Advertisement
Photo Details/zeeodisha/odisha2478035
photoDetails0hindi

Weekly Lucky Zodiac Sign: ଅକ୍ଟୋବର ୨୧ରୁ ୨୭ ମଧ୍ୟରେ ଗୌରୀ ଯୋଗ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Weekly Lucky Zodiac Sign, 21 to 27 October 2024: ଜ୍ୟୋତିଷ ଶାସ୍ତ୍ରରେ ଗୌରୀ ଯୋଗକୁ ଅନ୍ୟତମ ଶୁଭ ଯୋଗ ଭାବରେ ପରିଗଣିତ କରାଯାଏ । ଏହି ଯୋଗର ପ୍ରଭାବ କାରଣରୁ ବ୍ୟକ୍ତି ନିଶ୍ଚିତ ଭାବରେ ଆର୍ଥିକ ଲାଭ ପାଇଥାଏ । ଏହା ବ୍ୟତୀତ ମାନ ସମ୍ମାନ ମଧ୍ୟ ବଢିଥାଏ । ଗୌରୀ ଯୋଗର ଶୁଭ ପ୍ରବାବ କାରଣରୁ ଏହି ସପ୍ତାହରେ ୫ଟି ରାଶିର ବ୍ୟକ୍ତି ଲାଭ ପାଇବେ ।

1/6

ବୃଷ ରାଶି

ନୂଆ ସପ୍ତାହ ଆପଣଙ୍କ ପାଇଁ ସୁଖ ଏବଂ ସୌଭାଗ୍ୟ ଆଣିବ । ଜମି, କୋଠା ଇତ୍ୟାଦିରୁ ଲାଭ ପାଇପାରିବେ । ଦୀର୍ଘ ସମୟ ଧରି କୌଣସି ଜମି କିମ୍ବା ଘର କିଣିବା କିମ୍ବା ବିକ୍ରୟ କରିବାକୁ ଚିନ୍ତା କରୁଥିଲେ ଆପଣଙ୍କର ଏହି ଇଚ୍ଛା ପୂରଣ ହୋଇପାରେ । ଯଦି ପୈତୃକ ସମ୍ପତ୍ତି ସହିତ ଜଡିତ କୌଣସି ବିବାଦ ଅଛି, ତେବେ ଏହାର ନିଷ୍ପତ୍ତି ଏହି ସପ୍ତାହରେ ଆପଣଙ୍କ ସପକ୍ଷରେ ଆସିପାରେ । ଦୂରଯାତ୍ରା ଆପଣଙ୍କ ପାଇଁ ସୁଖଦ ଏବଂ ଲାଭଦାୟକ ହେବ । ରାଜନୀତି ସହିତ ଜଡିତ ବ୍ୟକ୍ତି ଇଚ୍ଛାକୃତ ପଦବୀ ପାଇପାରନ୍ତି । କାହାକୁ ପ୍ରେମ ନିବେଦନ କରିବାକୁ ଚାହୁଁଥିଲେ ସମୟ ଉପଯୁକ୍ତ ।

2/6

କର୍କଟ ରାଶି

ଅକ୍ଟୋବର ମାସର ତୃତୀୟ ସପ୍ତାହ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ପ୍ରମାଣିତ ହେବ । ଆପଣଙ୍କ ଶକ୍ତି ଏବଂ ସମୟକୁ ସଠିକ୍ ଭାବରେ ପରିଚାଳନାରେ ସଫଳ ହେବେ । ଆପଣ ଆର୍ଥିକ ଲାଭ ପାଇବେ । ଚାକିରି କ୍ଷେତ୍ରରେ ଉଭୟ ବରିଷ୍ଠ ଏବଂ କନିଷ୍ଠଠାରୁ ସହାୟତା ପାଇବେ । ବ୍ୟବସାୟୀମାନଙ୍କ ପାଇଁ ସପ୍ତାହଟି ବହୁତ ଭଲ ହେବ । ବ୍ୟବସାୟକୁ ବଢାଇବା ପାଇଁ ଶୁଭେଚ୍ଛୁମାନଙ୍କଠାରୁ ପରାମର୍ଶ ନିଅନ୍ତୁ । ସପ୍ତାହର ମଧ୍ୟ ଭାଗରେ କିଛି ଶୁଭ କିମ୍ବା ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି । ପ୍ରେମ ଜୀବନରେ ଆପଣ ସଫଳ ହେବେ । ଜୀବନସାଥୀଙ୍କ ସହିତ ଭଲ ସମୟ ବିତାଇବେ । ପରିବାର ସଦସ୍ୟଙ୍କ ସହ ଦୂରଯାତ୍ରା କରିପାରନ୍ତି ।

