ଶ୍ରୀରାମ ବାଲି ଘାଟରୁ ବାଲି ଚୋରା ଚାଲାଣ ଅଭିଯୋଗ
Advertisement

ଶ୍ରୀରାମ ବାଲି ଘାଟରୁ ବାଲି ଚୋରା ଚାଲାଣ ଅଭିଯୋଗ

ଦୀର୍ଘ ଗୋଟିଏ ମାସରୁ ଅଧିକ ସମୟ ହେବ ଏଭଳି ବାଲି ଚୋରା ଚାଲାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । 

ପ୍ରତୀକାତ୍ମକ ଫଟୋ

ବଲାଙ୍ଗୀର: ସିନ୍ଧେକେଲା ଥାନା  ଶ୍ରୀରାମ ବାଲି ଘାଟରୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ । ଏନେଇ ଏକ ବାଲି ବୋଝେଇ ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ । ପରେ ସ୍ଥାନୀୟ ତଦସିଲଦାରଙ୍କୁ ଆସି ଉକ୍ତ ଗାଡ଼ିକୁ ଜବତ କରିଛନ୍ତି । ସେପଟେ ଦୀର୍ଘ ଗୋଟିଏ ମାସରୁ ଅଧିକ ସମୟ ହେବ ଏଭଳି ବାଲି ଚୋରା ଚାଲାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । 

ଶ୍ରୀରାମ ଲୋକଙ୍କ ଅଭିଯୋଗ ଏହା ଯେ, ବାଲି ଘାଟରୁ ଟେଣ୍ଡର ହୋଇନାହିଁ । କୌଣସି କାଗଜପତ୍ର ନଥାଏ କେମିତି ବାଲି ଚୋରା ଚାଲାଣ କରାଯାଉଛି ?  ତେବେ ଏନେଇ ବଙ୍ଗୋମୁଣ୍ଡା ତହସିଲଦାରଙ୍କୁ ପଚାରିବାରୁ କହିଛନ୍ତି, ବାଲିଘାଟର ଟେଣ୍ଡର ହୋଇଛି କିନ୍ତୁ ଏଗ୍ରିମେଣ୍ଟ କାମ ଏଯାଏ ହେଇନି । ତେଣୁ ଗାଡ଼ି ସବୁ ସିଜ କରିବା ସହ ଫାଇନ ଆଦାୟ କରାଯିବ ବୋଲି ସେ କହିଛନ୍ତି ।