Odisha Flood: ଦଶନ୍ଧିର ବଡ଼ ବନ୍ୟାକୁ ସାମ୍ନା କରିବ ବାଲେଶ୍ୱର, ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର କ୍ଷମତା
Advertisement

Odisha Flood: ଦଶନ୍ଧିର ବଡ଼ ବନ୍ୟାକୁ ସାମ୍ନା କରିବ ବାଲେଶ୍ୱର, ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର କ୍ଷମତା

ଜଳେଶ୍ୱର (ଦିଲ୍ଲୀପ ଦାସ): ସୁବର୍ଣ୍ଣରେଖା (Subarnarekha) ନଦୀରେ ଆସିବ ବଡ଼ ବନ୍ୟା (Flood)। ଦଶନ୍ଧିର ବଡ଼ ବନ୍ୟାକୁ ସାମ୍ନା କରିବାକୁ ଯାଉଛି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା। ଛଅ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବାର ସୂଚନା। ନଦୀର ଜଳ ଧାରଣ କ୍ଷମତା ୩.୧୦ ଲକ୍ଷ କ୍ଯୂସେକ ଥିବା ବେଳେ ୨୦୦୮ ମସିହାରେ ଆସିଥିଲା ୩.୭୫ ଲକ୍ଷ କ୍ୟୁସେକ ପାଣି। ସ

Odisha Flood: ଦଶନ୍ଧିର ବଡ଼ ବନ୍ୟାକୁ ସାମ୍ନା କରିବ ବାଲେଶ୍ୱର, ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର କ୍ଷମତା

Odisha Flood: ଜଳେଶ୍ୱର (ଦିଲ୍ଲୀପ ଦାସ): ସୁବର୍ଣ୍ଣରେଖା (Subarnarekha) ନଦୀରେ ଆସିବ ବଡ଼ ବନ୍ୟା (Flood)। ଦଶନ୍ଧିର ବଡ଼ ବନ୍ୟାକୁ ସାମ୍ନା କରିବାକୁ ଯାଉଛି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା। ଛଅ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବାର ସୂଚନା। ନଦୀର ଜଳ ଧାରଣ କ୍ଷମତା ୩.୧୦ ଲକ୍ଷ କ୍ଯୂସେକ ଥିବା ବେଳେ ୨୦୦୮ ମସିହାରେ ଆସିଥିଲା ୩.୭୫ ଲକ୍ଷ କ୍ୟୁସେକ ପାଣି। ସେତେବେଳ ସବୁଠୁ ବଡ଼ ବନ୍ୟା ଥିବାରୁ ଏବେ ଏତେ ପରିମାଣର ପାଣି ନଦୀରେ ଆସୁଥିବାରୁ ସୁବର୍ଣ୍ଣରେଖାରେ ହେବ ଜଳ ପ୍ରଳୟ। ବନ୍ୟାରେ ବୁଡ଼ିବ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା। ଏଥିପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।

ସେପଟେ ବନ୍ୟା ପରିଚାଳନା ପାଇଁ ବାଲେଶ୍ଵର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି। ବହୁ ଉଦ୍ଧାରକାରୀ ଦଳ ସହିତ ସ୍ଵତନ୍ତ୍ର ହେଲିକପ୍ଟର ଉଦ୍ଧାର ପାଇଁ  ନିଯୁକ୍ତ ହେବ ବୋଲି ସୂଚନା ଦେଇଛନ୍ତି। ନିଜେ ମନ୍ତ୍ରୀ ପ୍ରତାପ ଦେବ ସ୍ଥାନୀୟ ଅଞ୍ଚଳରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଦ୍ରୁତ ଗତିରେ ପାଣି ବଢୁଛି। ସନ୍ଧ୍ୟା ସୁଦ୍ଧା ନଦୀରେ ବନ୍ୟାର ପ୍ରଭାବ ଆରମ୍ଭ ହୋଇ ଆସନ୍ତା କାଲି ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ୟାର ପ୍ରଭାବ ରହିବ। ବନ୍ୟା ପ୍ରଭାବରେ ଉତ୍ତର ବାଲେଶ୍ଵରର ଜଳେଶ୍ଵର, ବସ୍ତା ବ୍ଲକ ସହିତ ସବୁଠୁ ଅଧିକ ପ୍ରଭାବିତ ହେବ ତଳିଆ ଅଞ୍ଚଳରେ ଥିବା ଭୋଗରାଇ ଓ ବାଲିଆପାଳ ବ୍ଲକ। ଉଭୟ ବ୍ଲକର ପଚାଶରୁ ଅଧିକ ପଞ୍ଚାୟତର ଦୁଇ ଶହରୁ ଅଧିକ ଗାଁ ପ୍ରଭାବିତ ହେବ। 

