Shukra Gochar 2024: ଶୁକ୍ରଙ୍କ ଚଳନରୁ ଲକ୍ଷ୍ମୀ ନାରାୟଣ ରାଜଯୋଗ, ୫ଟି ରାଶି ପାଇଁ ସୁବର୍ଣ୍ଣ ସମୟ
Advertisement
Article Detail0/zeeodisha/odisha2351093

Shukra Gochar 2024: ଶୁକ୍ରଙ୍କ ଚଳନରୁ ଲକ୍ଷ୍ମୀ ନାରାୟଣ ରାଜଯୋଗ, ୫ଟି ରାଶି ପାଇଁ ସୁବର୍ଣ୍ଣ ସମୟ

ଅଗଷ୍ଟ ମାସରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ପ୍ରଭାବରୁ ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ମିଳିବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ଆର୍ଥିକ ସୁବିଧା, ପାରିବାରିକ ସୁଖ ସମେତ କ୍ୟାରିଅରରେ ଅନେକ ଭଲ ସୁଯୋଗ ପାଇବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା କେଉଁ ରାଶିଗୁଡିକ ଭାଗ୍ୟବାନ ।

Shukra Gochar 2024: ଶୁକ୍ରଙ୍କ ଚଳନରୁ ଲକ୍ଷ୍ମୀ ନାରାୟଣ ରାଜଯୋଗ, ୫ଟି ରାଶି ପାଇଁ ସୁବର୍ଣ୍ଣ ସମୟ

Lakshmi Narayan Rajyog Horoscope: ଲକ୍ଷ୍ମୀ ନାରାୟଣ ରାଜଯୋଗ ଅଗଷ୍ଟ ମାସ ଆରମ୍ଭରେ ଅନୁଷ୍ଠିତ ହେବାକୁ ଯାଉଛି । ସିଂହ ରାଶିରେ ବୁଧ ଏବଂ ଶୁକ୍ରଙ୍କ ମିଳନ କାରଣରୁ ଏହି ରାଜଯୋଗ ସୃଷ୍ଟି ହେଉଛି । ଜୁଲାଇ ୩୧ ରେ ଶୁକ୍ର ସିଂହରେ ଚଳନ କରିବେ । ଯେଉଁଠାରେ ବୁଧ ପୂର୍ବରୁ ଉପସ୍ଥିତ ରହିବେ । ତେଣୁ ଲକ୍ଷ୍ମୀ ନାରାୟଣ ରାଜଯୋଗ ୩୧ ଜୁଲାଇ ପରେ ଗଠନ ହେବ । ଜ୍ୟୋତିଷ ଶାସ୍ତ୍ରରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ହଠାତ୍ ଆର୍ଥିକ ଲାଭ ଆଣିବ ବୋଲି କୁହାଯାଏ । ଏହି ରାଜଯୋଗ ପ୍ରଭାବରୁ ଜୀବନରେ ସୁଖ ବୃଦ୍ଧି ହୋଇଥାଏ । ଏହା ସହିତ, ବ୍ୟକ୍ତିର ବୁଦ୍ଧି ଏବଂ ବିଚକ୍ଷଣତା ମଧ୍ୟ ବଢିଥାଏ । ଅଗଷ୍ଟ ମାସରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ପ୍ରଭାବରୁ ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ମିଳିବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ଆର୍ଥିକ ସୁବିଧା, ପାରିବାରିକ ସୁଖ ସମେତ କ୍ୟାରିଅରରେ ଅନେକ ଭଲ ସୁଯୋଗ ପାଇବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା କେଉଁ ରାଶିଗୁଡିକ ଭାଗ୍ୟବାନ ।

ମେଷ ରାଶି
ଆପଣଙ୍କ ପଞ୍ଚମ ଘରେ ଏହି ରାଜଯୋଗ ଗଠନ ହେବାକୁ ଯାଉଛି । ଏପରି ପରିସ୍ଥିତିରେ, ଆପଣ ନିଜ ପିଲାଙ୍କଠାରୁ କିଛି ଭଲ ଖବର ଶୁଣିବାକୁ ପାଇପାରନ୍ତି । ଏହି ସମୟ ମଧ୍ୟରେ ଆପଣଙ୍କ ବୈଦ୍ଧିକ ଦକ୍ଷତା ବହୁତ ଭଲ ହେବ । ବୈଦ୍ଧିକ ଦକ୍ଷତାର ପ୍ରଭାବରୁ ବ୍ୟବସାୟୀମାନେ ବ୍ୟବସାୟକୁ ବିସ୍ତାର କରିବେ । ବିଦ୍ୟାର୍ଥୀମାନେ ପରୀକ୍ଷାରେ ବଡ଼ ସଫଳତା ହାସଲ କରିବେ । ନିଯୁକ୍ତ ବ୍ୟକ୍ତିମାନେ ଏହି ସମୟ ମଧ୍ୟରେ ପଦୋନ୍ନତିର ଖବର ପାଇପାରନ୍ତି । ଆପଣ କିଛି ଭଲ ଚାକିରିର ସୁଯୋଗ ପାଇ଼ପାରନ୍ତି ।

