TMCର ହ୍ୟାଟ୍ରିକ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଗାତର ରାଲି ଆୟୋଜନ କରୁଛନ୍ତି। BJP ମଧ୍ୟ ବଙ୍ଗ ଦଖଲ କରିବାକୁ ଅଭିଯାନ ଚଳାଇଛି। ସେଥିପାଇଁ ବାରମ୍ବାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅମିତ ଶାହା ପଞ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି। ଆଉ ଏହାରି ଭିତରେ ଏକ ଜାତୀୟ ଗଣମାଧ୍ୟମ ତାର CVoter Opinion Pollର ଫଳଫଳ ପ୍ରକାଶ କରିଛି।
Trending Photos
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ସଂଗ୍ରାମ ଆରମ୍ଭ ହୋଇଯାଇଛି। TMCର ହ୍ୟାଟ୍ରିକ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଗାତର ରାଲି ଆୟୋଜନ କରୁଛନ୍ତି। BJP ମଧ୍ୟ ବଙ୍ଗ ଦଖଲ କରିବାକୁ ଅଭିଯାନ ଚଳାଇଛି। ସେଥିପାଇଁ ବାରମ୍ବାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅମିତ ଶାହା ପଞ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି। ଆଉ ଏହାରି ଭିତରେ ଏକ ଜାତୀୟ ଗଣମାଧ୍ୟମ ତାର CVoter Opinion Pollର ଫଳଫଳ ପ୍ରକାଶ କରିଛି। ଏହି ସଂସ୍ଥା ହିଁ ନିକଟରେ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ତାଲିକା ଘୋଷଣା କରିଥିଲା।
ପଞ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal Assembly Election) ରେ ତିନି ସାମୁଖ୍ୟ ମଧ୍ୟରେ ଲଢେଇ ହେବ। ଗୋଟିଏ ପଟେ ମମତା ବାନାର୍ଜୀ (Mamata Banerjee)ଙ୍କ TMC, ଅନ୍ୟପଟେ BJP ଓ ତୃତୀୟ ପକ୍ଷ ରହିବେ କଂଗ୍ରେସ ଓ ବାମପନ୍ଥୀ ପାର୍ଟି। ଭୋଟ ପୂର୍ବରୁ ବଙ୍ଗଳାବାସୀଙ୍କ ମୁଡ କଣ ଓ କାହାକୁ ସେମାନେ କ୍ଷମତା ହସ୍ତାନ୍ତର କରିବେ ତାହାକୁ ଜାଣିବା ପାଇଁ ଜାତୀୟ ଗଣମାଧ୍ୟମ ସଂସ୍ଥା CVoter Opinion Poll କରିଥିଲା। ଏଥିସହ ସର୍ଭେରେ ରାଜ୍ୟ ଓ କେନ୍ଦ୍ରର କାର୍ଯ୍ୟରେ ବଙ୍ଗଳାବାସୀ କେତେ ସନ୍ତୁଷ୍ଟ ବୋଲି ପ୍ରଶ୍ନ କରାଯାଇଛି।
Also Read: ଚଣ୍ଡୀ ପ୍ରସାଦ ମହାନ୍ତି ହେବେ ଦେଶର ସେନା ଉପମୁଖ୍ୟ
ସର୍ଭେର ରିପୋର୍ଟ ଅନୁସାରରେ BJPକୁ ନିରାଶ ହେବାକୁ ପଡିବ। କାରଣ ରାଜ୍ୟରେ ପୁଣିଥରେ ମମତା ବାନାର୍ଜୀ କ୍ଷମତାକୁ ଆସିବେ। କିନ୍ତୁ ଗତ ବିଧାନସଭା ନିର୍ବାଚନ ତୁଳନାରେ BJPର ଆସନ ସଂଖ୍ୟା ବୃଦ୍ଧି ପାଇବ। କିନ୍ତୁ ସରକାର ଗଢିବା ପାଇଁ ତାହା ପ୍ରଯ୍ୟାପ୍ତ ନୁହେଁ। ସର୍ଭେରେ ବିଧାନସଭାର ମୋଟ ୨୯୪ଟି ସିଟ୍ ମଧ୍ୟରୁ ମମତାଙ୍କ ଦଳ TMCକୁ ୧୫୪ରୁ ୧୬୨ଟି ସିଟ୍ ମିଳିପାରେ। ୯୮ରୁ ୧୦୬ରେ BJP ଓ କଂଗ୍ରେସ-ବାମପନ୍ଥୀ ସଂଗଠନର ଆକାଉଣ୍ଟକୁ ଯିବ ୨୬ରୁ ୩୪ଟି ସିଟ୍। ସେହିପରି ଅନ୍ୟମାନେ ଦୁଇରୁ ୬ଟି ସିଟ୍ ପାଇପାରନ୍ତି। TMCକୁ ୪୩, BJP ୩୭.୫ ଓ କଂଗ୍ରେସ-ବାମପନ୍ଥୀ ଦଳ ୧୨ ପ୍ରତିଶତ ଭୋଟ ପାଇବେ ବୋଲି ସର୍ଭେ ରିପୋର୍ଟ କହୁଛି।
କାହାକୁ ମିଳିବ କେତେ ସିଟ୍?
