ ହେବେ । ଆୟ ମଧ୍ୟମ ଧରଣର ରହିବ । ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ସାମାନ୍ୟ କ୍ଳାନ୍ତ ଅନୁଭବ କରିପାରନ୍ତି । ସପ୍ତାହ ଶେଷଭାଗରେ ପରିବାର ସଦସ୍ୟଙ୍କ ସହ ସମୟ ବିତାଇବେ । କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ଯୋଜନା ପ୍ରସ୍ତୁତ କରିବେ ।
କନ୍ୟା ରାଶି
ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମଧରଣର ଫଳାଫଳ ପ୍ରଦାନ କରିବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ପ୍ରେମ ସମ୍ପର୍କ ମଜବୁତ ହେବ । ଦାମ୍ପତ୍ୟ ଜୀବନରେ ଆନନ୍ଦ ଉପଭୋଗ କରିବେ । ଛୋଟ ପିଲାମାନେ ପାଠ ପଢାରେ କମ ଖେଳକୁଦରେ ଅଧିକ ମନୋନିବେଶ କରିବେ । ଘରକୁ ଅତିଥି ଆସିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ ।
ତୁଳା ରାଶି
ନୂଆ ସପ୍ତାହରେ ଆପଣ ଏପରି ଜଣେ ବ୍ୟକ୍ତିଙ୍କୁ ଭେଟିବେ ଯାହାଙ୍କ ଠାରୁ ଆପଣ ଲାଭ ପାଇବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ଆପଣଙ୍କ ମାନସମ୍ମାନ ବଢିବ । ବ୍ୟବସାୟରେ ଅଧିକ ଲାଭ ଉପାର୍ଜନ କରିବେ । ସପ୍ତାହ ମଧ୍ୟଭାଗରେ ଆପଣ କୌଣସି ସ୍ଥାନକୁ ହଠାତ ଭ୍ରମଣରେ ଯାଇପାରନ୍ତି । କର୍ମମୟ ଜୀବନରେ ସପ୍ତାହ ଶେଷ ଭାଗରେ ଫୁରସତ ପାଇବେ ।
ବିଛା ରାଶି
ସପ୍ତାହ ଆରମ୍ଭରୁ ଆପଣ ଅଧିକ ଶୁଭଫଳ ପାଇବେ । ଜୀବନରେ ନୂଆ ଏକ ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରିବେ । ଇଶ୍ୱର ବିଶ୍ୱାସୀ ହେବା ସହ ଧାର୍ମିକ କାର୍ଯ୍ୟକଳାପରେ ଯୋଗ ଦେବେ । ଆୟ ପୂର୍ବାପେକ୍ଷା ସାମାନ୍ୟ ବଢିବ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ଏକ ନୂଆ ସମ୍ପର୍କ ଆରମ୍ଭ ହେବାର ସମୟ । ସ୍ୱାସ୍ଥ୍ୟ ଭଲ ରହିବା ସହ ମନ ମଧ୍ୟ ଭଲ ରହିବ ।
ଧନୁ ରାଶି
ଆସନ୍ତା ସପ୍ତାହଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । କୌଣସି ବ୍ୟକ୍ତିଙ୍କ ସହ ଭୁଲ୍ ବୁଝାମଣା ଥିଲେ ତାହା ସମାଧାନ ହୋଇଯିବ । ଚାକିରି ଏବଂ ବ୍ୟବସାୟ ଉଭୟ କ୍ଷେତ୍ରରେ ଆପଣ ଶୁଭ ଫଳାଫଳ ପାଇବେ । ଆୟ ଅଧିକ ହେବ । ଟଙ୍କା ସଞ୍ଚୟ କରିବା ପାଇଁ ସପ୍ତାହ ଶେଷ ଭାଗରେ ଯୋଜନା ପ୍ରସ୍ତୁତ କରିବେ । ପ୍ରେମ ଜୀବନରେ ସାଥିଙ୍କ ସହ ସାମାନ୍ୟ ଝଗଡା ହେଲେ ମଧ୍ୟ ସପ୍ତାହ ଶେଷରେ ସମାଧାନ ହୋଇଯିବ ।
ମକର ରାଶି
ଆପଣ ବ୍ୟବସାୟ କରୁଥିଲେ ସପ୍ତାହ ଆରମ୍ଭରୁ ହିଁ ଲାଭ ପାଇବା ଆରମ୍ଭ ହୋଇଯିବ । ଅଧିକ ଲାଭ ପାଇଲେ ମଧ୍ୟ ଆପଣ ସଞ୍ଚୟ ପାଇଁ ଖର୍ଚ୍ଚକାଟ କରିବୁ ଚିନ୍ତା କରିବେ । ସେୟାର ମାର୍କେଟରୁ ମଧ୍ୟ ଭଲ ଲାଭ ପାଇବାର ସମ୍ଭାବନା ରହିଛି । ପ୍ରେମ ସମ୍ପର୍କ ବିଷୟରେ ଘରେ ଜଣାଇଲେ ତାହା ସଫଳ ହେବାର ସମ୍ବାବନା ରହିଛି ।
କୁମ୍ଭ ରାଶି
ଆପଣଙ୍କ ପାଇଁ ସପ୍ତାହଟି ରୋମାଞ୍ଚକର ସାବ୍ୟସ୍ତ ହେବ । ମଜାଳିଆ ଢଙ୍ଗରେ ପରିବାର ସଦସ୍ୟଙ୍କ ସହ ସମୟ ବିତିବ । ଆଗାମି ପର୍ବ ପର୍ବାଣୀ ପାଇଁ ଘରର ସଦସ୍ୟଙ୍କ ସହ ଆଲୋଚନା କରିବେ । ଚାକିରି କ୍ଷେତ୍ରରେ ଛୁଚି ପାଇଁ ଆବେଦନ କରିପାରନ୍ତି । ସପ୍ତାହ ଆରମ୍ଭରେ ବ୍ୟବସାୟରେ ସାମାନ୍ୟ ମାନ୍ଦାବସ୍ଥା ଦେଖାଦେଲେ ମଧ୍ୟ ସପ୍ତାହ ଶେଷରେ ଅଧିକ ଲାଭ ପାଇବେ ।
ମୀନ ରାଶି
ଆପଣଙ୍କ ପାଇଁ ସପ୍ତାହଟି ମଧ୍ୟମଧରଣର ଫଳ ପ୍ରଦାନ କରିବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । କର୍ମକ୍ଷେତ୍ରରେ ପୂର୍ବପରି ସ୍ଥିତି ଲାଗି ରହିବ । ବ୍ୟବସାୟରେ ନୂଆ ଅର୍ଡର ପାଇ ଖୁସି ପ୍ରକାଶ କରିବେ । ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ପ୍ରେମ ସମ୍ପର୍କରେ ମଧୁରତା ବଢିବ । ନିଜ ସାଥୀଙ୍କ ସହ କୌଣସି ସ୍ଥାନକୁ ଯିବା ପାଇଁ ଯୋଜନା କରିବେ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़