ଉଦ୍ଧାର କାର୍ଯ୍ୟ ପାଇଁ ୪୦ଟି ଅପରେଶନାଲ ଟିମ ବାଲେଶ୍ଵର ଓ ମୟୂରଭଞ୍ଜ ଆସିଛି। ସମସ୍ତ ଅଧିକାରୀ ପ୍ରସ୍ତୁତ ଥିବା ବେଳେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ବନ୍ୟା ପାଇଁ ପାଞ୍ଚ ଲକ୍ଷ ଲୋକେ ପ୍ରଭାବିତ ହେବାର ଆଶଙ୍କା ରହିଥିବା ବେଳେ ବିଜୁଳି, ରେଳ, ବସ, ଚଳାଚଳ ଉପରେ ପ୍ରଭାବ ପଡିପାରେ।

ସୁବର୍ଣ୍ଣରେଖା (Subarnarekha) ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା। ଗାଲୁଡିହ ବ୍ୟାରେଜରେ ଖୋଲିଲା ୧୬ଟି ଗେଟ। ଫଳରେ ଏବେ ଛଡା ଯାଇଛି ୪ ଲକ୍ଷ ୨୫ ହଜାର କ୍ଯୂସେକ ପାଣି। ଯଦି ପାଞ୍ଚ ଲକ୍ଷ କ୍ୟୁସେକ ପାଣି ଛଡା ଯିବାର ସମ୍ଭାବନା ରହିଛି। ତେବେ ସୁବର୍ଣ୍ଣରେଖାରେ ଦଶନ୍ଧିର ବଡ଼ ବନ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ବଡ଼ ବନ୍ୟାର ଆଶଙ୍କାରେ ତଳିଆ ଅଞ୍ଚଳବାସୀଙ୍କୁ ଆତଙ୍କିତ କରିପକାଇଛି। ସବୁଠୁ ଅଧିକ ପ୍ରଭାବିତ ହେବ ଭୋଗରାଇ ଓ ବାଲିଆପାଳ ବ୍ଲକ। ୫୦ରୁ ଅଧିକ ପଞ୍ଚାୟତ ହେବ ଜଳବନ୍ଦୀ। ଲକ୍ଷାଧିକ ଲୋକେ ହେବେ ଜଳବନ୍ଦୀ। 

ଘନ ଘନ ଲଘୁଚାପଜନିତ ବର୍ଷା ପାଣି ବିଲ ବାଡ଼ିରେ ଦଶ ଦିନରୁ ଅଧିକ ଜମି ରହିଥିବା ବେଳେ ପ୍ରବଳ ବନ୍ୟା ଲୋକଙ୍କ ଜୀବନ ଜୀବିକା ଛଡାଇ ନେବ। ସୁବର୍ଣ୍ଣରେଖାରେ ରାଜଘାଟଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଏବେ ୮.୪୩ ମିଟର ଉପରେ ପାଣି ପ୍ରବାହିତ। ଦିନ ଦୁଇଟା ସୁଦ୍ଧା ବିପଦ ସଙ୍କେତ ଟପିବ ବୋଲି ଏସଆରସିଙ୍କ ସତର୍କ ସୂଚନା। ପ୍ରଶାସନ ଦ୍ଵାରା ତଳିଆ ଅଞ୍ଚଳରେ ଲୋକଙ୍କୁ ସୁରଖିତ ସ୍ଥାନକୁ ଆଣିବାକୁ ପ୍ରୟାସ ଜାରି ରହିଥିବା ବେଳେ। ODRAF, NDRF ଓ ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ପ୍ରସ୍ତୁତ ରହିଛନ୍ତି। 

ଅଧିକ ପଢନ୍ତୁ: ମହାରଣା ପ୍ରତାପଙ୍କ ବଂଶଜ ସିସୋଦିଆ

ଅଧିକ ପଢନ୍ତୁ: ଭାରତ ପାଇଁ ଆମେରିକା ନଇଁଥିବାରୁ ଖୁସି ହେଲା ଋଷ, ଦେଲା ଏହି ବଡ ବୟାନ