ବଢିଲା ଶୁଭେନ୍ଦୁଙ୍କ ସମସ୍ୟା, ନିର୍ବାଚନମଣ୍ଡଳୀ ବଦଳାଇଲେ ମମତା
Advertisement

ବଢିଲା ଶୁଭେନ୍ଦୁଙ୍କ ସମସ୍ୟା, ନିର୍ବାଚନମଣ୍ଡଳୀ ବଦଳାଇଲେ ମମତା

ନନ୍ଦିଗ୍ରାମ ହେଉଛି ମୋ ବଡ ଭଉଣୀ ଏବଂ ଭବାନୀପୁର ହେଉଛି ମୋ ସାନ ଭଉଣୀ। ଯଦି ସମ୍ଭବ ହୁଏ ତାହେଲେ ମୁଁ ଉଭୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବି। ଯଦି ଭବାନୀପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବା ସଫଳ ନହୁଏ ତାହେଲେ ଅନ୍ୟ କେହି ଜଣେ ଏଠାରୁ ପ୍ରତିଦ୍ୱନ୍ଦିତା କରିବେ।         

ବଢିଲା ଶୁଭେନ୍ଦୁଙ୍କ ସମସ୍ୟା, ନିର୍ବାଚନମଣ୍ଡଳୀ ବଦଳାଇଲେ ମମତା

କୋଲକାତା: ଚଳିତ ବର୍ଷ ଏପ୍ରିଲ-ମେ ମାସରେ ଅନୁଷ୍ଠିତ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ହେଲେ ଗତ ବର୍ଷ ଶେଷ ଭାଗରୁ ଚଳିତ ବର୍ଷ ହେବାକୁ ଯାଉଥିବା ନିର୍ବାଚନ ଲାଗି ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ଦିନ ନିକଟତର ହୋଇ ଆସୁଥିବାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ନିଜ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଲେଣୀ ବିଭିନ୍ନ ରାଜନୈତିକ ଦଳ।   

ଏହିକ୍ରମରେ ଚଳିତ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ରାଜ୍ୟର ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ୱନ୍ଦିତା କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଶାସକ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ଗତ ଥର ସେ  ରାଜଧାନୀ କୋଲକାତାସ୍ଥିତ ଭବାନୀପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।  

ଆଜକୁ ୧୦ ବର୍ଷ ପୂର୍ବେ ନନ୍ଦିଗ୍ରାମ ବିଧାନସଭ ଆସନରେ ହୋଇଥିବା କୃଷକ ଆନ୍ଦୋଳନ କାରଣରୁ ଲୋକପ୍ରିୟ ହୋଇଉଠିଥଲେ ବର୍ତ୍ତମାନର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ସେତେବେଳର ବିରୋଧି ଦଳ ନେତ୍ରୀ ମମତା ବାନାର୍ଜୀ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଆସନରୁ ଟିଏମସି ସୁପ୍ରିମୋଙ୍କ ଡାହାଣ ହାତ କୁହାଯାଉଥିବା ଶୁଭେନ୍ଦୁ ଅଧିକାରୀ ଗତ ୨୦୧୬ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବାଜିମାତ କରିଥିଲେ। କିଛି ଦିନ ପୂର୍ବେ ସେ  ନିଜ ଦଳ ଟିଏସି ଛାଡି ବିଜେପିରେ ସାମିଲ ହୋଇଥିଲେ।        

Also Read: 'ମମତା ବୁଝି ସାରିଲେଣି ଯେ ବଙ୍ଗଳାରେ ବିଜେପିକୁ ରୋକିବା ପାଇଁ ଟିଏମସି ପାଖରେ ନାହିଁ କୌଣସି ବିକଳ୍ପ'
 

ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ମମତା ବାନାର୍ଜୀ କହିଛନ୍ତି, "ମୁଁ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରିବି। ନନ୍ଦିଗ୍ରାମ ମୋ ପାଇଁ ଭାଗ୍ୟବାନ ସ୍ଥାନ। ଭବାନୀପୁର ଲୋକ ଦୟାକରି ଖରାପ ଭାବନ୍ତୁ ନାହିଁ। ମୁଁ ଆପଣଙ୍କୁ ଜଣେ ଭଲ ପ୍ରାର୍ଥୀ ଦେବି। "

ଉଭୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଉପରେ ପ୍ରତିକ୍ରିୟା ରଖି ଟିଏମସି ମୁଖିଆ କହିଛନ୍ତି ନନ୍ଦିଗ୍ରାମ ହେଉଛି ମୋ ବଡ ଭଉଣୀ ଏବଂ ଭବାନୀପୁର ହେଉଛି ମୋ ସାନ ଭଉଣୀ। ଯଦି ସମ୍ଭବ ହୁଏ ତାହେଲେ ମୁଁ ଉଭୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବି। ଯଦି ଭବାନୀପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବା ସଫଳ ନହୁଏ ତାହେଲେ ଅନ୍ୟ କେହି ଜଣେ ଏଠାରୁ ପ୍ରତିଦ୍ୱନ୍ଦିତା କରିବେ।         

