Shani Gochar 2024: ଶନି ଚଳନ ବଦଳାଇବ ୩ଟି ରାଶିର ଭାଗ୍ୟ
Advertisement
Article Detail0/zeeodisha/odisha2081738

Shani Gochar 2024: ଶନି ଚଳନ ବଦଳାଇବ ୩ଟି ରାଶିର ଭାଗ୍ୟ

Shani Gochar 2024: ନ୍ୟାୟର ଦେବତା ଶନିଙ୍କୁ ଧୀରତମ ଗତିଶୀଳ ଗ୍ରହ ବୋଲି ବିବେଚନା କରାଯାଏ । ଶନି ଗୋଟିଏ ରାଶିରେ ଅତି କମରେ ଅଢେଇ ବର୍ଷ ପର୍ଯ୍ୟନ୍ତ ରୁହନ୍ତି ।

Shani Gochar 2024: ଶନି ଚଳନ ବଦଳାଇବ ୩ଟି ରାଶିର ଭାଗ୍ୟ

Shani Gochar 2024: ଶନି ଦେବଙ୍କୁ ସାଧାରଣରେ ନ୍ୟାୟର ଦେବତା ବୋଲି ବିବେଚନା କରାଯାଇଥାଏ । ଥରେ ଶନି ଗ୍ରହ ଚଳନ ହେଲେ ଅତି କମରେ ଅଢେଇ ବର୍ଷ ପର୍ଯ୍ୟନ୍ତ ଗୋଟିଏ ରାଶିରେ ପ୍ରଭାବ ଦେଖିବାକୁ ମିଳେ । ଶନି ଚଳନ କଥା ଶୁଣିଲେ ଅନେକ ଲୋକ ଭୟବୀତ ମଧ୍ୟ ହୋଇଥାନ୍ତି । କିନ୍ତୁ କାର୍ଯ୍ୟ ଅନୁଯାୟୀ ଶନିଦେବ ଫଳାଫଳ ଦେଇଥାନ୍ତି ବୋଲି ଜୋତିର୍ବିଦମାନେ ମତ ଦିଅନ୍ତି । ଆପଣଙ୍କୁ ଜଣାଇବାକୁ ଚାହୁଁ ଯେ, ୨୦୨୪ ମସିହାରେ ୩୦ ବର୍ଷ ପରେ ଶନି ଦେବ ମୂଳ ତ୍ରିକୋଣରେ ଅବସ୍ଥାନ କରିବାକୁ ଯାଉଛନ୍ତି । ଶନିଦେବଙ୍କ ଏହି ଚଳନ ୨୦୨୫ ମସିହା ପର୍ଯ୍ୟନ୍ତ ରହିବ । ଏହି କାରଣର ୩ଟି ରାଶିର ବ୍ୟକ୍ତି ବିଶେଷଙ୍କୁ ବିଶେଷ ଫଳ ମିଳିବ ବୋଲି ଜୋତିର୍ବିଦ ମତ ଦେଇଛନ୍ତି ।

୧୧ ଫେବୃଆରୀ ୨୦୨୪ ରୁ ୧୮ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଶନି ଚଳନ ହେବାକୁ ଯାଉଛି । ଶନିଦେବ ଜୁନ୍ ୨୯ ରୁ ନଭେମ୍ବର ୧୫, ୨୦୨୪ ପର୍ଯ୍ୟନ୍ତ କୁମ୍ଭ ରାଶିରେ ଅବସ୍ଥାନ କରିବେ ।