TMC - ୧୫୪ରୁ ୧୬୨
BJP - ୯୮ରୁ ୧୦୬
କଂଗ୍ରେସ + ବାମପନ୍ଥୀ - ୨୬ରୁ ୩୪
ଅନ୍ୟମାନେ - ଦୁଇରୁ ୬
କାହାକୁ ମିଳିବ କେତେ ପ୍ରତିଶତ ଭୋଟ୍?
TMC - ୪୩%
BJP - ୩୭.୫%
କଂଗ୍ରେସ + ବାମପନ୍ଥୀ - ୧୨%
ଅନ୍ୟମାନେ - ୭.୫%
Also Read: ବଢିଲା ଶୁଭେନ୍ଦୁଙ୍କ ସମସ୍ୟା, ନିର୍ବାଚନମଣ୍ଡଳୀ ବଦଳାଇଲେ ମମତା
କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ କେତେ ସନ୍ତୁଷ୍ଟ ବଙ୍ଗବାସୀ?
ବହୁତ ସନ୍ତୁଷ୍ଟ - ୩୩%
ସନ୍ତୁଷ୍ଟ -୩୮%
ଅସନ୍ତୁଷ୍ଟ - ୨୭%
କହିପାରିବୁ ନାହିଁ- ୨%
ରାଜ୍ୟ ସରକାରଙ୍କ କାର୍ଯ୍ୟରେ କେତେ ସନ୍ତୁଷ୍ଟ ବଙ୍ଗବାସୀ?
ବହୁତ ସନ୍ତୁଷ୍ଟ - ୧୬%
ସନ୍ତୁଷ୍ଟ - ୨୨%
ଅସନ୍ତୁଷ୍ଟ - ୪୯%
କହିପାରିବୁ ନାହିଁ - ୧୩%
ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟରେ କେତେ ସନ୍ତୁଷ୍ଟ ବଙ୍ଗବାସୀ?
ବହୁତ ସନ୍ତୁଷ୍ଟ - ୩୭%
ସନ୍ତୁଷ୍ଟ - ୩୭%
ଅସନ୍ତୁଷ୍ଟ - ୨୪%
କହିପାରିବୁ ନାହିଁ - ୨%
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟ କେତେ ସନ୍ତୁଷ୍ଟ ବଙ୍ଗବାସୀ?
ବହୁତ ସନ୍ତୁଷ୍ଟ - ୪୩%
ସନ୍ତୁଷ୍ଟ - ୩୨%
ଅସନ୍ତୁଷ୍ଟ - ୨୨%
କହିପାରିବୁ ନାହିଁ - ୩%
Also Read: ପଶ୍ଚିମବଙ୍ଗରେ ବିଜେପିର ଖେଳ ବିଗାଡ଼ିବ ଶିବସେନା, 'ଦିଦି'ଙ୍କ ପାଇଁ ସହଜ ହେବ ଲଢ଼େଇ!
୨୦୧୬ ପଶ୍ଚିମବଙ୍ଗ (West Bengal) ବିଧାନସଭା ନିର୍ବାଚନରେ ମୋଟ ୨୯୪ ମଧ୍ୟରୁ ୨୯୩ଟି ଆସନରେ TMC ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଆଉ ୨୦୩ଟି ସିଟ୍ ଜିତି ଦ୍ୱିତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିଥିଲା। BJP ୨୯୧ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର ୩ଟି ସିଟ୍ ଜିତିଛି। ସେହିପରି CPM ୧୪୮ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୨୩ଟି ଓ କଂଗ୍ରେସ ୯୨ଟି ଆସନରେ ଭାଗ୍ୟ ପରୀକ୍ଷା କରି ୪୩ଟି ସିଟ୍ ଜିତିଛି। ଅନ୍ୟପଟେ ଗୋରଖା ମୁକ୍ତି ମୋର୍ଚ୍ଚା ଓ RSP ତିନୋଟି ଲେଖାଏଁ ସିଟ୍ ଜିତିଥିଲା। ଗତ ବିଧାନସଭା ନିର୍ବାଚନରେ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ଗୋଟିଏ ସିଟ୍ ପାଇଥିବା ବେଳେ ଜଣେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ବିଧାୟକ ବନିଥିଲେ।
ପଶ୍ଚିମବଙ୍ଗରେ ୪୨ଟି ଲୋକସଭା ଆସନ ଅଛି। ଗତ ସାଧାରଣ ନିର୍ବାଚନରେ TMC ୨୨ଟି ସିଟ୍ ଜିତିଛି। ରାଜ୍ୟରେ ଚମତ୍କାର ପ୍ରଦର୍ଶନ କରି BJP ୧୮ଟି ସିଟ୍ ଜିତିଥିଲା। ଆଉ କଂଗ୍ରେସକୁ ମାତ୍ର ୨ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି। ଚଳିତବର୍ଷ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ପାଞ୍ଚଟି ରାଜ୍ୟର ମୋଟ ୮୨୪ ସିଟ ଉପରେ ସମଗ୍ର ଦେଶ ନଜର ରଖିଛି। ସେପଟେ ପ୍ରତି ନିର୍ବାଚନ ମଣ୍ଡଳୀର ୪୫ ହଜାରରୁ ଊର୍ଦ୍ଧ୍ୱ ଭୋଟରଙ୍କୁ ନେଇ କରାଯାଇଥିବା ସର୍ଭେ ସମସ୍ତଙ୍କୁ ଚକିତ କରିଛି।