୨୦୦୭ ମସିହାରେ ନନ୍ଦିଗ୍ରାମ ଠାରେ ଜମି ଅଧିଗ୍ରହଣ ଚାଲିଥିବା ସମୟରେ ପୋଲିସ କୃଷକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୧୪ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ମା, ମାଟି, ମଣିଷ ନାରା ଦେଇ ୨୦୧୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଜବରଦସ୍ତ ସଫଳତା ପାଇଥିଲା ଟିଏମସି। ଆଉ ରାଜ୍ୟର ଦୀର୍ଘ ୩୪ ବର୍ଷ ଧରି କ୍ଷମତାସୀନ ଥିବ ବାମ ଦଳ ସରକାରକୁ ଗାଦିଚ୍ୟୁତ କରି ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ମମତା ବାନାର୍ଜୀ।     

Also Read: ଏହି ୬ଟି କାରଣରୁ ଏଥର ହାରିପାରନ୍ତି ମମତା ବାନାର୍ଜୀ

 

ନନ୍ଦିଗ୍ରାମରୁ ମମତା ବାନାର୍ଜୀ ପ୍ରତିଦ୍ୱନ୍ଦିତା କରିବାର ଅର୍ଥ ହେଉଛି ଏହି ଆସନରୁ ବିଜେପି ପ୍ରାର୍ଥୀ ହେବାକୁ ଯାଉଥିବା ପୂର୍ବତନ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେବା ସହ ସମାନ। କାରଣ ଦଳର ଏହି ପୁରୁଖା ନେତାଙ୍କ ପାଇଁ ନନ୍ଦିଗ୍ରାମ ଅଞ୍ଚଳରେ ଦଳୀୟ ସ୍ଥିତିକୁ ସୁଦୃଢ କରିବାରେ ସଫଳ ହୋଇଥିଲା ଟିଏମସି। ଏପରିକି ଗତ ୨୦୧୬ ବିଧାନସଭା ନିର୍ବାଚନରେ ଏହି ଆସନରୁ ସେ ପ୍ରତିଦ୍ୱନ୍ଦ୍ୱିତା କରି ବାମଦଳର ପ୍ରାର୍ଥୀଙ୍କୁ ଟିଏମସିର ବିଜୟ ବାନା ଉଡାଇଥିଲେ।         

ଶୁଭେନ୍ଦୁ ଅଧିକାରୀ ଦଳ ଛାଡିବା ପରେ ପ୍ରତିକ୍ରିୟା ରଖି ଟିଏମସି ସୁପ୍ରିମୋ କହିଛନ୍ତି, " କଳା ଟଙ୍କାକୁ ଧଳା ଟଙ୍କାରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଇ ତାଙ୍କ ଦଳର ନେତାଙ୍କୁ ପ୍ରଲୋଭନ ଦେଖାଉଛି। ବିଜେପି ହେଉଛି ୱାଶିଂ ପାଉଡର ଆଉ ଟିଏମସି ହେଉଛି କଳା। ବିଜେପି ୱାଶିଂ ମେସିନରେ ଟିଏମସି କଳା ନେତା ପଶିବା ପରେ ଧଳା ହୋଇ ବାହାରୁଛନ୍ତି। "

Also Read:  ସର୍ଭେ: ବିରୋଧୀ ଦଳର କେଉଁ ନେତା ଭବିଷ୍ୟତରେ ପିଏମ ମୋଦିଙ୍କୁ ଦେଇପାରନ୍ତି ଟକ୍କର? ଜାଣନ୍ତୁ

 

ନନ୍ଦିଗ୍ରାନ ଘଟଣା ସହ ଜଡିତ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ଦଳରେ ସାମିଲ କରିବାକୁ ନେଇ ଟିଏମସିକୁ ଟାର୍ଗେଟ କରିଛି ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି। ୧୦ ବର୍ଷ ମଧ୍ୟରେ ଭବାନୀପୁରୁ ନନ୍ଦିଗ୍ରାମକୁ ସ୍ଥାନାନ୍ତର ରାଜନୈତିକ ଅବସାଦକୁ ଦର୍ଶାଉଛି। ଟିଏମସି ଆମକୁ ଜବାବ ଦେବ କି ଆଇପିଏସ ସତ୍ୟଜିତ ବନ୍ଦୋପାଧ୍ୟାୟ ଯିଏ ନନ୍ଦିଗ୍ରାମ ଗୁଳିକାଣ୍ଡ ଘଟଣାରେ ସାମିଲ ଥିଲେ ତାଙ୍କୁ କାହିଁକି ଦଳରେ ସାମିଲ କରାଯାଇଥିଲା ।