ମେଷ: ଶନିଙ୍କ ଏହି ଚଳନ ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଚମତ୍କାର ସାବ୍ୟସ୍ତ ହେବ । ବିଚାରାଧୀନ କାର୍ଯ୍ୟ ଖୁବ ଶୀଘ୍ର ସମାପ୍ତ ହେବ । ଯଦି ଏହି ସମୟରେ ଆପଣ କିଛି ନୂଆ କରିବାକୁ ଚାହୁଁଛନ୍ତି ତେବେ ଏହା ଉଚିତ ସମୟ । ମାନସିକ ଚାପର ସମ୍ମୁଖୀନ ହେଉଥିବା ଲୋକମାନଙ୍କୁ ଏଥିରୁ ମୁକ୍ତି ମିଳିବ । ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆପଣଙ୍କର ବିଦେଶ ଯାତ୍ରା ଇଚ୍ଛା ପୂରଣ ହେବାର ସୁଯୋଗ ରହିଛି । ଏହା ସହିତ ଚାକିରି କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ପରିବାରରେ ଖୁସିର ପରିବେଶ ରହିବ ।

କନ୍ୟା: ଏହି ରାଶିର ଲୋକମାନଙ୍କ ପାଇଁ ଖୁବ ଶୁଭ ହେବ । ଆପଣ ପ୍ରତ୍ୟେକ କାର୍ଯ୍ୟରେ ଇଚ୍ଛାକୃତ ସଫଳତା ପାଇବେ । ବ୍ୟବସାୟିକ ଅସୁବିଧା ଦୂର ହେବ । ଭାଗିଦାରୀରେ କାର୍ଯ୍ୟରେ ଆପଣଙ୍କୁ ଅଧିକ ସଫଳତା ମିଳିବ । ଆର୍ଥିକ ଦୃଷ୍ଟିରୁ ଆପଣ ସ୍ୱଚ୍ଛଳ ରହିବେ । ପ୍ରତି କ୍ଷେତ୍ରରେ ସଫଳତାର ଯୋଗ ରହିଛି । ଚାକିରିରେ ପରିବର୍ତ୍ତନ ଯୋଗ ରହିଛି । ଯେକୌଣସି କାର୍ଯ୍ୟ କରୁଛନ୍ତି ତାହା ଭାବିଚିନ୍ତି କରନ୍ତୁ ।

ବିଛା: ଶନିଦେବ ଏହି ରାଶିରେ ପଞ୍ଚମ ଘରେ ବିଦ୍ୟମାନ କରୁଛନ୍ତି । ପ୍ରତିଟି ଦିଗରୁ ଆପଣଙ୍କୁ ଆର୍ଥିକ ଲାଭ ମିଳିପାରେ । ଆପଣଙ୍କ ସାଥୀଙ୍କ ସହିତ ଚାଲିଥିବା ବିବାଦର ସମାଧାନ ମଧ୍ୟ ହେବ । କଠିନ ପରିଶ୍ରମ ଆଧାରରେ ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ବିଶେଷ କରି ଯୁବକମାନଙ୍କ କ୍ଷେତ୍ରରେ କ୍ୟାରିଅରରେ ସଫଳତାର ସୁଯୋଗ ରହିଛି । ଶନିଙ୍କ ପ୍ରତ୍ୟାବର୍ତ୍ତନ ଆପଣଙ୍କୁ ସୁଖ ଆଣିଦେବ । ଚାକିରି ଅପେକ୍ଷା ଆପଣଙ୍କ ନିଜସ୍ୱ ଉଦ୍ୟମରେ ଆପଣ ଅଧିକ ସଫଳତା ପାଇବେ ।  ଆଗକୁ ବଢିବାକୁ ମିଳୁଥିବା ସୁଯୋଗର ହାତଛଡା କରନ୍ତୁ ନାହିଁ । ଶନି ଦେବଙ୍କ କୃପାରୁ ସମସ୍ତ କାର୍ଯ୍ୟରେ ସଫଳତାର ଯୋଗ ରହିଛି ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ଜାଣିବା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିପାରିବେ ।

Also Read- Mangal Gochar 2024: ମକର ରାଶିରେ ମଙ୍ଗଳ ଚଳନ, ଏହି ରାଶିର ଫିଟିବ ଭାଗ୍ୟ

Also Read- Crime News: ୧୬ ବର୍ଷର ଝିଅ ଗର୍ଭବତୀ ହେବାରୁ ୬୧ ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା