Advertisement
Photo Details/zeeodisha/odisha2398002
photoDetails0hindi

Weekly Lucky Zodiac Sign: ୨୬ ଅଗଷ୍ଟରୁ ୧ ସେପ୍ଟେମ୍ୱର, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Weekly Lucky Zodiac Sign, 26 August to 1 September 2024 : ଅଗଷ୍ଟ ଶେଷ ସପ୍ତାହରେ ଧନ ଯୋଗ ଗଠନ ହେବା ପ୍ରଭାବରେ ୫ଟି ରାଶିକୁ ଶୁଭଫଳ ମିଳିବ । ଏହି ସପ୍ତାହରେ ମଙ୍ଗଳ ଏବଂ ଚନ୍ଦ୍ର ମିଥୁନରେ ଚଳନ କରିବେ । 

1/5

ବୃଷ ରାଶି

ଅଗଷ୍ଟ ମାସର ଶେଷ ସପ୍ତାହ ଆପଣଙ୍କ ପାଇଁ ଶୁଭ ଏବଂ ଲାଭ ଫଳାଫଳ ଦେବ । କ୍ୟାରିୟର ଏବଂ ବ୍ୟବସାୟରେ ଗୋଟିଏ ବଡ଼ ସୁଯୋଗ ମିଳିବ । ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଆପଣଙ୍କ ପରିଚୟ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ବରିଷ୍ଠମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ । ଏହି ସପ୍ତାହରେ ଆପଣ ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ କରିପାରନ୍ତି । ବ୍ୟବସାୟ କ୍ଷେତ୍ରରେ ଅତ୍ୟନ୍ତ ଶୁଭଫଳ ପାଇବେ । ଶ୍ରମିକ ଶ୍ରେଣୀର ବ୍ୟକ୍ତିଙ୍କୁ ଅତିରିକ୍ତ ଆୟର ଉତ୍ସ ମିଳିବ । ପ୍ରେମ ଜୀବନ ପାଇଁ ସପ୍ତାହଟି ଶୁଭପ୍ରଦ । ପରିବାର ସହିତ ଭଲ ସମୟ ଅତିବାହିତ କରିବେ ।

2/5

ମିଥୁନ ରାଶି

ସପ୍ତାହଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ । ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କୁ ଆୟର ଉତ୍ସ ମିଳିବ । କର୍ମକ୍ଷେତ୍ରରେ ପଦୋନ୍ନତି କିମ୍ବା ସ୍ଥାନାନ୍ତର ଯୋଗ ରହୁଛି । ସରକାରୀ କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହେଉଥିଲେ ଏହି ସପ୍ତାହରେ ତାହାର ସମାଧାନ ହୋଇପାରେ । ବିଦେଶ ଯିବାକୁ ଯୋଜନା କରୁଥିବା ବ୍ୟକ୍ତିଙ୍କୁ ଏହି ସପ୍ତାହରେ ଭଲ ସୁଯୋଗ ମିଳିବ । କାହା ସହିତ ପ୍ରେମ ସଂପର୍କରେ ଥିଲେ ଏହି ସମୟରେ ଘରେ କୁହନ୍ତୁ ଆପଣ ପରିବାର ସଦସ୍ୟଙ୍କ ଅନୁମୋଦନ ମିଳିବ । ବିବାହିତ ଲୋକମାନଙ୍କ ପାଇଁ ସପ୍ତାହଟି ବହୁତ ଭଲ ହେବାକୁ ଯାଉଛି ।

3/5

କର୍କଟ ରାଶି

ଏହି ମାସର ଶେଷ ସପ୍ତାହ ଆପଣଙ୍କ ପାଇଁ ଅତ୍ୟନ୍ତ ଚମତ୍କାର ହେବାକୁ ଯାଉଛି । କ୍ୟାରିୟର କିମ୍ବା ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି । ଏହି ଯାତ୍ରା ଆପଣଙ୍କ ପାଇଁ ସୁଖଦ ପ୍ରମାଣିତ ହେବ । ଆପଣଙ୍କର ସମସ୍ତ କାର୍ଯ୍ୟ ସଠିକ୍ ସମୟରେ ସମାପ୍ତ ହେବ । କର୍ମକ୍ଷେତ୍ରରେ ଆପଣଙ୍କୁ ସମସ୍ତଙ୍କର ସହଯୋଗ ମିଳିବ । ରଙ୍ଗ, ରାସାୟନିକ ପଦାର୍ଥ ଏବଂ ଔଷଧ ସହିତ ଜଡିତ ବ୍ୟକ୍ତିମାନେ ଭଲ ଲାଭ ପାଇବେ । ସପ୍ତାହ ଶେଷରେ, ଆପଣ ଘର ସାଜସଜ୍ଜା ପାଇଁ ସମୟ ବିତାଇବେ । ଆପଣ ସାଥୀଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବାରେ ସଫଳ ହେବେ ।

4/5

କନ୍ୟା ରାଶି

ଏହି ସପ୍ତାହ ଆପଣଙ୍କ ପାଇଁ ଶୁଭ ଏବଂ ଫଳପ୍ରଦ ପ୍ରମାଣିତ ହେବ । କାର୍ଯ୍ୟକ୍ଷେତ୍ରରେ ସମସ୍ୟା ଥିଲେ ଦୂର ହୋଇଯିବ । ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟ ଆପଣଙ୍କୁ ମିଳିବ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ପରୀକ୍ଷା ତଥା ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଥିଲେ ଆପଣଙ୍କୁ ଭଲ ଖବର ଶୁଣିବାକୁ ମିଳିବ । ସପ୍ତାହର ଶେଷ ଭାଗରେ ପାରିବାରିକ ଦାୟିତ୍ୱ ବଢିପାରେ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ ।

5/5

ବିଛା ରାଶି

ଆପଣଙ୍କ ପାଇଁ ସପ୍ତାହରେ ଶୁଭଫଳ ଆସିବ । କର୍ମକ୍ଷେତ୍ରରେ ଥିବା ସମସ୍ୟାକୁ ଆପଣ ସମାଧାନ କରିବାରେ ସଫଳ ହେବେ । ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା କରିବା ସହ ଲାଭ ପାଇବାର ସମ୍ଭାବନା ରହିଛି । ଛାତ୍ରଛାତ୍ରୀମାନେ ପାଠ ପଢା ପ୍ରତି ଅଧିକ ଧ୍ୟାନ ଦେବେ । ଆପଣଙ୍କର ଲୋକ ସମ୍ପର୍କ ବୃଦ୍ଧି ପାଇବ । ପ୍ରେମ ଜୀବନରେ ସମସ୍ୟା ଥିଲେ ତାହାର ସମାଧାନ ହେବା ସହ ବିବାହ ପର୍ଯ୍ୟନ୍ତ କଥା ପହଞ୍ଚିବ । ବୈବାହିକ ଜୀବନରେ ସାଥିଙ୍କୁ ଏକ ଉପହାର ଦେବା ତାଙ୍କ ପାଇଁ ଖୁସିର ବିଷୟ ପାଲଟିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)