କର୍କଟ ରାଶି
ଆପଣଙ୍କ ରାଶିର ଦ୍ୱିତୀୟ ଘରେ ଏହି ଯୋଗ ଗଠନ ହେବାକୁ ଯାଉଛି । ରାଜଯୋଗ କାରଣରୁ ଆପଣଙ୍କ ପାଇଁ ହଠାତ୍ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ଆପଣଙ୍କ ପରିବାରରୁ ଆର୍ଥିକ ଲାଭ ପାଇବା ସମ୍ଭାବନା ରହିଛି । ବ୍ୟବସାୟୀମାନଙ୍କ ପାଇଁ ସମୟ ବହୁତ ଭଲ ପ୍ରମାଣିତ ହେବ । ଏହି ସମୟ ମଧ୍ୟରେ ଆପଣ ଲାଭ ପାଇଁ ଅନେକ ଭଲ ସୁଯୋଗ ପାଇପାରନ୍ତି । ନିଜ ମିଠା କଥାରେ ଅନ୍ୟର ମନ ଜିଣିବାରେ ସକ୍ଷମ ହେବେ । ଆପଣ ନିଜ ପାଇଁ ନୂଆ ଗାଡି, ଘର ତଥା ନୂତନ ସମ୍ପତ୍ତି ଇତ୍ୟାଦି କିଣିପାରିବେ ।

ସିଂହ ରାଶି
ଆପଣଙ୍କ ରାଶିରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ଗଠନ ହେଉଛି । ଶୁକ୍ର ଏବଂ ବୁଧ ଏକତ୍ର ହେବା ପ୍ରଭାବରୁ ଆପଣଙ୍କ ପାଇଁ ସମୟ ବହୁତ ଭାଗ୍ୟବାନ ବୋଲି ପ୍ରମାଣିତ ହେବ । ଏହି ସମୟ ମଧ୍ୟରେ ବ୍ୟବସାୟୀମାନେ କିଛି ବଡ଼ ସଫଳତା ପାଇପାରନ୍ତି । ବିବାହିତ ଲୋକଙ୍କ ଜୀବନରେ ପ୍ରେମ ବୃଦ୍ଧି ପାଇବ । ଆପଣଙ୍କ ରୋଜଗାରର ମାଧ୍ୟମ ବୃଦ୍ଧି ପାଇବ । ନିଜ ଭିତରେ ଏକ ଭିନ୍ନ ଆତ୍ମବିଶ୍ୱାସ ଦେଖିବେ । ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ରହିବ । ଆପଣଙ୍କର ସମସ୍ତ ଚିନ୍ତା ସମାପ୍ତ ହେବ । ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ ।

ତୁଳା ରାଶି
ଆପଣଙ୍କ ଆୟ ଘରେ ଅର୍ଥାତ୍ ଏକାଦଶ ଘରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ଗଠନ ହେବ । ପ୍ରଭାବରେ ରୋଜଗାର ବହୁତ ଭଲ ହେବ । ସମସ୍ତ ଅସଫଳ ଇଚ୍ଛା ଏହି ସମୟ ମଧ୍ୟରେ ପୂରଣ ହେବାକୁ ଯାଉଛି । ବଡ଼ ଭାଇଭଉଣୀଙ୍କଠାରୁ କିଛି ବଡ ଲାଭ ପାଇ ପାରନ୍ତି । ସମାଜରେ ଆପଣଙ୍କ ପ୍ରତିଛବି ବହୁତ ମଜବୁତ ହେବ ।

ଧନୁ ରାଶି
ଆପଣଙ୍କ ରାଶିର ନବମ ଘରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ଗଠନ ହେବାକୁ ଯାଉଛି । ଭାଗ୍ୟ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ପୂର୍ଣ୍ଣ ସମର୍ଥନ କରିବ । ଆପଣ ସମାଜର ଉଚ୍ଚ ପଦାଧିକାରୀଙ୍କୁ ଭେଟିବେ । ଯାହାଙ୍କ ନିକଟରୁ ଆପଣ ଭବିଷ୍ୟତରେ ବଡ଼ ଲାଭ ପାଇବେ । ଏହି ସମୟ ମଧ୍ୟରେ ଦୂରଯାତ୍ରାର ସମ୍ଭାବନା ରହିଛି । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବାର ସମ୍ଭାବନା ଅଛି ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Lucky Zodiac Sign: ୨୪ ଜୁଲାଇ ବୁଧବାର, ୫ଟି ରାଶିର ଭାଗ୍ୟ ଉଜ୍ୱଳ