ପ୍ରଦୀପ୍ତ କୁମାର ମିଶ୍ର, ବଲାଙ୍ଗୀର: ପଞ୍ଚଭୂତରେ ବିଲୀନ ହେଲା ଶ୍ରମିକ ନେତା ତଥା ସମାଜସେବୀ (Social Worker) ଲଳିତ ନାୟକଙ୍କ (Lalita Nayak) ମର ଶରୀର (Deadbody)। ବଲାଙ୍ଗିର (Bolangir) ବିଭୁତିପଡ଼ାସ୍ଥିତ (Bibhutipada) ଶ୍ମଶାନରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଛି। ତାଙ୍କ ପୁତୁରା ଜ୍ୟୋତି ନାୟକ (Jyoti Nayak) ମୁଖାଗ୍ନି ଦେଇଥିଲେ। ଶେଷ ସଂସ୍କାର କାର୍ଯ୍ୟକ୍ରମରେ ସହର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଶହଶହ ଲୋକଙ୍କ ସମାଗମ ହୋଇଥିଲା। ଲଳିତ ନାୟକ ଅମର ରହେ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ସହର।


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ: ତାମିଲନାଡୁରେ ହେବ କ୍ଷମତା ପରିବର୍ତ୍ତନ, ଏଥର DMK-କଂଗ୍ରେସର ମେଣ୍ଟ ସରକାର: ସର୍ଭେ


ଗତକାଲି ଭୋର ସମୟରେ ଭୁବନେଶ୍ୱର ଏମ୍ସରେ (Bhubaneswar AIIMS) ଲଳିତ ନାୟକଙ୍କ ଦେହାନ୍ତ ହୋଇଥିଲା। ଦୀର୍ଘ ଦିନ ଧରି ମେଡିକାଲରେ ଚିକିତ୍ସାଧୀନ ରହିଥିବା ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଏହାପରେ ତାଙ୍କ ମର ଶରୀର ବଲାଙ୍ଗିର ରୁଗୁଡିପଡ଼ାସ୍ଥିତ ଘରକୁ ଅଣା ହୋଇଥିଲା। ସେଠାରେ ପରିବାର ସଦସ୍ୟଙ୍କ ସହ ସହର ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ପରେ ଶେଷ ଦର୍ଶନ କରିବା ପାଇଁ ଦୁର୍ଗାପୁଜା ମଣ୍ଡପରେ ତାଙ୍କର ମର ଶରୀର ରଖା ଯାଇଥିଲା। ସାଧାରଣ ଜନତା ଠାରୁ ଆରମ୍ଭ କରି ରାଜନେତା ଓ ସହରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ। ଏହାପରେ ମର ଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ବିଭୂତିପଡ଼ାସ୍ଥିତ ଶ୍ମଶାନକୁ ନିଆଯାଇଥିଲା। ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ଏପରିକି ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ପରେ ଜଣେ ସମାଜସେବୀ ପାଇଁ ଏତେ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ନିସ୍ୱାର୍ଥପର ସମାଜସେବା ପାଇଁ ସମସ୍ତେ ତାଙ୍କୁ ଝୁରି ହେଉଛନ୍ତି।


ଅଧିକ ପଢନ୍ତୁ: CVoter Opinion Poll: କାହା ଦଖଲରେ ବଙ୍ଗ? ଦିଦି, ମୋଦି ନା ରାହୁଲ


ଛାତ୍ର ରାଜନୀତିରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ଲଳିତ ନାୟକ ବିଜେପିରେ ସାମିଲ ହୋଇଥିଲେ। ପରେ ବିଜେପି ଛାଡି ବିଜେଡିରେ ସାମିଲ ହେବା ସହ ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ସଦସ୍ୟ ଥିଲେ। ରାଜନୀତିରେ ନିଜର ପ୍ରତିପତ୍ତି ପ୍ରତିଷ୍ଠା କରି ପାରିନଥିଲେ ମଧ୍ୟ
ସମାଜସେବା ଓ ସ୍ୱେଛାକୃତ ରକ୍ତଦାନ କରି ସେ ସାରା ଓଡ଼ିଶାରେ ନିଜର ସ୍ଵତନ୍ତ୍ର ପରିଚିତି ସୃଷ୍ଟି କରିଥିଲେ। ପଶ୍ଚିମ ଓଡ଼ିଶା ଶ୍ରମିକ ସଂଗଠନର ସଭାପତି ସହ ପ୍ରାୟ ୫୦ ଟି ସଂଗଠନର ସଭାପତି ଭାବରେ ସେ କାର୍ଯ୍ୟ ତୁଲାଇ ଆସୁଥିଲେ। 


ଅଧିକ ପଢନ୍ତୁ: ବଢିଲା ଶୁଭେନ୍ଦୁଙ୍କ ସମସ୍ୟା, ନିର୍ବାଚନମଣ୍ଡଳୀ ବଦଳାଇଲେ ମମତା


ଗତ ଦୁଇ ତିନି ଦଶନ୍ଧି ହେଲା ସେ ନିଶ୍ୱାର୍ଥପର ଭାବେ ଦୁଃଖୀ ଦରିଦ୍ର ଙ୍କ ପାଇଁ କାର୍ଯ୍ୟ କରି ଆସୁଥିଲେ। ଯେଉଁଠି ସମସ୍ୟା ହେଉ କି ବିଭିନ୍ନ ଦାବି ନେଇ ଆନ୍ଦୋଳନ ଖବର ପାଇବା ମାତ୍ରେ ତୁରନ୍ତ ସେଠାରେ ପହଞ୍ଚି ଯାଇଥିଲେ ଲଳିତ ନାୟକ। ଛୋଟ ଛୁଆ ରୁ ଆରମ୍ଭ କରି ବଡ଼ ଓ ଦରିଦ୍ର ଲୋକ ଠୁ ନେଇ ବଡ଼ ବଡିଆ ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ। ସମାଜ ପାଇଁ ସେ ଯାହା କରି ଯାଇଛନ୍ତି, ତାଙ୍କ ସ୍ଥାନ କେହି ପୂରଣ କରିବା ଅସମ୍ଭବ। ତେଣୁ ତାଙ୍କର ବିୟୋଗରେ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶା ଓ ବଲାଙ୍ଗିରରେ ଶୋକର୍ ଛାୟା ଖେଳି ଯାଇଛି।