3/6

ସିଂହ ରାଶି

ଆପଣଙ୍କ ପାଇଁ ସପ୍ତାହଟି ମିଶ୍ରିତ ଫଳାଫଳ ପ୍ରଦାନ କରିବ । ବ୍ୟବସାୟ କିମ୍ବା ଚାକିରି ସହିତ ଜଡିତ କିଛି ଭଲ ଖବର ଶୁଣିପାରନ୍ତି । ସପ୍ତାହର ମଧ୍ୟ ଭାଗରେ କାର୍ଯ୍ୟରେ କିଛି ବାଧା ସୃଷ୍ଟି ହୋଇପାରେ । ଆପଣ ଟିକେ ଚିନ୍ତିତ ହୋଇପାରନ୍ତି । ପରିବାରରେ କୌଣସି ସଦସ୍ୟଙ୍କ ସହିତ ପୂର୍ବରୁ ବାଦ ବିବାଦ ଥିଲେ ତାହା ସମାଧାନ ହୋଇଯିବ । ସମସ୍ତଙ୍କ ସହିତ ସମ୍ପର୍କ ଆନ୍ତରିକ ହେବ । ଜୀବନସାଥୀଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । 

4/6

ତୁଳା ରାଶି

ଆପଣଙ୍କ ପାଇଁ ସପ୍ତାହଟି ଶୁଭଫଳ ଏବଂ ସଫଳତା ଆଣିଦେବ । ଏହି ସମୟ ମଧ୍ୟରେ ନିଜର ଇଚ୍ଛା ପୂରଣ ହେବ । କର୍ମକ୍ଷେତ୍ରରେ ଉଭୟ ବରିଷ୍ଠ ଏବଂ କନିଷ୍ଠ ସହକର୍ମୀଙ୍କ ସହ ଭଲ ସମନ୍ୱୟ ରହିବ । ସମ୍ପତ୍ତି ଏବଂ ଅର୍ଥ ସମ୍ବନ୍ଧୀୟ ପ୍ରସଙ୍ଗରେ ସପ୍ତାହଟି ବିଶେଷ ଫଳପ୍ରଦ ହେବ । ଆପଣଙ୍କର ସମସ୍ତ ଇଚ୍ଛା ଏହି ସପ୍ତାହରେ ପୂରଣ ହେବ । ଏହି ସମୟରେ ଆପଣ ଯାହା ନିଷ୍ପତ୍ତି ନିଅନ୍ତି ତାହା କାର୍ଯ୍ୟକ୍ଷମ କରିବାକୁ ଆପଣଙ୍କ ମନରେ ଆଗ୍ରହ ରହିବ । ସମସ୍ତ ନିଷ୍ପତ୍ତି ଅତି ଚତୁରତାର ସହ ଗ୍ରହଣ କରିବେ ।

5/6

ଧନୁ ରାଶି

ଆପଣଙ୍କ ପାଇଁ ସପ୍ତାହଟି ସୁଖ ଏବଂ ସୌଭାଗ୍ୟ ଆଣିଦେବ । ନିଜ ଯୋଜନାବଦ୍ଧ କାର୍ଯ୍ୟଗୁଡ଼ିକ ଠିକ୍ ସମୟରେ ସମାପ୍ତ ହେବ । ଧାର୍ମିକ ଏବଂ ଶୁଭ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ବିଳାସପୂର୍ଣ୍ଣ ଜିନିଷ କିଣିବାରେ ଟଙ୍କା ଖର୍ଚ୍ଚ କରିବେ ।  ପୈତୃକ ସମ୍ପତ୍ତି ସହ ଜଡିତ ବିବାଦର ସମାଧାନ ପାଇଁ ନିଜେ ପଦକ୍ଷେପ ନେଇପାରନ୍ତି । ଜଣେ ବରିଷ୍ଠ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ ବିବାଦ ସମାଧାନ ହେବ । ସପ୍ତାହର ଦ୍ୱିତୀୟାର୍ଦ୍ଧରେ ଘରଙ୍କୁ ଅତିଥି ଆସିବେ । ବ୍ୟବସାୟ ଦୃଷ୍ଟିକୋଣରୁ ଏହି ସମୟ ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ । ବ୍ୟବସାୟକୁ ବିସ୍ତାର କରିବାର ସୁଯୋଗ ମିଳିବ । ପ୍ରେମ ସଂପର୍କ ବିବାହ ଆଡକୁ ଗତି କରିବ । ଜୀବନସାଥୀଙ୍କ ସହିତ ସୁଖଦ ସମୟ ଅତିବାହିତ କରିବାର ସୁଯୋଗ ପାଇବେ ।

6/6

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।